fbpx

ଜନ୍ମମାଟିରେ ପହଞ୍ଚିଲା ସହିଦ ସୁଶାନ୍ତଙ୍କ ପାର୍ଥିବ ଶରୀର: ନେବେ ଶେଷ ବିଦାୟ

ଆନନ୍ଦପୁର: ସହିଦ ଓଡ଼ିଆ ପୁଅ ସୁଶାନ୍ତଙ୍କ ମରଶରୀର ବର୍ତ୍ତମାନ ତାଙ୍କ ଜନ୍ମମାଟିରେ ପହଞ୍ଚିଛି । ନକ୍ସଲଙ୍କ ଗୁଳିରେ ସହିଦ ହେବା ପରେ ଆଜି ତାଙ୍କୁ ଶେଷ ବିଦାୟ ଦେବ ନିଜ ଗାଁ । ତେଣୁ ତାଙ୍କ ପାର୍ଥିବ ଶରୀରକୁ ସସମ୍ମାନେ ଆନନ୍ଦପୁରକୁ ଅଣାଯାଇଛି । ଏଠାରେ ପରିବାର ଲୋକେ ଏବଂ ଗ୍ରାମବାସୀଙ୍କ ଶେଷ ଦର୍ଶନ ପରେ ତାଙ୍କୁ ସମ୍ମାନର ସହିତ ଅନ୍ତିମ ବିଦାୟ ଦିଆଯିବ । ଲୁହ ଭିଜା ଆଖିରେ ସହିଦ ସୁଶାନ୍ତଙ୍କୁ ଶେଷ ଥର ଦେଖିବା ପାଇଁ ଗାଁରେ ସାଙ୍ଗସାଥୀ, ସାହି ପଡ଼ିଶା ଏବଂ ପାଖ ଲୋକମାନେ ରୁଣ୍ଡ ହୋଇ ଠିଆ ହୋଇଛନ୍ତି । ଶେଷ ଥର ପାଇଁ ଅତି ପ୍ରିୟର ସୁଶାନ୍ତକୁ ଟିକିଏ ମନ ଭରି ଦେଖିବେ । ଆଉ ଗାଁର ଗୌରବ ବୀର ଯବାନଙ୍କୁ ଶେଷ ବିଦାୟ ଜଣାଇବେ । ଗତକାଲି ଝାଡ଼ଖଣ୍ଡରେ ନକ୍ସଲ ଆକ୍ରମଣରେ ସହିଦ ହୋଇଛନ୍ତି ଓଡ଼ିଆ ମାଟିର ପୁଅ ବୀର ସୁଶାନ୍ତ । ଛାତିରେ ୭ଟି ଗୁଳି ବାଜିବା ପରେ ସେ ଯୁଦ୍ଧଭୂମିରେ ବୀରଗତି ପ୍ରାପ୍ତ ହୋଇଛନ୍ତି । ଆଉ ଆଜି ତାଙ୍କୁ ଶେଷ ବିଦାୟ ଦେବା ପାଇଁ ଓଡ଼ିଶା ତଥା ଜନ୍ମମାଟିକୁ ଅଣାଯାଇଛି ।

Get real time updates directly on you device, subscribe now.