fbpx
BSKY SKY
BSKY SKY

ସଡ଼କ ଦୁର୍ଘଟଣାରେ ଚାଲିଗଲେ ମରାଠୀ ଅଭିନେତ୍ରୀ କଲ୍ୟାଣୀ କୁରାଲେ: ସପ୍ତାହେ ପୂର୍ବରୁ ପାଳନ କରିଥିଲେ ଜନ୍ମଦିନ

BSKY

ନୂଆଦିଲ୍ଲୀ: ମନୋରଞ୍ଜନ ଦୁନିଆରୁ ଆସିଛି ଏକ ଦୁଃଖଦ ଖବର । ଏକ ସପ୍ତାହ ପୂର୍ବେ ନିଜର ଜନ୍ମଦିନ ପାଳନ କରିଥିବା ମରାଠୀ ଅଭିନେତ୍ରୀ କଲ୍ୟାଣୀ କୁରାଲେ ଯାଧବ ଆଉ ନାହାନ୍ତି । କଲ୍ୟାଣୀ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି । କଲ୍ୟାଣୀଙ୍କ ଆକସ୍ମିକ ମୃତ୍ୟୁ ଖବର ତାଙ୍କର ବନ୍ଧୁ ପରିଜନ, ଫ୍ୟାନ୍ସ ଓ ଫିଲ୍ମ ଇଣ୍ଡଷ୍ଟ୍ରି ସହିତ ଜଡ଼ିତ ଲୋକଙ୍କ ମଧ୍ୟରେ ଶୋକର ଲହରୀ ଖେଳାଇ ଦେଇଛି ।

ବହୁତ କମ୍ ସମୟ ମଧ୍ୟରେ କଲ୍ୟାଣୀ ଚଳଚ୍ଚିତ୍ର ଦୁନିଆରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ଏବେ ଅଚାନକ ତାଙ୍କର ମୃତ୍ୟୁ ଖବର ସମସ୍ତଙ୍କୁ ଚକିତ କରିଦେଇଛି । ପ୍ରଥମେ ଏହି ଖବରକୁ କିଛି ଲୋକ ଗୁଜବ ବୋଲି ଧରିନେଇଥିଲେ । ମାତ୍ର ପରେ କଲ୍ୟାଣୀଙ୍କର କିଛି ସାଥୀ କଳାକାର ଏନେଇ କନଫର୍ମ କରିଥିଲେ ।

ମହାରାଷ୍ଟ୍ରର କୋହ୍ଲାପୁର ସାଙ୍ଗଲୀ ରୋଡର ହଲୋଣ୍ଡୀ ଫାଟାରେ ଅଧରାତ୍ରିରେ ଏକ ଡମ୍ପର ଧକ୍କାରେ କଲ୍ୟାଣୀଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । କଲ୍ୟାଣୀ ତୁଝ୍ୟାତ ଜୀବ ରଙ୍ଗଲା, ଜୀବ ମାଜା ଇଙ୍ଗଲା ସହିତ ଅନ୍ୟ କିଛି ଧାରାବାହିକରେ ପ୍ରମୁଖ ଭୂମିକା ନିଭାଇଥିଲେ । ସେ ନିଜର ଆକ୍ଟିସ ଦମ ବଳରେ ଆଗକୁ ବଢ଼ିପାରିଥିଲେ । ତାଙ୍କର ପରଲୋକରେ ଫ୍ୟାନ୍ସ ସୋସିଆଲ ମିଡ଼ିଆରେ ଆରଆଇପି ମେସେଜ୍ ପୋଷ୍ଟ କରୁଥିବା ଦେଖାଯାଉଛି ।

Get real time updates directly on you device, subscribe now.