fbpx

୨୦ଦିନରେ ମାଟ୍ରିକ ଖାତା ଦେଖା ସାରିବାକୁ ଲକ୍ଷ୍ୟ

କଟକ, ୧୧ା୫(ଓଡ଼ିଶା ଭାସ୍କର): ଆସନ୍ତା ମେ୨୦ରୁ ମାଟ୍ରିକ ଖାତାଦେଖା ଆରମ୍ଭ ହେବ । ୬୦ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା ହେବ । ୨୦ଦିନ ଭିତରେ ଖାତା ଦେଖା ସାରିବାକୁ ବୋର୍ଡ଼ ଟାର୍ଗେଟ ରଖିଛ ବୋଲି ସୂଚନା ମିଳିଛି । ଅଧିକ ସଂଖ୍ୟକ ଶିକ୍ଷକ ମାଟ୍ରିକ ଖାତା ଦେଖିବେ । ଖାତାଦେଖା ପାଇଁ ଅଧିକ ୬ହଜାର ଶିକ୍ଷକ ନିଯୁକ୍ତ ହୋଇଛନ୍ତି । ପୂର୍ବରୁ ୧୭ହଜାର ଶିକ୍ଷକ ଖାତା ଦେଖାରେ ନିଯୁକ୍ତ ଥିଲେ । ନିଯୁକ୍ତ ହୋଇଥିବା ନୂଆ ଶିକ୍ଷକଙ୍କ ତାଲିକା ୱେବସାଇଟରେ ଉପଲବ୍ଧ ହୋଇଛି । ପୂର୍ବରୁ ପ୍ରସାରିତ ପରୀକ୍ଷା କେନ୍ଦ୍ରରେ ଶିକ୍ଷକମାନେ ଖାତା ଦେଖିବେ । ଖାତାଦେଖା ବେଳେ କୋଭିଡ଼ ଗାଇଡ଼ ଲାଇନ ପାଳନ ହେବ । ମୂଲ୍ୟାୟନକାରୀ ମାସ୍କ ପିନ୍ଧିବା, ସାନିଟାଇଜ ଏବଂ ସାମାଜିକ ଦୂରତା ବଜାୟ ରଖିବେ । ଯେଉଁ କେନ୍ଦ୍ରରେ ଭିଡ଼ ସମ୍ଭାବନା ରହିବ ସେଠାରେ ୨ଟି ପର୍ଯ୍ୟାୟରେ ଖାତା ଦେଖା ହେବ । ଏବେ ସୁଦ୍ଧା କୌଣସି କେନ୍ଦ୍ର କଣ୍ଟେନମେଣ୍ଟ ଅଞ୍ଚଳରେ ନାହିଁ । କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା ହେଲେ ଅନ୍ୟତ୍ର ଖାତାଦେଖା ହେବ । ଏହାସହ ରାଜ୍ୟର କୌଣସି କଣ୍ଟେନମେଣ୍ଟ ଜୋନରେ ମୂଲ୍ୟାୟନ କେନ୍ଦ୍ର ହୋଇନାହିଁ । ବୋର୍ଡ଼ ସଭାପତି ରାମାଶିଷ ହାଜରା ଏନେଇ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.