fbpx

ମାଟ୍ରିକ ଅଫଲାଇନ୍ ପରୀକ୍ଷାର୍ଥୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରଥମଥର ପାଇଁ ଚଳିତବର୍ଷ ବିନା ପରୀକ୍ଷାରେ ମାଟ୍ରିକ ରେଜଲ୍ଟ ବାହାରିଥିଲା । ମୂଲ୍ୟାୟନ ହୋଇଥିଲା ଭିନ୍ନ ଉପାୟରେ ଓ ଏହି ବିକଳ୍ପ ଉପାୟରେ ଫଳ ପ୍ରକାଶ ପାଇବାରେ ବିଭିନ୍ନ ସ୍ଥାନରେ ଅସନ୍ତୋଷ ଦେଖାଦେଇଥିଲା । ମାର୍କକୁ ନେଇ ଅନେକ ଛାତ୍ରଛାତ୍ରୀ ଓ ଅଭିଭାବକ ଥିଲେ ଅସନ୍ତୋଷ । ପ୍ରତିବାଦ ଓ ଆନ୍ଦୋଳନ କରାଯିବା ପରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଅଫଲାଇନ୍ ପରୀକ୍ଷା ଦେଇପାରିବେ ବୋଲି ଘୋଷଣା କରାଯାଇଥିଲା । ସେହି ଅନୁସାରେ ବୋର୍ଡ ପ୍ରସ୍ତୁତି ହୋଇସାରିଛି । ଆଉ ଇଚ୍ଛୁକ ଛାତ୍ରଛାତ୍ରୀଙ୍କ ପାଇଁ ରହିଛି ଗୁରତ୍ୱପୂର୍ଣ୍ଣ ସୂଚନା ।

ମାଧ୍ୟମିକ ଶିକ୍ଷା ପରିଷଦ ସୂଚନା ଅନୁସାରେ ଜୁଲାଇ ୩୦ରୁ ପରୀକ୍ଷା ଆରମ୍ଭ ହେବ । ଏଥିପାଇଁ ଆସନ୍ତା ୧୮ ତାରିଖ ସୁଦ୍ଧା ସେଣ୍ଟର ନିର୍ଦ୍ଧାରଣ କରାଯିବ । ସେହିପରି ୨୮ ତାରିଖ ସୁଦ୍ଧା ସେଣ୍ଟରଗୁଡ଼ିକରେ ପ୍ରଶ୍ନପତ୍ର ଏବଂ ଓଏମଆର୍ ସିଟ୍ ପହଞ୍ଚିବ । କରୋନା ମହାମାରୀ ପାଇଁ ଶିକ୍ଷା ବ୍ୟବସ୍ଥା ଗୁରୁତ୍ୱର ଭାବେ ପ୍ରଭାବିତ ହୋଇଛି । ତେଣୁ ଏଭଳି ଅନେକ ଅସନ୍ତୋଷ ସୃଷ୍ଟି ହେଉଛି । ତେବେ ସରକାର ଏସବୁ ସମସ୍ୟାର ସମାଧାନ ଦିଗରେ ତତ୍ପରତା ପ୍ରକାଶ କରିଛନ୍ତି । ପରୀକ୍ଷାର୍ଥୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ପରୀକ୍ଷା କେନ୍ଦ୍ର ସ୍ଥିର କରାଯିବ ବୋଲି ଜଣାପଡ଼ିଛି । ଗୋଟିଏ ସେଣ୍ଟରରେ ଅତି ବେଶୀରେ ଶହେ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ବ୍ୟବସ୍ଥା କରାଯାଉଛି । ଅଫଲାଇନ୍ ପରୀକ୍ଷା ପାଇଁ ବୁଧବାର ଫର୍ମପୂରଣର ଅନ୍ତିମ ଦିବସ । ପରୀକ୍ଷା ଜୁଲାଇ ୩୦ରୁ ଆରମ୍ଭ ହୋଇ ଅଗଷ୍ଟ ୫ରେ ସରିବ ।

Get real time updates directly on you device, subscribe now.