fbpx

Video: ତୁର୍କୀ ରାଜଧାନୀରେ ବଡ ଧରଣର ବିସ୍ପୋରଣ, ଅନେକ ଲୋକ ଆହତ ସୂଚନା

ନୂଆଦିଲ୍ଲୀ: ତୁର୍କୀର ରାଜଧାନୀ ଇସ୍ତାନବୁଲର ଏକ ବ୍ୟସ୍ତବହୁଳ ଅଞ୍ଚଳରେ ବଡ ଧରଣର ବିସ୍ପୋରଣ ଘଟିଛି। ଏହି ବିସ୍ଫୋରଣରେ ଅନେକ ଲୋକ ଆହତ ହେବାର ଆଶଙ୍କା ରହିଛି। ତୁର୍କୀର ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ଯାତ୍ରୀଙ୍କ ପରିପୂର୍ଣ୍ଣ ରାସ୍ତାରେ ଏହି ବିସ୍ଫୋରଣ ଘଟିଛି। ବିସ୍ଫୋରଣ ପରେ ଅନେକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ବହୁ ସଂଖ୍ୟକ ପୋଲିସ ଏବଂ ଆମ୍ବୁଲାନ୍ସ ଘଟଣାସ୍ଥଳକୁ ଯାଉଥିବା ଦେଖିବାକୁ ମିଳିଛି।

ବିସ୍ଫୋରଣର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ପ୍ରସିଦ୍ଧ ଇଷ୍ଟିକଲାଲ ସପିଂ ଛକରେ ଅପରାହ୍ନ ଏହି ଧମାକା ଘଟିଥିଲା। ଏହି ରାସ୍ତାଟି ସାଧାରଣତ ଭିଡ଼ ହୋଇଥାଏ କାରଣ ଏହା ପର୍ଯ୍ୟଟକ ଏବଂ ସ୍ଥାନୀୟ ଲୋକଙ୍କ ଦ୍ୱାରା ଲୋକପ୍ରିୟ ସ୍ଥାନ ଅଟେ। ପୋଲିସ ମଧ୍ୟ ବର୍ତ୍ତମାନ ସୁଦ୍ଧା ଏବିଷୟରେ କୌଣସି ବିବରଣୀ ଦେଇନାହାଁନ୍ତି।

Get real time updates directly on you device, subscribe now.