fbpx
BSKY SKY
BSKY SKY

ଦ୍ୱିତୀୟ ଇନିଂସରେ ଯଶସ୍ୱୀଙ୍କ ବିସ୍ଫୋରକ Century: ଇଂଲଣ୍ଡକୁ ଦେଖାଇଲେ ‘Bazzball’ ବ୍ୟାଟିଂର ଝଲକ

BSKY

ନୂଆଦିଲ୍ଲୀ: ରାଜକୋଟ ଟେଷ୍ଟରେ ଭାରତ ଇଂଲଣ୍ଡ ଦଳ ଉପରେ ଭାରୀ ପଡ଼ିଛି । ବ୍ୟାଟିଂ ଏବଂ ବୋଲିଂ ଉଭୟ କ୍ଷେତ୍ରରେ ଇଂଲଣ୍ଡକୁ ପଛରେ ପକାଇଛି ରୋହିତ ସେନା । ଦ୍ୱିତୀୟ ଇନିଂସରେ ଓପନର ରୋହିତ ଫେଲ ହେବା ପରେ ଦମଦାର ଶତକ ହାସଲ କରିଛନ୍ତି ଷ୍ଟାର ଓପନର ଯଶସ୍ୱୀ ଜଏସ୍ୱାଲ । ରୋହିତ ଆଉଟ ହେବା ପରେ ଶୁଭମନ୍ ଗିଲଙ୍କ ସହ ମିଶି ନିଜର ତୃତୀୟ ଟେଷ୍ଟ ଶତକ ଅର୍ଜନ କରିଛନ୍ତି ଷ୍ଟାର ଓପନର । ୧୨୨ ବଲରୁ ୯ଟି ଚୌକା ଏବଂ ୫ଟି ଛକା ସହ ଏହି ଶତକ ନିଜ ନାମରେ କରିଛନ୍ତି ଜଏସ୍ୱାଲ । ଏହାସହିତ ଏହି ସିରିଜରେ ଜଏସ୍ୱାଲ ନିଜର ୪୦୦ ରନ୍ ମଧ୍ୟ ପୂରଣ କରିଛନ୍ତି ।

ତୃତୀୟ ମ୍ୟାଚର ଦ୍ୱିତୀୟ ଇନିଂସ ଆରମ୍ଭରୁ ଅଧିନାୟକ ରୋହିତ ମାତ୍ର ୧୯ କରି ନିଜ ୱିକେଯ ହରାଇଥିଲେ । ଏହାପରେ ଷ୍ଟାର ଓପନର ଯଶସ୍ୱୀ ଜଏସ୍ୱାଲ ଏବଂ ଶୁଭମନ ଗିଲ୍ ମିଶି ପାଳି ସମ୍ଭାଳିଛନ୍ତି । ପ୍ରଥମ ଇନିଂସରେ ୧୦ ରନ୍ କରିଥିବା ଜଏସ୍ୱାଲ ଦ୍ୱିତୀୟ ଇନିଂସରେ ଇଂଲଣ୍ଡକୁ ବାଜବଲ୍ ବ୍ୟାଟିଂର ଝଲକ ଦେଖାଇଛନ୍ତି । ମାତ୍ର ୧୨୨ ବଲରୁ ୯ଟି ଚୌକା ଏବଂ ୫ଟି ଛକା ସହ ହାସଲ କରିଛନ୍ତି ବିସ୍ଫୋରକ ଶତକ । ଏହି ଶତକ ସହ ଟେଷ୍ଟ କ୍ରିକେଟରେ ସେ ନିଜର ତୃତୀୟ ଶତକ ହାସଲ କରିଛନ୍ତି । ଏହାବ୍ୟତୀତ ଇଂଲଣ୍ଡ ବିପକ୍ଷ ଏହି ଟେଷ୍ଟ ସିରିଜରେ ସେ ବ୍ୟକ୍ତିଗତ ଭାବରେ ୪୦୦ ରନ୍ ମଧ୍ୟ ପୂରଣ କରିଛନ୍ତି । ଦ୍ୱିତୀୟ ୱିକେଟ ପାଇଁ ଶୁଭମନ ଗିଲଙ୍କ ସହ ମିଶି ଶତକୀୟ ଭାଗିଦାରୀ କରିବା ସହ ଭାରତକୁ ଏକ ବଡ଼ ଅଗ୍ରଣୀ କରାଇଛନ୍ତି ଜଏସ୍ୱାଲ ।

ସେପଟେ ଶୁଭମନ ଗିଲ ମଧ୍ୟ ନିଜର ଅର୍ଦ୍ଧଶତକ ହାସଲ କରିଛନ୍ତି । ତେବେ ଶତକ ପରେ ଆଘାତ ଯୋଗୁଁ ରିଟାୟାର୍ଡ ହର୍ଟ ହୋଇ ପାଭିଲିୟନ ଫେରିଛନ୍ତି ଯଶସ୍ୱୀ । ଭାରତ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୩୧୧ ରନ୍ ଅଗ୍ରଣୀ ଥିବା ବେଳେ ଏକ ମଜବୁତ ସ୍ଥିତିରେ ରହିଛି ଟିମ ଇଣ୍ଡିଆ । ଟି-୨୦ ଫର୍ମାଟରେ ବ୍ୟାଟିଂ କରି ଜଏସ୍ୱାଲ ଇଂଲଣ୍ଡକୁ ଚକମା ଦେଇଛନ୍ତି । ଇଂଲଣ୍ଡର ବାଜବଲ୍ ଅନ୍ଦାଜରେ ଜଏସ୍ୱାଲ ଏହି ଶତକ ହାସଲ କରି ଷ୍ଟୋକ୍ସ ସେନାକୁ ବ୍ୟାକଫୁଟକୁ ଠେଲି ଦେଇଛି ରୋହିତ ସେନା ।

Get real time updates directly on you device, subscribe now.