fbpx

ଆଜି ବି ରହିଛି ଅଜବ ନିୟମ: ଭାରତର ଏକ ସ୍ଥାନରେ ବିବାହିତା ମହିଳାଙ୍କୁ ୫ ଦିନ ପର୍ଯ୍ୟନ୍ତ ଉଲଗ୍ନ ରହିବାକୁ ପଡ଼ିଥାଏ, ଯିଏ ନ ମାନିବ…

ଯୁଗ ବଦଳିବା ସହିତ ମଣିଷର ଖାଦ୍ୟପେୟ, ଚାଲିଚଳଣ, ବେଶପୋଷାକ ଆଦିରେ ଆଜି ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି । ତେବେ ଏବେ ବି ଭାରତରେ ଅନେକ ସ୍ଥାନ ରହିଛି, ଯେଉଁଠାରେ ବର୍ଷ ବର୍ଷ ତଳର ପାରମ୍ପରିକ ପରମ୍ପରା ବଜାୟ ରହିଛି । ଏଭଳି ପରମ୍ପରା ବିଷୟରେ ଶୁଣିଲେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଲାଗିଥାଏ । ବିବାହତା ମହିଳାମାନେ ୫ ଦିନ ପର୍ଯ୍ୟନ୍ତ ବିନା ପୋଷାକରେ ରହିବା ନେଇ କିଛି ନିୟମ ରହିଛି ।

ହିମାଚଳ ପ୍ରଦେଶର ମଣିକର୍ଣ୍ଣ ଘାଟିରେ ପିନି ନାମକ ଏକ ଗାଁ ରହିଛି । ସେହି ଗାଁରେ ଆଜି ବି ଏକ ଅଜବ ପରମ୍ପରା ରହିଛି । ସେଠାରେ ବିବାହିତା ମହିଳାମାନଙ୍କୁ ୫ ଦିନ ପର୍ଯ୍ୟନ୍ତ ଉଲଗ୍ନ ଅବସ୍ଥାରେ ରହିବାକୁ ପଡ଼ିଥାଏ । ଏହା ଆଜିକାଲିର ପରମ୍ପରା ନୁହେଁ, ବହୁ ବର୍ଷ ତଳୁ ଏହି ପରମ୍ପରା ଚାଲି ଆସୁଛି । ଏହି କଥା ଶୁଣିବା ପରେ ଯେ କେହି ବି ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ ।

ଶ୍ରାବଣ ମାସରେ ଏହି ପରମ୍ପରା ପାଳିତ ହେଉଥିବା ବେଳେ ଗାଁର ମହିଳାମାନେ ବର୍ଷର ୫ ଦିନ ବିନା କପଡ଼ାରେ ରହିଥାନ୍ତି । ତେବେ ଏହି ପରମ୍ପରାର ମୁଖ୍ୟ ବିଶେଷତ୍ୱ ହେଉଛି ଯେ, ସେହି ସମୟରେ ମହିଳାମାନେ ପୁରୁଷମାନଙ୍କ ନଜରକୁ ଆସନ୍ତି ନାହିଁ । ଯଦି କୌଣସି ସ୍ତ୍ରୀ ଲୋକ ଏହି ପରମ୍ପରାକୁ ପାଳନ ନ କରେ, ତେବେ ତାଙ୍କ ଘରେ ଅଶୁଭ ଘଟଣା ଘଟିବ ବୋଲି କୁହାଯାଏ ।

କିଛି ଲୋକଙ୍କ ମତରେ, ଏହି ଗାଁରେ ଏକ ରାକ୍ଷସ ପୂର୍ବରୁ ରହିଥିଲା । ସେ ସୁନ୍ଦର ବେଶ ପୋଷାକରେ ସଜ୍ଜିତ ସ୍ତ୍ରୀଲୋକମାନଙ୍କୁ ଉଠାଇ ନେଉଥିଲା । ଦେବତାମାନେ ସେ ରାକ୍ଷସକୁ ଅନ୍ତ ଘଟାଇଥିବା ଜଣାଯାଏ । ଆଉ କିଛି ଲୋକ କୁହନ୍ତି ଯେ, ଦେବତାମାନେ ଆଜି ମଧ୍ୟ ସେହି ଗାଁକୁ ଆସନ୍ତି ଓ ଗାଁର ଅନ୍ୟାୟ ବିରୋଧରେ ଲଢ଼େଇ କରନ୍ତି । ଶ୍ରାବଣ ମାସର ଏହି ୫ ଦିନ ଗାଁଲୋକ ହସିବା ମଧ୍ୟ ବନ୍ଦ କରି ଦିଅନ୍ତି । ତା’ ସହିତ ମଦ, ମାଂସ ଆଦି ଖାଦ୍ୟକୁ ବର୍ଜନ କରନ୍ତି । ମହିଳାମାନେ ନିଜକୁ ସାଂସାରିକ ଜୀବନରୁ ଦୂରେଇ ଦିଅନ୍ତି । ସମୟ ବଦଳିବା ସହିତ ବର୍ତ୍ତମାନର ପିଢ଼ି ଏହାକୁ ସାମାନ୍ୟ ଅଲଗା ପ୍ରକାରେ ପାଳନ କରୁଛନ୍ତି । ଆଜିକାଲିର ମହିଳାମାନେ ଉଲଗ୍ନ ନ ହୋଇ ସୂକ୍ଷ୍ମ କପଡ଼ା ପରିଧାନ କରୁଥିବାର ଜଣାଯାଇଛି ।

Get real time updates directly on you device, subscribe now.