fbpx

ପେପର ଲିକ ମାମଲାରେ ମାଷ୍ଟରଙ୍କର ‘ମାଷ୍ଟରମାଇଣ୍ଡ’, ପଢନ୍ତୁ ଏହି ଖାସ୍ ରିପୋର୍ଟ

ନୂଆଦିଲ୍ଲୀ: ରାଜସ୍ଥାନରେ ଜୁନିୟର ଇଞ୍ଜିନିୟର ପରୀକ୍ଷାର ପେପର ଲିକ ମାମଲାର ଖୁଲାସା ହୋଇଛି । ଏଥିରେ ମୁଖ୍ୟ ଅଭିଯୁକ୍ତ ରାଜେନ୍ଦ୍ର ଯାଦବ ଏବଂ ହର୍ଷବର୍ଦ୍ଦନ ମୀଣା ବୋଲି ଜଣାପଡିଛି । ଏହି ଦୁଇ ଅଭିଯୁକ୍ତ ଟଙ୍କା ଲୋଭରେ ସଂପର୍କୀୟଙ୍କୁ ସରକାରୀ ଚାକିରି ପ୍ରଦାନ କରୁଥିଲେ । ସୂଚନା ଅନୁଯାୟୀ, ସମୁଦାୟ ୫୦ ଜଣ ସରକାରୀ କର୍ମଚାରୀମାନଙ୍କ ଭୂମିକା ତଦନ୍ତ କରାଯାଉଛି । ଅନ୍ୟ ପେପର ଲିକ ମାମଲାରେ ମଧ୍ୟ ଏହି ଦୁଇ ଅଭିଯୁକ୍ତଙ୍କୁ ଜେରା କରାଯାଉଛି । ଏହି ସମସ୍ତ ମାମଲାରେ ବର୍ତ୍ତମାନ ସମୁଦାୟ ୨୪ ଜଣଙ୍କୁ ଧରାଯାଇଛି । ଏଥିରୁ ୫ ଜଣ ପରୀକ୍ଷା ଦେବାକୁ ଥିଲେ ଏବଂ ୧୯ ଜଣ ପେପର ଲିକ ଗ୍ୟାଙ୍ଗଙ୍କ ସହ ଜଡ଼ିତ ଥିଲେ ।

ଜେଇଏନ ପେପର ଲିକ ମାମଲାରେ ଏସଓଜିଙ୍କ ପାଖରେ ବଡ଼ ଅପଡେଟ ଥିଲା । ଏସଓଜି ମୁଖ୍ୟ ଅଭିଯୁକ୍ତ ରାଜେନ୍ଦ୍ର ଯାଦବ ଏବଂ ହର୍ଷବର୍ଦ୍ଦନ ମୀଣାଙ୍କ ବିଷୟରେ ତଦନ୍ତ କରାଯାଉଛି । ଏମାନଙ୍କ ଉପରେ ଅଭିଯୋଗ ଲଗାଯାଇଛି ଯେ, ଏମାନେ ଟଙ୍କା ରୋଜଗାର କରିବା ସହ ସଂପର୍କୀୟଙ୍କୁ ସରକାରୀ ଚାକିରିରେ ନିଯୁକ୍ତ କରୁଥିଲେ ।

ସୂଚନା ଅନୁଯାୟୀ, ହର୍ଷବର୍ଦ୍ଦନ ମୀଣା ଏନଂ ତାଙ୍କ ସ୍ତ୍ରୀ ସରୀତା ମୀଣା ଦୁଇଜଣ ପାର୍ଟନର ଅଟନ୍ତି । ଏଥିସହ ହର୍ଷବର୍ଦ୍ଦନଙ୍କ ଭାଇ ମଧ୍ୟ ପେପର ଲିକ ମାମଲାରେ ଜଡିତ । ଏଥିରେ ସନ୍ଦିଗ୍ଧ ଜଣକ ରାଜେନ୍ଦ୍ର ଯାଦବ ଅଟନ୍ତି । ଯିଏ ସ୍କୁଲରେ ପେପର ଆଉଟ କରି ସପ୍ଲାଏ କରୁଥିଲେ । ରାଜେନ୍ଦ୍ର ଯାଦବ ନିଜ ପୁତ୍ର ଏବଂ ବୋହୂଙ୍କୁ ସରକାରୀ ଚାକିରିରେ ନିୟୋଜିତ କରାଇଛନ୍ତି । ତେବେ ବର୍ତ୍ତମାନ ରାଜେନ୍ଦ୍ର ଯାଦବଙ୍କୁ ଅନ୍ୟାନ୍ୟ ପେପର ଲିକ ମାମଲାରେ ପଚରାଉଚରା କରାଯାଉଛି ।

Get real time updates directly on you device, subscribe now.