fbpx

ଟ୍ରେନ ଯାତ୍ରୀଙ୍କ ପାଇଁ ଗାଇଡ଼ଲାଇନ ଜାରି

ନୂଆଦିଲ୍ଲୀ, ୧୧ା୫: ଆସନ୍ତାକାଲିଠାରୁ ଦେଶରେ ଗଡ଼ିବ ପାସେଞ୍ଜର ଟ୍ରେନ । କିନ୍ତୁ ଯାତ୍ରା ସମୟରେ ଟ୍ରେନ ଯାତ୍ରୀଙ୍କ ପାଇଁ କିଛି ଗାଇଡ଼ ଲାଇନ ଜାରି କରିଛି ଗୃହ ମନ୍ତ୍ରାଳୟ । ଏନେଇ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ତ ନିୟମ ପାଳନ କରିବାକୁ ହେବ । ସମସ୍ତ ରେଳଯାତ୍ରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି ଗୃହମନ୍ତ୍ରାଳୟ କହିଛି । ଯାତ୍ରୀମାନେ ସାମାଜିକ ଦୂରତା ମାନିବା ବାଧ୍ୟତାମୂଳକ । ଟ୍ରେନରେ ଯାତ୍ରା ପୂର୍ବରୁ ଯାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ହେବ । ଲକ୍ଷଣ ନଥିଲେ ରେଳଯାତ୍ରା ପାଇଁ ଅନୁମତି ମିଳିବ । ଇ-ଟିକେଟ ଦେଖାଇଲେ ହିଁ ଯାତ୍ରୀ ଯାଇପାରିବେ । ସମସ୍ତ ଷ୍ଟେସନରେ ଯାତ୍ରୀଙ୍କୁ କଡ଼ାକଡ଼ି ଯାଞ୍ଚ କରାଯିବ । ଏହାସହ ବଗି ଓ ଷ୍ଟେସନକୁ ସାନିଟାଇଜ ମଧ୍ୟ କରାଯିବ ।

Get real time updates directly on you device, subscribe now.