fbpx

(Video) ଟ୍ରାଫିକ ସମସ୍ୟା ସାଜିଲା କାଳ: ୨ କି.ମି ଦୌଡ଼ି ଦୌଡ଼ି ପରୀକ୍ଷା ସେଣ୍ଟରରେ ପହଞ୍ଚିଲେ ମାଟ୍ରିକ ଛାତ୍ରୀ

Advertisement

ନୂଆଦିଲ୍ଲୀ: ପରୀକ୍ଷା ସମୟରେ ଗୋଟିଏ ସେକେଣ୍ଡର ସମୟ ଖୁବ୍ ମହତ୍ତ୍ୱ ରଖିଥାଏ । ପରୀକ୍ଷା ସେଣ୍ଟରରେ ଗୋଟିଏ ମିନିଟେରେ ବିଳମ୍ବରେ ପହଞ୍ଚିଲେ ବି ଗେଟ୍ ବନ୍ଦ ହୋଇଯାଇଥାଏ । ଏପରିକି ପରୀକ୍ଷାର୍ଥୀଙ୍କୁ ପରୀକ୍ଷା ଦେବାର ସୁଯୋଗ ମିଳିନଥାଏ । ଏପରି ସ୍ଥଳେ ସମ୍ପୃକ୍ତ ଛାତ୍ର ବା ଛାତ୍ରୀଙ୍କ କ୍ୟାରିୟର ବର୍ବାଦ ହୋଇଯାଇଥାଏ । ତେବେ ନିକଟରେ ଟ୍ରାଫିକ ସମସ୍ୟାରେ ଫଶିଥିବା କିଛି ଛାତ୍ରଛାତ୍ରୀ ୨ କିମି ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ପରୀକ୍ଷା ଦେଇଛନ୍ତି ।

ସୂଚନା ମୁତାବକ, ବର୍ତ୍ତମାନ ସମୟରେ ବିହାରରେ ମାଟ୍ରିକ ପରୀକ୍ଷା ଚାଲିଛି । ମାତ୍ର ଟ୍ରାଫିକ ଜାମରେ ଫଶିବା କାରଣରୁ କିଛି ଛାତ୍ରୀଙ୍କର ପରୀକ୍ଷାର ନିର୍ଦ୍ଧାରିତ ସମୟ ନିକଟତର ହେବାରେ ଲାଗିଥିଲା । ତେଣୁ ଅନ୍ୟ ଉପାୟ ନପାଇ ଛାତ୍ରୀମାନେ ସେମାନଙ୍କ ପରିଜନଙ୍କ ବାଇକରୁ ଓହ୍ଲାଇ ରାସ୍ତାରେ ଦୌଡ଼ିବାରେ ଲାଗିଥିଲେ । ଏପରି ଭାବେ ଛାତ୍ରଛାତ୍ରୀମାନେ ୨ କିମି ପର୍ଯ୍ୟନ୍ତ ଦୌଡ଼ିବା ପରେ ଶେଷରେ ପରୀକ୍ଷା ସେଣ୍ଟରେ ପହଞ୍ଚି ପାରିଥିଲେ । ପରୀକ୍ଷାର୍ଥୀଙ୍କର ଏହି ସଂଘର୍ଷ ସମୟର ଦୃଶ୍ୟ ଏବେ ସାମ୍ନାକୁ ଆସିଛି ।

ରାଜ୍ୟର ମୋହନିୟାରେ ବର୍ତ୍ତମାନ ୧୧ଟି ପରୀକ୍ଷା କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ଚାଲିଛି । ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାର ସମୟ ପୂର୍ବରୁ ନିର୍ଦ୍ଧାରିତ ହୋଇସାରିଛି । ପରୀକ୍ଷାର୍ଥୀ ପରୀକ୍ଷା ସେଣ୍ଟରେ ଠିକ୍ ସମୟରେ ନ ପହଞ୍ଚିଲେ ପ୍ରବେଶ ଦ୍ୱାରା ବନ୍ଦ କରି ଦିଆଯାଇଥାଏ । ତେବେ ଛାତ୍ରଛାତ୍ରୀ ଆଜି ସକାଳୁ ନିଜ ସମ୍ପର୍କୀୟଙ୍କ ସହିତ ବାଇକରେ ଆସୁଥିବା ବେଳେ ୨ ନମ୍ବର ଜାତୀୟ ରାଜପଥରେ ଟ୍ରାଫିକରେ ଫଶିଯାଇଥିଲେ । ତେବେ ପରୀକ୍ଷା ସମୟ ବିଳମ୍ବ ହେଉଥିବାରୁ ଅନ୍ୟ ଉପାୟ ନପାଇ ଛାତ୍ର୍ରୀମାନେ ରାସ୍ତାରେ ଦୌଡ଼ିବାରେ ଲାଗିଥିଲେ ।

Get real time updates directly on you device, subscribe now.