fbpx

ଫ୍ଲାଟ୍‌ରେ ବନ୍ଦ ହେଲା ଭାରତୀୟ ସେୟାର ବଜାର, ଆମେରିକାର ନିଯୁକ୍ତି ରିପୋର୍ଟ ଉପରେ ନିବେଶକଙ୍କ ନଜର

ମୁମ୍ବାଇ: ଆମେରିକାର ଚାକିରୀ ତଥ୍ୟକୁ ଅପେକ୍ଷା ସେୟାର ମାର୍କେଟ ସୂଚକାଙ୍କ ସମତଳ ରହିଛି। ଯାହା ଭବିଷ୍ୟତରେ ଫେଡେରାଲ ରିଜର୍ଭ ହାର ବୃଦ୍ଧି ହେବାର ସୂଚନା ଦେଇପାରେ। ସପ୍ତାହର ଶେଷ ବାଣିଜ୍ୟ ଦିନ ଅର୍ଥାତ ଶୁକ୍ରବାର ଦିନ ଭାରତୀୟ ଷ୍ଟକ୍ ମାର୍କେଟ ଫ୍ଲାଟରେ ବନ୍ଦ ହୋଇଯାଇଛି। ସେହି ସମୟରେ ସେନସେକ୍ସ ୩୬ ପଏଣ୍ଟ ହାସଲ କରି ୫୮,୮୦୩ ପଏଣ୍ଟରେ ବନ୍ଦ ହୋଇଛି। ଅନ୍ୟପକ୍ଷରେ, ନିଫ୍ଟି ୧୬ ପଏଣ୍ଟ ହ୍ରାସ ସହିତ ୧୭,୫୨୬ ସ୍ତରରେ ବନ୍ଦ ହୋଇଛି। ୩୦ଟି ସେନସେକ୍ସ ଷ୍ଟକ୍ ମଧ୍ୟରୁ କେବଳ ୧୧ ଟି ଷ୍ଟକ୍ ଅପ୍ ଥିଲା। ୧୯ ଟି ଷ୍ଟକ୍ ହ୍ରାସ ପାଇଥିବା ପରିଲକ୍ଷିତ ହୋଇଛି।

ରିପୋର୍ଟ ଅନୁସାରେ ଗତ ମାସରେ ୨୮୫,୦୦୦ ଆମେରିକୀୟ ଚାକିରି ସୃଷ୍ଟି କରାଯାଇଥିଲା ଏବଂ ବେକାରୀ ସଂଖ୍ୟା ପ୍ରାୟ ୩.୫ ପ୍ରତିଶତ ରହିଥିଲା। ନିବେଶକମାନେ ଭୟ କରୁଛନ୍ତି ଯେ ବଡ଼ ନିଯୁକ୍ତି ଆକଳନ ଫେଡେରାଲ ରିଜର୍ଭ ଦ୍ୱାରା ଅଧିକ ହାର ବୃଦ୍ଧିକୁ ସୂଚାଇପାରେ।

ଆଇଟିସି, ଏଚ୍‌ଡିଏଫ୍‌ସି ଏବଂ ଏଲ୍ ଆଣ୍ଡ ଟି କମ୍ପାନୀ ଶିର୍ଷଲାଭକାରୀ ରହିଥବା ବେଳେ ମାରୁତୀ ସୁଜୁକି, ରିଲିଏନ୍ସ ଇଣ୍ଡଷ୍ଟ୍ରୀ ଏବଂ ନଯଡ୍ୟୁସଲାଣ୍ଡ ବ୍ୟାଙ୍କ୍ କ୍ଷତି ସହିଥିଲେ। ବିଭାଗୀୟ ସୂଚକାଙ୍କ ମଧ୍ୟରେ ବିଏସଇ କ୍ୟାପିଟାଲ ସାମଗ୍ରୀ ଏକ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଥିବାବେଳେ ତୈଳ ଓ ଗ୍ୟାସ, ମେଟାଲ ଏବଂ ଶକ୍ତି ସୂଚକାଙ୍କ ପ୍ରାୟ ୧ ପ୍ରତିଶତ ହ୍ରାସ ପାଇଛି। ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ୯୫ ଡଲାର ତଳେ ରହିଥବା ବେଳେ ସୁନା ଓ ରୂପା ମୂଲ୍ୟରେ ବୃଦ୍ଧି ଘଟିଛି। ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୫୦,୩୦୦ ଟଙ୍କା ବନ୍ଦ ହୋଇଛି। ରୂପା କିଲୋଗ୍ରାମ ପିଛା ୫୨,୨୫୦ ଟଙ୍କାରେ ପହଞ୍ଚିଛି। ଅନ୍ୟପକ୍ଷରେ ଡଲାର ତୁଳନାରେ ଟଙ୍କା ୨୬ ପଇସା ହ୍ରାସ ପାଇଛି । ଗତକାଲି ସମଗ୍ର ବିଶ୍ୱ ବଜାର ଚାପରେ ରହିଥିଲା। ତୈଳ ଉତ୍ପାଦନକାରୀ ରାଷ୍ଟ୍ର(ଓପିଇସି) ବୈଠକ ପୁର୍ବରୁ ଅଶୋଧିତ ତୈଳ ଦର ବୃଦ୍ଦି ଏକ ଚିନ୍ତାର କାରଣ ପାଲଟିଛି।

Get real time updates directly on you device, subscribe now.