fbpx
BJD
BJD SKY
BJD SKY

ଏବେ ଗୋଟିଏ ଆପ୍‌ରେ ଚଲାଇ ପାରିବେ ଏକାଧିକ ହ୍ୱାଟ୍ସଆପ୍ ଆକାଉଣ୍ଟ, ଆସିଲା ନୂଆ ଫିଚର

BJD

ନୂଆଦିଲ୍ଲୀ: ହ୍ୱାଟ୍ସଆପ୍ ୟୁଜର୍ସଙ୍କ ପାଇଁ ଖୁସି ଖବର । ଏବେ ଆପଣ ଗୋଟିଏ ଫୋନ୍‌ରେ ଏକାଧିକ ହ୍ୱାଟ୍ସଆପ୍ ଚଲାଇ ପାରିବେ । ଏଥିପାଇଁ ଲୋକମାନଙ୍କୁ ଆଉ ଏକାଧିକ୍ ଆପ୍‌ର ଆବଶ୍ୟକ ପଡ଼ିବ ନାହିଁ । ବେଟାରେ(ଗୁଗୁଲ୍ ପ୍ଲେ ଷ୍ଟୋର୍) ଉପଲବ୍ଧ ଏହି ନୁଆ ଭର୍ସନ ୨.୨୩.୧୭.୮ ୟୁଜର ମାନଙ୍କୁ ଗୋଟିଏ ହ୍ୱାଟ୍ସଆପ୍ ଆପ୍‌ରେ ଏକାଧିକ ଆକାଉଣ୍ଟ ଚଲାଇବାକୁ ଅନୁମତି ଦେବ ।

ଏହି ଫିଚର ପୁର୍ବରୁ ବିକଶିତ କରାଯାଉଥିବା ବେଳେ ଏବେ ଏହା ଉପଲବ୍ଧ ହୋଇଛି । ଲୋକମାନେ ହ୍ୱାଟ୍ସଆପ୍ ଅପଡେଟ୍ କରି ଏହି ନୂଆ ଫିଚର ପାଇପାରିବେ । ଏଥିପାଇଁ ୟୁଜରମାନେ ହ୍ୱାଇଟ୍ସଆପ୍‌ରେ ପ୍ରଥମେ ସେଟିଂ ଅପ୍ସନରେ କ୍ଲିକ୍ କରନ୍ତୁ । ଏହାପରେ ଡାହାଣ ପାଶ୍ୱର୍ରେ ଥିବା କ୍ୟୁଆର୍ କୋଡ୍ ପାଖରେ ଥିବା ତୀର ଚିହ୍ନରେ କ୍ଲିକ୍ କରି ନୂଆ ଆକାଉଣ୍ଟ ଖୋଲିପାରିବେ ଏବଂ ଆଉ ଏକ ଆକାଉଣ୍ଟକୁ ସ୍ୱିଚ୍ କରିପାରିବେ । ସମସ୍ତ ଆକାଉଣ୍ଟର ନିଜସ୍ୱ ଚାଟ୍‌, ନୋଟିଫିକେସ୍ ଏବଂ ସେଟିଂ ଗୋଟିଏ ଫୋନ୍‌ରେ ରହିବ । ଯେଉଁ ପର୍ଯ୍ୟନ୍ତ ୟୁଜର ସେହି ଆକାଉଣ୍ଟକୁ ଲଗ୍ ଆଉଟ୍ କରି ନାହାନ୍ତି ।

WA_MULTI_ACCOUNT_FEATURE_ANDROID

ଏହି ଫିଚର ସେହି ବ୍ୟକ୍ତି ମାନଙ୍କ ପାଇଁ ଖୁବ୍ ଉପେଯାଗୀ ହେବ ଯଉଁମାନେ ଗୋଟିଏରୁ ଅଧିକ ନମ୍ବର ବ୍ୟବହାର କରୁଛନ୍ତି ଏବଂ ବ୍ୟକ୍ତିଗତ ଜୀବନ ଓ କାର୍ଯ୍ୟ ଜୀବନକୁ ଅଲଗା ରଖିବାକୁ ଚାହୁଁଛନ୍ତି । ଏହା ସହିତ ଏହି ଫିଚର ଗୋଟିଏ ଫୋନ୍‌ରେ ଦୁଇଟି ଆକାଉଣ୍ଟ ବ୍ୟବହାର କରିବାର ଉପାୟକୁ ସହଜ କରିଛି । ଯାହାଦ୍ୱାରା ୟୁଜରଙ୍କୁ ଏକାଧିକ ଫୋନ୍ କିମ୍ବା ସମାନ ପ୍ରକାର ଅନ୍ୟ ଆପ୍ ବ୍ୟବହାର କରିବାକୁ ପଡ଼ିବ ନାହିଁ । ଏବେ ୟୁଜର ଗୋଟିଏ ଫୋନ୍ ଏବଂ ଗୋଟିଏ ଆପ୍‌ରେ ଏହିସୁବିଧା ପାଇ ପାରିବେ ।

ବର୍ତ୍ତମାନ କିଛି ୟୁଜରଙ୍କୁ ଏହି ସୁବିଧା ମିଳିଥିବା ବେଳେ ଆଗକୁ କିଛି ସପ୍ତାହ ମଧ୍ୟରେ ଅନ୍ୟମାନଙ୍କୁ ମଧ୍ୟ ଏହି ସୁବିଧା ମିଳିବ । ଯେଉଁମାନେ ଏହି ନୂଆ ଫିଚର ବ୍ୟବହାର କରିବାକୁ ଚାହୁଁଛନ୍ତି, ସେମାନେ ଗୁଗୁଲ୍ ପ୍ଲେ ଷ୍ଟୋର୍ ଯାଇ ସେମାନଙ୍କର ହ୍ୱାଟ୍ସଆପ୍ କୁ ଅପଡେଟ୍‌ କରିପାରିବେ । ତେବେ ଏହି ଫିଚର କେବେ ଆଇଫୋନ୍ ୟୁଜରଙଯକ ପାଇଁ ଉପଲବ୍ଧ ହେବ ସେ ନେଇ କୌଣସି ସୂଚନା ମିଳିନାହିଁ ।

Get real time updates directly on you device, subscribe now.