fbpx

ଅସମ୍ଭବକୁ ସମ୍ଭବ କରିଥିବା ଏମିତି ଜଣେ ମହିଳା, ବୟସ ହେଲାଣି ୧୦୫ ବର୍ଷ, ହାସଲ କରିଛନ୍ତି ମାଷ୍ଟର୍ସ ଡିଗ୍ରୀ

Advertisement

ଓଡିଶା ଭାସ୍କର: କଲେଜ ଛାଡିବା ପରେ ବହୁତ ଲୋକ କୁହନ୍ତି ଆଉ ପାଠ ପଢିବାର ବୟସ ନାହିଁ । କିନ୍ତୁ, ଅନେକ କ୍ଷେତ୍ରରେ କେତେକ ଲୋକ ଚାକିରି କରିବା ସହ, ବାହା ହେଲା ପରେ ତଥା ନିଜ ସନ୍ତାନଙ୍କ ପାଠପଢା ସହ ଅଧ୍ୟୟନ ଜାରି ରଖନ୍ତି । ମାତ୍ର କ’ଣ ଏମିତି ହୋଇ ପାରିବ ଜଣେ ପାଠପଢା ଛାଡି ପୁଣି ଥରେ ଦଶନ୍ଧି ପରେ ପୁରା କରି ପାରିବ । ନିଶ୍ଚିତଭାବରେ ଏହାର ଉତ୍ତର ହେବ ହଁ । ଏମିତି ଘଟିଛି ଜଣେ ମହିଳାଙ୍କ କ୍ଷେତ୍ରରେ । ସେ ୮୦ ବର୍ଷ ବୟସରେ ପାଠପଢା ଛାଡିଥିଲେ, ଆଉ ଏବେ ୧୦୫ ବର୍ଷ ବୟସରେ ଜୀବନର ଶେଷାନ୍ନରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ଏହି ମହିଳାଙ୍କ ଜୋସ ସମସ୍ତ ପାଠପଢା ଛାଡିଥିବା ଲୋକଙ୍କ ହୋସ ଉଡାଇବା ପାଇଁ ଯଥେଷ୍ଟ । ସାରା ବିଶ୍ୱ ଏବେ ମହିଳାଙ୍କ ଆତ୍ମବିଶ୍ୱାସ, ସାହସ ତଥା ପାଠପଢା ପ୍ରତି ଥିବା ଅହେତୁକ ଭଲପାଇବା ଓ ଦୁର୍ବଳତାକୁ ସଲାମ କରୁଛି ।

ଆମେରିକାର ବର୍ଜିନିଆ ଗିନି ହିସଲୋପ ନିଜର ଷ୍ଟେନଫୋର୍ଡ ଗ୍ରାଜୁଏଟ ସ୍କୁଲ ଅପ ଏଜୁକେଶନ (ଏଝଋ) ରୁ ୮୦ ବର୍ଷ ପରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ସେ ୧୯୪୦ ମସିହାରେ ଷ୍ଟେନଫୋର୍ଡରେ ଜରୁରୀକାଳୀନ କକ୍ଷରେ ନାମ ଲେଖାଇଥିଲେ । ତାହାସହ ସେ ନିଜର କୋର୍ସ ବି ପୂରା କରିଥିଲେ । ମାତ୍ର ହିଲଲୋପ ମାଷ୍ଟର୍ସ ସମୟରେ ନିଜର ଅନ୍ତିମ ମାଷ୍ଟର ଥେସିସ ଜମା କରିବା ପୂର୍ବରୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହୋଇଗଲା ଓ ତାଙ୍କର ଏହି ସ୍ୱପ୍ନର ଡିଗ୍ରୀ ସ୍ୱପ୍ନରେ ହିଁ ରହିଗଲା । ଯୁଦ୍ଧ ଆରମ୍ଭ ହେବା ପରେ ଗିନିର ପ୍ରେମିକଙ୍କୁ ଯୁଦ୍ଧରେ ସେବା କରିବା ପାଇଁ ଡାକରା ଆସିଥିଲା ଓ ସେ ଯୁଦ୍ଧରେ ଯୋଗ ଦେଇଥିଲେ । ଫଳରେ ସ୍କୁଲ ଛାଡି ଗିନି ନିଜର ପରିବାରର କାର୍ଯ୍ୟ ପାଇଁ ତଥା ଛୁଆପିଲାଙ୍କ ଦେଖାରେଖା କରୁଥିଲେ । ପରବର୍ତ୍ତୀ ସମୟରେ ଷ୍ଟେନଫୋର୍ଡ ଥେସିସର ଆବଶ୍ୟକତାକୁ ହଟାଇ ଦେଇଥିଲେ । ଫଳରେ ଗିନ୍ନି ହିଲୋପ ୧୦୫ ବର୍ଷ ବୟସରେ ରେକର୍ଡ କରି ମାଷ୍ଟର ଡିଗ୍ରୀ ହାସଲ କରି ପାରିଛନ୍ତି । ନିଜର ସାର୍ଟିଫିକେଟ ପାଇବା ପରେ ଗିନି କହିଛନ୍ତି, ‘ହେ ଭଗବାନ, ମୁଁ ଏହା ପାଇଁ ଲମ୍ବା ସମୟ ପର୍ଯ୍ୟନ୍ତ ଅପେକ୍ଷା କରିଛି ।’

Get real time updates directly on you device, subscribe now.