fbpx

ଏଣିକି ଘରେ ବସି କରିପାରିବେ କରୋନା ଟେଷ୍ଟ, ଏହି କମ୍ପାନୀ ମାତ୍ର ୩୨୫ ଟଙ୍କାରେ ଲଞ୍ଚ କଲା କିଟ୍

ନୂଆଦିଲ୍ଲୀ: କରୋନା ଭାଇରସର ଦ୍ୱିତୀୟ ଲହର ଜାରି ରହିଥିବା ବେଳେ ତୃତୀୟ ଲହରକୁ ନେଇ ଚିନ୍ତା ବଢ଼ିଛି । ଲୋକମାନେ ଥଣ୍ଡା ବା ଜ୍ୱରରେ ଆକ୍ରାନ୍ତ ହେଲେ ବି କୋଭିଡ଼ ସେଣ୍ଟରକୁ ଯାଇ ଟେଷ୍ଟ କରିବାକୁ ଭୟ କରୁଛନ୍ତି । କିନ୍ତୁ ଏଣିକି ଆପଣ ଘରେ ରହି ସହଜ ଉପାୟରେ କୋଭିଡ ଟେଷ୍ଟ କରିପାରିବେ । ହେଲ୍ଥ ସେକ୍ଟରର ପ୍ରମୁଖ କମ୍ପାନୀ Abbott ଦେଶରେ ବୟସ୍କ ଓ ପିଲାମାନଙ୍କଠାରେ ସାର୍ସ-ସିଓଭି-୨ଭାଇରସ୍ ଚିହ୍ନଟ କରିବାକୁ କୋଭିଡ ହୋମ ଟେଷ୍ଟ କିଟ୍ ଲଞ୍ଚ କରିଛି ।

କମ୍ପାନୀ ଦ୍ୱାରା ଲଞ୍ଚ କରାଯାଇଥିବା ଏହି କିଟର ପ୍ରାରମ୍ଭିକ ମୂଲ୍ୟ ୩୨୫ ଟଙ୍କା ରଖାଯାଇଛି । କମ୍ପାନୀ ତରଫରୁ କୁହାଯାଇଛି ଯେ, ବ୍ୟକ୍ତିଗତ ବ୍ୟବହାର ପାଇଁ କମ୍ପାନୀ ଲକ୍ଷ ଲକ୍ଷ ସଂଖ୍ୟାରେ ପ୍ୟାନବିଓ କୋଭିଡ଼ ରାପିଡ ଆଣ୍ଟିଜେନ୍ ଟେଣ୍ଟିଂ କିଟ୍ ଉପଲବ୍ଧ କରିବାକୁ ଯାଉଛି । ଏହା ମାଧ୍ୟମରେ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ବୋଝ କମ୍ କରିବା ବୋଲି କମ୍ପାନୀ କହିଛି । କମ୍ପାନୀ ଗୋଟିଏ କିଟ୍ ମୂଲ୍ୟ ୩୨୫ ଟଙ୍କା, ୪ ପ୍ୟାକ୍ କିଟ୍ ୧୨୫୦ ଟଙ୍କା, ୧୦ ପ୍ୟାକ୍ କିଟ୍ ୨୮୦୦ ଟଙ୍କା ଓ ୨୦ ପ୍ୟାକ୍ କିଟର ମୂଲ୍ୟ ୫,୪୦୦ ଟଙ୍କା ରଖିଛି ।

Get real time updates directly on you device, subscribe now.