fbpx

(Video) ମହାପ୍ରଭୁଙ୍କ ଅପାର ଲୀଳା: କେଉଁଥିରେ ପ୍ରସ୍ତୁତ ହୋଇଛି ଗରୁଡ଼ ସ୍ତମ୍ଭ? ଆଲିଙ୍ଗନରୁ ମିଳେ ଏହି ଲାଭ…

 ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁ ଜଗତର ନାଥ ଜଗନ୍ନାଥଙ୍କ ମନ୍ଦିର ରହିଛି । ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଯିବା ପୂର୍ବରୁ ପ୍ରଥମେ ଗରୁଡ ସ୍ତମ୍ଭକୁ ଆଲିଙ୍ଗନ କରିଥାନ୍ତି । ତା’ପରେ ମନ୍ଦିର ଭିତରକୁ ପ୍ରବେଶ କରିଥାନ୍ତି । ତେବେ ମହାପ୍ରଭୁଙ୍କ ଏହି ଗରୁଡସ୍ତମ୍ଭକୁ ନେଇ ଅନେକ ଗୁପ୍ତ ରହସ୍ୟ ରହିଛି । ଯାହା ଏବେ ବି ଲୋକଙ୍କ ପାଇଁ ଅଜଣା ହୋଇ ରହିଛି । ମାନ୍ୟତା ଅଛି ଗରୁଡସ୍ତମ୍ଭକୁ ଆଲିଙ୍ଗନ କରିବା ମହାପ୍ରଭୁଙ୍କୁ ଆଲିଙ୍ଗନ କରିବା ସହ ସମାନ । କାରଣ ମହାପ୍ରଭୁ ରତ୍ନ ସିଂହାସନରେ ବିରାଜମାନ କରିଥାନ୍ତି । ଭକ୍ତ ଚାହିଁଲେ ବି ମହାପ୍ରଭୁଙ୍କୁ କେବେ ସ୍ପର୍ଶ କରି ପାରିବ ନାହିଁ । ତେଣୁ ଗରୁଡ଼ ସ୍ତମ୍ଭକୁ ଆଲିଙ୍ଗନ କରି ଭକ୍ତମାନେ ମହାପ୍ରଭୁଙ୍କ ସାନିଧ୍ୟ ଲାଭ କରିବାକୁ ଚେଷ୍ଟା କରିଥାନ୍ତି । ଏହି ଗରୁଡସ୍ତମ୍ଭ ଆଜିକା ଦିନରେ ବୈଜ୍ଞାନିକମାନେ ଜାଣିବାକୁ ଚେଷ୍ଟା କରୁଛନ୍ତି ଯେ ତାହା କେଉଁଥିରେ ନିର୍ମିତ? ହେଲେ ଆଜି ଯାଏଁ ତାହା ଜଣା ପଡି ନାହିଁ ।

ତେବେ ଜୀବାଶ୍ମ ବା ଗରୁଡ ମଣିରେ ଗରୁଡ ଖମ୍ବ ପ୍ରସ୍ତୁତ ହୋଇଛି । ଯେବେ ଭକ୍ତଟି ଗରୁଡସ୍ତମ୍ଭକୁ ଆଲିଙ୍ଗନ କରେ ସେତେବେଳେ ଅନେକ ପୁଣ୍ୟ ଲାଭ କରିଥାଏ । ଯେବେ କନ୍ଦର୍ପ ରଥରେ ମହାପ୍ରଭୁ ବିଜେ କରି ବଂଶୀ ବଜାଉଥିଲେ, ସେତେବେଳେ ନିଶାର୍ଦ୍ଧରେ ଗୋପ ଗଉଡୁଣୀମାନେ ତାଙ୍କ ରଥରେ ସାମିଲ ହେବା ପାଇଁ ନିଜ ସ୍ୱାମୀ, ଶାଶୁମାନଙ୍କର ଅଗୋଚରରେ ସେମାନେ ବୃନ୍ଦାବନ ଧାମରେ ଥିବା ନୀପୋମୂଳକୁ ଯାଉଥିଲେ । ଛୋଟୀ ଗୋପାଳୁଣୀକୁ ଯେବେ ତା ସ୍ୱାମୀ ଧରି ପକାଇ ଥିଲା ଏବଂ ଅଜସ୍ର ଅସଭ୍ୟ ଭାଷାରେ ତାକୁ ଗାଳି ଗୁଲଜ କରିଥିଲା ସେତେବେଳେ ମହାପ୍ରଭୁଙ୍କ କନ୍ଦର୍ପ ରଥରେ ସେ ଭାଗ ନେଇପାରି ନ ଥିବାରୁ ନିଜକୁ ଆତ୍ମହୁତି ଦେଇଥିଲା ।

ମଥା ପିଟି ପିଟି ଗୋପାଳୁଣୀ ଯେଉଁ ଗଛରେ ନିଜର ଜୀବନ ହାରିଥିଲା ମହାପ୍ରଭୁ ତାର ସ୍ମୃତି ହିସାବରେ ଗରୁଡ ସ୍ତମ୍ଭ କରି ଶ୍ରୀ ମନ୍ଦିରରେ ରଖିଛନ୍ତି ବୋଲି ପୌରାଣିକ ମାନ୍ୟତା ଅଛି । ଯାହାକୁ ଆଲିଙ୍ଗନ କରି ଭକ୍ତମାନେ ପରମ ସୁଖ ପାଉଛନ୍ତି । ମହାପ୍ରଭୁଙ୍କର ଯେବେ ସକାଳ ଆରତୀ ସମୟରେ ମଇଲମ ହୋଇଥାନ୍ତି ଏବଂ ସ୍ନାନ କରିଥାନ୍ତି । ସ୍ନାନ ସରିବା ପରେ ଗରୁଡଙ୍କର ସ୍ନାନ ହୋଇଥାଏ । ଗରୁଡଙ୍କ ସ୍ନାନ ଜଳ ପାଇବା ପାଇଁ ଭକ୍ତମାନେ ଚାରିପଟେ ଘେରି ରହିଥାନ୍ତି ।

 

Get real time updates directly on you device, subscribe now.