fbpx

ଓଡ଼ିଶାର ୩ଟି ଷ୍ଟେସନରେ ରହିବ ଟ୍ରେନ୍, ଜାଣନ୍ତୁ କେଉଁଠି ?

ଭୁବନେଶ୍ୱର, ୧୧ା୫(ଓଡ଼ିଶା ଭାସ୍କର): ଭାରତୀୟ ରେଳ ପକ୍ଷରୁ ମେ ୧୨ରୁ ପ୍ରାସେଞ୍ଜର ଟ୍ରେନ୍ ଚଳାଇବାକୁ ଘୋଷଣା କରାଯାଇଛି । ଆସନ୍ତାକାଲିଠୁ ଦେଶରେ ଗଡ଼ିବ ଟ୍ରେନ୍‌। ଆରମ୍ଭରୁ ମାତ୍ର ୧୫ଟି ଟ୍ରେନ୍ ଗଡିବ । ଏନେଇ ଆଜି ଅପରାହ୍ଣ ୪ଟାରୁ ଟିକେଟ୍ ବୁକିଂ ଆରମ୍ଭ ହେବ । ଏହି ଟ୍ରେନ୍ ଯେଉଁ ରୁଟରେ ଯିବ , ପୁଣିଥରେ ସେହି ରୁଟରେ ଫେରିଆସିବ । ତେବେ ଭୁବନେଶ୍ୱରରୁ ୧୩ ତାରିଖରେ ଦିଲ୍ଲୀକୁ ଯିବ ଟ୍ରେନ୍‌ । ଦିଲ୍ଲୀରୁ ୧୪ରେ ଭୁବନେଶ୍ୱର ଅଭିମୁଖେ ଟ୍ରେନ୍‌ ଗଡ଼ିବ । ରାଜ୍ୟର କଟକ, ଭଦ୍ରକ ଓ ବାଲେଶ୍ବର ଷ୍ଟେସନରେ ଟ୍ରେନ୍ ରହିବ ‌ । ଓଡ଼ିଶାର ୩ଟି ଷ୍ଟେସନ ସମେତ ମୋଟ୍‌ ୧୨ଟି ଷ୍ଟେସନରେ ରହିବ ଟ୍ରେନ୍ । ହିଜଲି (ଖଡଗପୁର), ଟାଟାନଗର, ମୁରି, ବୋକାରୋ, ଗୋମୋହ, କୋଡ୍ରେମା, ଗୟା, ଡିଡି ଉପାଧ୍ୟାୟ ଜଙ୍କସନ୍‌ ଓ କାନପୁର ଷ୍ଟେସନରେ ରହିବ ଟ୍ରେନ୍‌ ।

ଟ୍ରେନ ଭିତରେ ସାମଜିକ ଦୂରତା ରକ୍ଷା କରାଯିବ । ଟିକେଟକୁ ଆପଣ କେବଳ ଅନଲାଇନରେ ହିଁ ବୁକିଂ କରିପାରିବେ । ତତ୍କାଳ ଓ ପ୍ରିମିୟମ ସୁବିଧା ଏଥିରେ ଲାଗୁ ହେବ ନାହିଁ । ଟ୍ରେନ୍ ଟିକେଟ୍ କେବଳ ଆଇଆରସିଟିସିର ୱେବସାଇଟ୍ www.irctc.co.inରେ ହିଁ ବୁକ୍ କରାଯାଇପାରିବ । ରେଳ ଷ୍ଟେସନରେ କାଉଣ୍ଟର ବନ୍ଦ ରହିବ । ଟିକେଟ୍ କାଉଣ୍ଟରରେ କୌଣସି ବି ଟିକେଟ୍ ଦିଆଯାଇବନାହିଁ । ଷ୍ଟେସନକୁ କେବଳ ଯାତ୍ରୀ ହିଁ ଯାଇପାରିବେ, ଆଉ କାହାକୁ ଯିବାକୁ ଅନୁମତି ନାହିଁ ।

Get real time updates directly on you device, subscribe now.