fbpx

ବାହାଘର ପରେ ସେକ୍ସକୁ ନେଇ କ’ଣ ଭାବୁଛନ୍ତି ଭାରତୀୟ ପୁରୁଷ? ସରକାରୀ ରିପୋର୍ଟରେ ହେଲା ଖୁଲାସା

ନୂଆଦିଲ୍ଲୀ: ବୈବାହିକ ବଳାତ୍କାର ଚର୍ଚ୍ଚାରେ ଥିବା ବେଳେ ସାରା ଦେଶରେ ଏହାକୁ ନେଇ ଆଲୋଚନା ଚାଲିଛି । ଏହାରି ମଧ୍ୟରେ ନ୍ୟାସନାଲ ଫ୍ୟାମିଲି ହେଲଥ ସର୍ଭେ -୫ର ରିପୋର୍ଟ ସାମ୍ନାକୁ ଆସିଛି । ପତ୍ନୀ ସେକ୍ସ କରିବାକୁ ମନା କଲେ ଭାରତୀୟ ପୁରୁଷମାନେ କ’ଣ ଭାବନ୍ତି, ତାହା ଏହି ରିପୋର୍ଟରେ ଖୁଲାସା ହୋଇଛି ।

ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ -୫ (୨୦୧୯-୨୧) ପୁରୁଷଙ୍କ ଚିନ୍ତାଧାରାକୁ ଖୁଲାସା କରିଛି । ୬୬% ଭାରତୀୟ ପୁରୁଷଙ୍କୁ ଲାଗୁଛି କି, ଯଦି ଜଣେ ମହିଳା ଥକ୍କା ଥାଆନ୍ତି, ତେବେ ସେ ତାଙ୍କ ସ୍ୱାମୀଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ମନା କରିପାରନ୍ତି । ଏଥିରେ ୮୦ ପ୍ରତିଶତ ମହିଳା ମଧ୍ୟ ସହମତି ଦେଇଛନ୍ତିି । ଅବଶ୍ୟ ମହିଳାମାନେ ଏହା ସହିତ ଆଉ ୨ ଟି କାରଣ ମଧ୍ୟ ଦେଇଛନ୍ତି, ଯେଉଁଥିପାଇଁ ସେ ତାଙ୍କ ସ୍ୱାମୀଙ୍କ ସହ ସମ୍ପର୍କ ରଖିବାକୁ ମନା କରିପାରନ୍ତି ।

ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣରେ ୮୦% ମହିଳା କହିଛନ୍ତି ଯେ, ସେମାନେ ଥକିଗଲେ ସେକ୍ସ କରିବାକୁ ମନା କରିପାରନ୍ତି । ଏହା ବ୍ୟତୀତ ଯଦି ସ୍ୱାମୀଙ୍କର ଯୌନ ସଂକ୍ରମିତ ରୋଗ ଥିଲେ ମଧ୍ୟ ପତ୍ନୀ ସେକ୍ସ କରିବାକୁ ମନା କରିପାରନ୍ତି । ସେହପରି ସ୍ୱାମୀଙ୍କର ଅନ୍ୟ କୌଣସି ମହିଳାଙ୍କ ସହ ସମ୍ପର୍କ ଥିଲେ ପତ୍ନୀ ସେକ୍ସ କରିବାକୁ ମନା କରିପାରନ୍ତି ବୋଲି ମହିଳାମାନେ କହିଛନ୍ତି ।

ତେବେ ସର୍ଭେରେ ସାମିଲ ହୋଇଥିବା ୮% ମହିଳା ଓ ୧୦ % ପୁରୁଷଙ୍କୁ ଲାଗୁଛି କି, ଏଥିରେ କିଛି ବି କାରଣ ଯୋଗୁଁ ପତ୍ନୀ ସେକ୍ସ ପାଇଁ ମନା କରିପାରିବେ ନାହିଁ । । ଏହି ସର୍ଭେରେ ୧୫ରୁ ୪୯ ବର୍ଷ ପୁରୁଷ ଓ ମହିଳାଙ୍କୁ ସାମିଲ କରାଯାଇଥିଲା । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡୱିୟା ଗତ ସପ୍ତାହରେ ଏନଏଫଏଚଏସ-୫ର ଏହି ରିପୋର୍ଟ ରିଲିଜ୍ କରିଥିଲେ ।

ଏହା ସହ ନ୍ୟାସନାଲ ଫ୍ୟାମିଲି ହେଲଥ ସର୍ଭେକ୍ଷଣରେ ପତ୍ନୀଙ୍କୁ ମାଡ଼ ମାରିବା ବିଷୟରେ ଆଶ୍ଚର୍ଯ୍ୟକର ଖୁଲାସା ହୋଇଛି । ୪୪ ପ୍ରତିଶତ ପୁରୁଷଙ୍କୁ ଏହା ଠିକ୍ ଲାଗୁଛି । କିନ୍ତୁ ଆଶ୍ଚଯ୍ୟକର କଥା ହେଉଛି କି, ଏହାକୁ ଠିକ୍ ମାନୁଥିବା ମହିଳାଙ୍କ ସଂଖ୍ୟା ଅଧିକ ରହିଛି । ୪୫ ପ୍ରତିଶତ ମହିଳାଙ୍କୁ ମାଡ଼ ମାରିବା କଥା ସଠିକ୍ ଲାଗିଛି ।

Get real time updates directly on you device, subscribe now.