fbpx
BSKY SKY
BSKY SKY

ମଜୁରୀ ଲାଗି ସ୍ତ୍ରୀକୁ ପଢାଇଲେ : ସରକାରୀ ଚାକିରି ପାଇ କୋର୍ଟରେ ଦାବି କଲେ ଛାଡପତ୍ର

BSKY

ରାଜସ୍ଥାନ : କୁହାଯାଏ ସ୍ୱାମୀ ଓ ସ୍ତ୍ରୀର ସମ୍ପର୍କର ଯୁଗ ଯୁଗର, କିନ୍ତୁ ଆଜିର ଦିନରେ ଲୋକେ ଏହାର ସମ୍ମାନ କରନ୍ତି ହିଁ ନାହିଁ । ଯାହାଫଳରେ କି ଦମ୍ପତିଙ୍କ ସମ୍ପର୍କରେ ଅନେକ ସମସ୍ୟା ଦେଖା ଦେଇଥାଏ । ଏଭଳି ଏକ ଘଟଣା ରାଜସ୍ଥାନର ଦୋସା ଅଞ୍ଚଳରୁ ସାମ୍ନାକୁ ଆସିଛି । ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଘଟିଛି ।

ସୂଚନା ଅନୁଯାୟୀ, ଦୋସା ଅଞ୍ଚଳରେ ଏକ ଦମ୍ପତି ରହୁଛନ୍ତି । ସ୍ୱାମୀ ମୁକେଶ ମୀଣା ଦିନ ରାତି ମଜୁରୀ କରି ନିଜ ସ୍ତ୍ରୀ କବିତା ମୀଣାକୁ ପାଠ ପଢାଉଥିଲେ । ଯେତେବେଳେ ସ୍ତ୍ରୀକୁ ଚାକିରି ହୋଇଗଲା, ସେତେବେଳେ କବିତା ତାଙ୍କ ସ୍ୱାମୀକୁ ଛାଡି ଦେଲେ । ଅଭିଯୋଗ ଏହା ଯେ, ସ୍ତ୍ରୀ ନିଜ ସ୍ୱାମୀକୁ ଛାଡପତ୍ର ଦେବା ପାଇଁ ଆବେଦନ କରିଥିଲେ ।

ଏନେଇ ମୁକେଶ କହିଲେ ଯେ, ତାଙ୍କର ଏକ ଦୂର୍ଘଟଣା ହୋଇଯାଇଥିଲା, ଏହା ପରଠାରୁ ସ୍ତ୍ରୀ ତାଙ୍କ ଠାରୁ ଦୂରେଇ ରହୁଥିଲେ । ୨୦୧୮ରେ ଜୋଧପୁର ଠାରେ ପୋଲିସରେ ଚାକିରି ପାଇଥିଲେ । ଚାକିରି ପାଇବା ପରଠାରୁ ସେ ନିଜ ସ୍ୱାମୀ ଠାରୁ ଧିରେ ଧିରେ ଦୂରେଇବାକୁ ଲାଗିଲେ । ସ୍ୱାମୀ ସହ କଥାବାର୍ତ୍ତା କମ କରି ଦେଇଥିଲେ । ମୁକେଶ ବାରମ୍ବାର ସ୍ତ୍ରୀ ସହ ମିଶିବା ପାଇଁ ଚେଷ୍ଟା କରୁଥିଲେ କିନ୍ତୁ ଏଥରରେ ସଫଳ ହୋଇପାରୁ ନଥିଲେ । ଏହା ବ୍ୟତୀତ ସ୍ତ୍ରୀ ଜଣକ ନିଜ ପିଲାଙ୍କ ସହ ମଧ୍ୟ ମିଶିବା ପାଇଁ ଦେଉନଥିଲେ । ମୁକେଶ ଅନେକ ଥର ସ୍ତ୍ରୀକୁ ଘରକୁ ଆଣିବା ପାଇଁ ଚେଷ୍ଟା କରିଥରଲେ କିନ୍ତୁ ସେ ଏଥିରେ ବିଫଳ ହୋଇଥିଲେ ।

ବର୍ତ୍ତମାନ ସେମାନଙ୍କ ଦୋସା କୋର୍ଟରେ ଛାଡପତ୍ରର ମାମଲା ଚାଲିଛି । ଏହି ମାମଲା ସାମ୍ନାକୁ ଆସିବା ପରେ, ଦେଶରେ ଏଭଳି ଅନେକ ମାମଲ ସାମ୍ନାକୁ ଆସିଛି ।

Get real time updates directly on you device, subscribe now.