fbpx

ବଡ଼ ଖବର: ମାଟିତଳୁ ମିଳିଥିବା ସାମଗ୍ରୀ ମମିତାଙ୍କର ବୋଲି ସ୍ପଷ୍ଟ

କଳାହାଣ୍ଡି(ଓଡ଼ିଶା ଭାସ୍କର): କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟିତ୍ରୀ ନିଖୋଜ ହେବା ଘଟଣାରେ ପୋଲିସର ଛାନଭିନ୍ ଜାରି ରହିଥିବା ବେଳେ ଆଜି ହାଇସ୍କୁଲର ନିର୍ମାଣଧୀନ ଷ୍ଟାଡିୟମ ଖୋଳାଯାଇଥିଲା । ଏହି ଖୋଦେଇରେ ମାଟି ତଳୁ ଏକ ଦଗ୍ଧ ଶବ ମିଳିବା ସହ କିଛି ସାମଗ୍ରୀ ମିଳିଥିଲା । ମୃତଦେହ ସହିତ ମାଟିତଳୁ ମିଳିଥିବା ଜିନିଷ ମମିତାଙ୍କର ବୋଲି ଚିହ୍ନଟ ହୋଇଛି ।

ମିଳିଥିବା ଜିନିଷ ମମିତାଙ୍କର ବୋଲି ପରିବାର ଲୋକେ ଚିହ୍ନଟ କରିଛନ୍ତି । ମୃତଦେହ ସହ ମାଟିତଳୁ ପାଉଁଜି, ସୁନାଚେନ୍ ଓ ବ୍ୟାଗ୍ ମିଳିଥିଲା । ଷ୍ଟାଡିୟମ ଖୋଳି ମୃତଦେହ ସହ ଏସବୁ ସାମଗ୍ରୀ ପୋଲିସକୁ ମିଳିଥିଲା । ଏନେଇ ବଲାଙ୍ଗିର ଡିଏସପି ବଟକୃଷ୍ଣ ମିଶ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ‘ପରିବାର ଲୋକେ ଜିନିଷ ଦେଖିଲେ ଓ ଚିହ୍ନଟ କଲେ । ଜବତ ହୋଇଥିବା ଜିନିଷ କେ ଗାଁ ଥାନାରେ ରହିଛି ।’

ତେବେ ଆଜି ବଲାଙ୍ଗୀର ଓ କଳାହାଣ୍ଡି ପୋଲିସ୍ ମିଳିତ ଭାବରେ ଖୋଦେଇ କାର୍ଯ୍ୟ ଆରମ୍ଭ କରିଥିଲେ । ତେବେ ଏହା ଭିତରେ ମାଟି ତଳୁ ଏକ ଗଳିତ ଶବ ଉଦ୍ଧାର ହୋଇଥିଲା । ଅନ୍ୟପଟେ ମମିତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନେଇ ସନ୍ଦେହ କରାଯାଉଛି । ଏନେଇ ପରିବାର ଲୋକେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ଦୁଷ୍କର୍ମ କରିବା ପରେ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି । ପରିବାର ଲୋକେ ଆହୁରି ମଧ୍ୟ କହିଛନ୍ତି ଯେ, ପୋଲିସ୍ ଉପରେ ଚାପ ପଡ଼ୁଥିବାରୁ ତଦନ୍ତ ବାଟବଣା ହେଉଛି । ମନ୍ତ୍ରୀଙ୍କ ଚାପରେ ପୋଲିସ୍ ଗୋବିନ୍ଦଙ୍କୁ ଛାଡ଼ି ଦେଇଥିବା ସନ୍ଦେହ କରିଛନ୍ତି ।

Get real time updates directly on you device, subscribe now.