fbpx
BJD SKY
BJD SKY

ଦୁଇଟି ବାଲ୍ୟବିବାହ ବନ୍ଦ କଲା ବାଲିଆପାଳ ଚାଇଲ୍ଡଲାଇନ, ଉଦ୍ଧାର ହେଲେ ୨ ନାବାଳିକା

BJD

ବାଲିଆପାଳ (ଓଡ଼ିଶା ଭାସ୍କର) : ବାଲ୍ୟବିବାହ ପୂର୍ବ ୨ ଜଣ ନାବାଳିକାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ।  ବାଲିଆପାଳ ବ୍ଲକର ପ୍ରତାପପୁର ଓ ଦେଉଳା ପଞ୍ଚାୟତ ଏହି ଭଳି ଘଟଣା ଘଟିଛି।

ସୂଚନା ମୁତାବିତ, ବାଲିଆପାଳ ବ୍ଲକର ପ୍ରତାପପୁର ଓ ଦେଉଳା ପଞ୍ଚାୟତରେ ହେବାକୁ ଥିବା ଦୁଇଟି ବାଲ୍ୟ ବିବାହକୁ ବାଲିଆପାଳ ଚାଇଲ୍ଡଲାଇନ ତରଫରୁ ବନ୍ଦ କରାଯାଇଛି । ଦେଉଳା ପଞ୍ଚାୟତର ଜଣେ ୧୭ ବର୍ଷିୟା ନାବାଳିକା ସହିତ ୨୪ ବର୍ଷ ଯୁବକଙ୍କ ବିବାହ ଅନୁଷ୍ଠିତ ହେବାକୁଥିବା ବେଳେ ବାଲେଶ୍ୱର ଚାଇଲ୍ଡ ଲାଇନ ଖବର ପାଇଁ ବାଲିଆପାଳ ସବ୍‌ସେ୍‌ଟର ଟିମ୍‌ ମେମ୍ବର ଉତ୍‌ତମ କୁମାର ନାୟକ, ସ୍ୱପ୍ନାରାଣୀ ଜେନା, ଆଇସିଡିଏସର କଳ୍ପନା ଭୂୟାଁ ବାଲିଆପାଳ ପୁଲିସ ସହିତ ଦେଉଳା ଗ୍ରାମରେ ପହଞ୍ଚି ବାଲ୍ୟ ବିବାହକୁ ବନ୍ଦ କରିଥିଲେ । ସେହିପରି ପ୍ରତାପପୁର ପଞ୍ଚାୟତରେ ଅନ୍ୟ ଏକ ୧୫ ବର୍ଷୀୟ ନାବାଳିକାଙ୍କ ବିବାହ ହେଉଥିବା ଖବର ପାଇଁ ସେଠାରେ ମଧ୍ୟ ଚାଇଲ୍ଡଲାଇନର ଅଧିକାରୀମାନେ ପହଞ୍ଚି ବାହାଘର ବନ୍ଦ କରିଥିଲେ ।

Get real time updates directly on you device, subscribe now.