fbpx

video;୭୦୦୦ ବର୍ଗ ମିଟର ଅଞ୍ଚଳରେ ଭୟଙ୍କର ଅଗ୍ନିକାଣ୍ଡ; ଜଳୁଥିବା ବିଲ୍ଡିଂରୁ ପାର୍କିଂକୁ ଦୌଡ଼ିଲେ ଲୋକେ

ନୂଆଦିଲ୍ଲୀ; ମସ୍କୋରେ ଋଷର ଅଗ୍ନିଶମ କର୍ମଚାରୀମାନେ ଏକ ଫୁଟବଲ୍ ପିଚ୍ ଆକାରର ନିଆଁକୁ ଆୟତ୍ତ କରିଥିବା ଜଣା ପଡ଼ିଛି । ଜରୁରୀକାଳୀନ ସେବାରୁ ସୂଚନା ମିଳିଛି ଯେ ମସ୍କୋ ଉପକଣ୍ଠରେ ଥିବା ଏକ ସପିଂ ସେଣ୍ଟରରେ ଏଭଳି ଅଗ୍ନିକାଣ୍ଡ ଘଟିଥିଲା । ଋଷର ଜରୁରୀକାଳୀନ ସେବା ମନ୍ତ୍ରଣାଳୟ ଟେଲିଗ୍ରାମରେ କହିଛି ଯେ ମସ୍କୋ ଅଞ୍ଚଳରେ ଅଗ୍ନିଶମ କର୍ମଚାରୀମାନେ ୭୦୦୦ ବର୍ଗ ମିଟର ଅଞ୍ଚଳରେ ନିଆଁ ଲିଭାଉଛନ୍ତି । ମସ୍କୋର ଉତ୍ତର ଉପକଣ୍ଠ ଖିଲ୍କିର ମେଗା ଖିମକି ସପିଂ ସେଣ୍ଟରରେ ଏହି ଅଗ୍ନିକାଣ୍ଡ ଘଟିଛି ।

ସୂତ୍ରରୁ ପ୍ରକାଶ ପାଇଛି ଯେ ଅଗ୍ନି ସଂଯୋଗ ଭଳି ଏକ ସୁଚିନ୍ତିତ କାର୍ଯ୍ୟକୁ ବିଚାର କରାଯାଉଛି । କିପରି ଏହି ଅଗ୍ନିକାଣ୍ଡ ଘଟିଛି ଏ ସମ୍ପର୍କରେ ଆଲୋଚନା କରାଯାଉଛି ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିବା ଦୃଶ୍ୟମାନ ହେଉଛି । ଏଥିରେ ଲୋକମାନେ ନିଆଁ ଲାଗି ଯାଇଥିବା ବିଲ୍ଡିଂରୁ ପାର୍କିଂ ସ୍ଥାନ ଆଡକୁ ଦୌଡୁଥିବା ଦେଖିବାକୁ ମିଳିଛି ।

ମେଗା ଖିମକିର ଏକ ବୃହତ ସପିଂ ସେଣ୍ଟର ଏବଂ ମନୋରଞ୍ଜନ କେନ୍ଦ୍ର ରେ ଏଭଳି ଅଗ୍ନିକାଣ୍ଡ ଘଟିଛି । ମସ୍କୋର ଶେରେମେଟେଭୋ ବିମାନବନ୍ଦର ଠାରୁ ଏହା ୭ କିଲୋମିଟର ଦୂରରେ ଅବସ୍ଥିତ । ସ୍ଥାନୀୟ ସମୟ ଅନୁସାରେ ଏହି ଅଗ୍ନିକାଣ୍ଡ ସକାଳ ୯ ଟା ସମୟରେ ଘଟିଥିଲା । ଅଗ୍ନିକାଣ୍ଡରେ କେହି ଆହତ ହୋଇଥିବା ବର୍ତ୍ତମାନ ସୁଦ୍ଧା ସୂଚନା ମିଳିନାହିଁ ।

Get real time updates directly on you device, subscribe now.