fbpx

ମସ୍କଙ୍କୁୁ ଝଟକା ଦେଲେ ଜୁକରବର୍ଗ, ଇନଷ୍ଟାଗ୍ରାମ ଥ୍ରେଡସ୍ ଆପ୍ ରେ ଟ୍ୱିଟର ପରି ଫିଚର ସହ ଆହୁରି ବହୁ ନୂଆ ଫିଚର ଉପଲବ୍ଧ

Advertisement

ନୂଆଦିଲ୍ଲୀ: ଇନଷ୍ଟାଗ୍ରାମ ଥ୍ରେଡସ୍ ଆପ୍ ରେ ଟ୍ୱିଟର ପରି ଫିଚର ପ୍ରଦାନ କରାଯାଇଛି । ଏହା ୟୁଜର୍ସଙ୍କୁ ସେମାନଙ୍କ ପସନ୍ଦର କଣ୍ଟେଣ୍ଟ ଦେଖିବାରେ ସାହଯ୍ୟ କରିବ । ଏହି ଫିଚର ବ୍ୟତିତ ଥ୍ରେଡସ୍ ଆପ୍ ରେ ଭବିଷ୍ୟତରେ ଆହୁରି ଅନେକ ନୂଆ ଫିଚର ହେବ ।

ମାର୍କ ଜୁକରବର୍ଗ ସେହି ସମୟରେ ଥ୍ରେଡସ୍ ଆପ୍ ଲଞ୍ଚ କରିଥିଲେ ଯେଉଁ ସମୟରେ ଟ୍ୱିଟର ୟୁଜରଙ୍କ ଉପରେ ବହୁ କଟକଣା ଲଗାଇବା ଆରମ୍ଭ କରି ଦେଇଥିଲେ । ଏଲନ ମସ୍କ ବିନା ଟ୍ୱିଟର ଆକାଉଣ୍ଟରେ ଟୁଇଟ୍ ଦେଖିବାର ଅନୁମତିକୁ ବନ୍ଦ କରି ଦେଇଥିଲେ । ଏହାଦ୍ୱାରା ବହୁ ୟୁଜର୍ସ ନାରାଜ ହୋଇଯାଇଥିଲେ । ଏହି ସମୟରେ ଥ୍ରେଡସ୍ ଆପ୍ ଲଞ୍ଚ ହେବା ବହୁତ ଗୁରୁତ୍ୱପୂର୍ଣ୍ଣ ମନା ଯାଉଥିଲା । ଏବେ ତ ମାର୍କ ଜୁକରବର୍ଗ ଟ୍ୱିଟର ପରି ଏକ ଫିଚର ଥ୍ରେଡସ୍ ଆପରେ ଉପଲବ୍ଧ କରାଇଛନ୍ତି । ଏହାଦ୍ୱାରା ଏଲନ ମସ୍କଙ୍କୁ ଜୋରଦାର ଝଟକା ଲାଗିପାରେ । ଟ୍ୱିଟରରେ ଯେପରି ଫଲୋଇଂ ଫିଡ୍ ଓ ଫର ୟୁ ଫିଡ୍ ଉପଲବ୍ଧ ସେହିପରି ଥ୍ରେଡସ୍ ଆପ୍ ରେ ଏହି ଫିଚର ଦିଆଯାଇଛି ।

ଯେତେବେଳେ ବି ଟ୍ୱିଟରକୁ ଲଗଇନ୍ କରାଯାଇଥାଏ ସେତେବେଳେସେଥିରେ ୨ ଫିଡସ୍ ନଜର ଆସିଥାଏ । ପ୍ରଥମ ଫଲୋଇଂ ଫିଡ୍ ଯେଉଁଥିରେ କେବଳ ସେହି ଆକାଉଣ୍ଟର ଟୁଇଟ୍ ଦେଖାଯାଇଥାଏ ଯାହାଙ୍କୁ ଆପଣ ଫଲୋ କରୁଛନ୍ତି । ଦ୍ୱିତୀୟରେ ଫର ୟୁ ଫିଡ୍ରେ ୟୁଜରଙ୍କ ରୁଚି ଆଧାରରେ ଟ୍ୱିଟ୍ ଦେଖିବାକୁ ମିଳିଥାଏ । ଠିକ୍ ଏହିପରି ଥ୍ରେଡସ୍ ମଧ୍ୟ ଦୁଇଟି ସେସନ ରହିଛି । ଏହି ଫିଚରକୁ ଏବେ କିଛି ୟୁଜର୍ସଙ୍କୁ ଉପଲବ୍ଧ କରାଯାଇଛି । ଏହା ଖୁବ୍ ଶୀଘ୍ର ସମସ୍ତ ୟୁଜର୍ସଙ୍କ ଲାଗି ଉପଲବ୍ଧ ହୋଇପାରିବ । ଏହି ଦୁଇ ଫିଚର ବ୍ୟତିତ ଥ୍ରେଡସ୍ ଟ୍ରାନ୍ସଲେସନ ଫିଚର ମଧ୍ୟ ଖୁବ୍ ଶୀଘ୍ର ସମସ୍ତଙ୍କୁ ଉପଲବ୍ଧ କରାଇବ ।

Get real time updates directly on you device, subscribe now.