fbpx

ସପ୍ତାହରେ ଏହି ଦିନ ଚୁଟି କାଟନ୍ତୁ, ଦୂର ହୋଇଯିବ ଅର୍ଥ ସମସ୍ୟା

ଓଡ଼ିଶା ଭାସ୍କର ବ୍ୟୁରୋ: ଆର୍ଥିକ ସଙ୍କଟ ଆପଣଙ୍କୁ ଶାରିରୀକ ଏବଂ ମାନସିକ ସ୍ତରରେ ଦୁର୍ବଳ କରିଦିଏ । କିନ୍ତୁ ଜ୍ୟୋତିଷ ମାନଙ୍କ କହିବା କଥା ଯେ, ଆମେ ଦୈନାନ୍ଦିନ ଜୀବନରେ କରୁଥିବା କିଛି କାମ କାରଣରୁ ବି ଆର୍ଥିକ ସମସ୍ୟା ଦେଇ ଗତି କରୁ । ଆଉ ଏହି ସମସ୍ୟାରୁ ମୁକ୍ତି ପାଇବାକୁ ସେମାନେ ଉପାୟ ମଧ୍ୟ କହିଛନ୍ତି ଯାହା ଆପଣଙ୍କୁ ସବୁ ସମସ୍ୟାରୁ ମୁକ୍ତି ଦେବ ।

ଜ୍ୟୋତିଷ ମାନଙ୍କର କହିବା କଥା ଯେ, ଗ୍ରହ ନକ୍ଷତ୍ରଙ୍କ ପ୍ରଭାବ କେତେବେଳେ ଭଲ ପଡ଼େ ଏବଂ କେତେବେଳେ ଆମ ଜୀବନ ଉପରେ ଖରାପ ପ୍ରଭାବ ପକାଇଥାଏ । ତେବେ ଯଦି ଆପଣଙ୍କର ବି ଆର୍ଥିକ ସଙ୍କଟ ଲାଗି ରହୁଛି ତେବେ ଆପଣ ନିଜର ଦୈନନ୍ଦିନ ଜୀବନରେ କରୁଥିବା କିଛି କାମ ରେ ପରିବର୍ତ୍ତନ ଆଣନ୍ତୁ ।

ଯେମିତିକି ଚୁଟି କାଟିବା । ଏମିତିରେ ବି ଚୁଟି ସମସ୍ତେ କାଟନ୍ତି । କିନ୍ତୁ ଆମେ ଆମ ଅଜାଣତରେ ଭୁଲ୍ ଦିନରେ ଚୁଟି କାଟିବା ଦ୍ୱାରା ତାର ଖରାପ ପ୍ରଭାବ ଆମର ଜୀବନ ଉପରେ ପଡ଼ିଥାଏ । ଶାସ୍ତ୍ରରେ ମଧ୍ୟ ଏ ସମ୍ପର୍କରେ କୁହାଯାଇଛି । ଶାସ୍ତ୍ରରେ ଉଲ୍ଲେଖ କରାଯାଇଥିବା କିଛି ପ୍ରତିକାର ଅଛି, ଯାହାକୁ କରି ଜୀବନର ଅସୁବିଧାରୁ ମୁକ୍ତି ପାଇପାରିବା । ଅଜାଣତରେ ଆମେ କିଛି ଭୁଲ୍ କରିଥାଉ ଯେଉଁଥିପାଇଁ ମା ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି, ଯାହା ଆମ ଉପରେ ବିପରୀତ ପ୍ରଭାବ ପକାଇଥାଏ ଏବଂ ନକାରାତ୍ମକତା ହେତୁ ସବୁ ଦିଗରୁ ସମସ୍ୟା ବଢ଼ିବାରେ ଲାଗିଥାଏ ।

ବୁଧବାର ଏବଂ ଶୁକ୍ରବାର ଦିନ ସବୁଠୁ ଶୁଭ ବୋଲି ବିବେଚନା କରାଯାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ବୁଧବାର ଦିନ କେଶ କିମ୍ବା ନଖ କାଟିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ଏହି ଦିନ କେଶ କାଟିବା ଦ୍ୱାରା ଘରେ କୌଣସି ଅର୍ଥର ଅଭାବ ହୁଏ ନାହିଁ ଏବଂ ସବୁବେଳେ ସୁଖ ଓ ସମୃଦ୍ଧତା ରହିଥାଏ । ସେଥିପାଇଁ ବୁଧବାର ଏବଂ ଶୁକ୍ରବାର ଦିନ କେଶ କାଟିବା ଉଚିତ୍ । ଅନ୍ୟପକ୍ଷରେ, ଶୁକ୍ରବାର ଦିନ ନଖ କାଟିବା ବହୁତ ଭଲ । ଶାସ୍ତ୍ରରେ ଏହା ସ୍ପଷ୍ଟ ଭାବରେ କୁହାଯାଇଛି ଯେ ନଖ କିମ୍ବା କେଶ କାଟିବା ପାଇଁ ଶୁକ୍ରବାର ସର୍ବୋତ୍ତମ ଦିନ । କିନ୍ତୁ ରବିବାର, ସୋମବାର, ମଙ୍ଗଳବାର, ଗୁରୁବାର ଏବଂ ଶନିବାର ଦିନ କେଶ ଏବଂ ନଖ କାଟିବା ଉଚିତ ନୁହେଁ। ଏହା ଆପଣଙ୍କ ଜୀବନ ଉପରେ ବିପରୀତ ପ୍ରଭାବ ପକାଇଥାଏ ।

Get real time updates directly on you device, subscribe now.