fbpx

ଚେତାବନୀ: ପୃଥିବୀରେ ଭୟଙ୍କର ମହାମାରୀ ସୃଷ୍ଟିକରିପାରେ ମଙ୍ଗଳ ଗ୍ରହର ନମୁନା!

କରୋନା ଭାଇରସକୁ ନେଇ ସାରା ବିଶ୍ୱରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ଅନ୍ୟଗ୍ରହର ନମୁନାକୁ ନେଇ ଚିନ୍ତାରେ ପଡିଛନ୍ତି ବୈଜ୍ଞାନିକ । ଆମେରିକାର ମହାକାଶ ଅନୁସନ୍ଧାନ ଏଜେନ୍ସି ଓ ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି ଯେ, ଅନ୍ୟ ଗ୍ରହରୁ ଆଣିଥିବା ନମୁନା ଦ୍ୱାରା ପୃଥିବୀପୃଷ୍ଠରେ କିଛି ଭୟଙ୍କର ମହାମାରୀ ସୃଷ୍ଟି ହୋଇପାରେ । ମଙ୍ଗଳ ଗ୍ରହରୁ ପୃଥିବୀକୁ ନମୁନା ଆଣିବା ବିଷୟରେ ବିଶେଷଜ୍ଞମାନେ ମଧ୍ୟ ଚେତାବନୀ ଦେଇଛନ୍ତି ।

ଷ୍ଟାଣ୍ଡଫୋର୍ଡ ୟୁନିଭରସିଟିର ପ୍ରଫେସର ସ୍କଟ ହବର୍ଡ କହିଛନ୍ତି ଯେ, ମଙ୍ଗଳ ଗ୍ରହରୁ ଅଣାଯାଇଥିବା ନମୁନା ପୃଥିବୀ ପୃଷ୍ଠରେ କିଛି ବିପଜ୍ଜନକ ଭାଇରସକୁ ସୃଷ୍ଟି କରିପାରେ । ତେଣୁ ମଙ୍ଗଳଗ୍ରହରୁ ଫେରିବା ବେଳେ ‘ପ୍ଲାନେଟାରୀ ପ୍ରୋଟେକ୍ସନ’ ଧ୍ୟାନ ରଖିବା ଜରୁରି । ମଙ୍ଗଳ ଗ୍ରହର ପଥରଗୁଡିକ ଲକ୍ଷ ଲକ୍ଷ ବର୍ଷ ପୁରୁଣା ହୋଇଥିବାରୁ ସେଥିରେ ନିଶ୍ଚିତ ଭାବେ ସକ୍ରିୟ ଜୀବନ ରହିଥିବ, ଯାହାକି ପୃଥିବୀକୁ ସଂକ୍ରମିତ କରିପାରେ । ଏଣୁ ଅନ୍ୟ ଗ୍ରହରୁ ନମୁନା ନେଇ ଆସିବା ପରେ ମହାକାଶଚାରୀଙ୍କୁ ମଧ୍ୟ କ୍ୱାରେଣ୍ଟାଇନରେ ରଖିବା ଉଚିତ୍ ।’

Get real time updates directly on you device, subscribe now.