fbpx
BJD
BJD SKY
BJD SKY

୧୫ ହଜାର ଫୁଟ ଉଚ୍ଚରୁ ଖସିଲେ ଯବାନ, କିନ୍ତୁ ହଠାତ୍ ହେଲା ଚମତ୍କାର

BJD

କାର୍ଲିଫର୍ଣ୍ଣିଆ: ‘ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ’ । ଏହି ପଂକ୍ତିଟି ଆପଣ ମାନେ ନିଶ୍ଚୟ ଶୁଣିଥିବେ । ଯାହାଙ୍କର ସହିତ ଭଗବାନ ଥାଆନ୍ତି ତାର କେହି ବି ଖରାପ କରିପାରିବେ ନାହିଁ । ତେବେ ଏପରି କହିବାର କାରଣ ହେଲା ଆମେରିକାର ଜଣେ ସୈନିକଙ୍କ ସହିତ ଏପରି ଏକ ଘଟଣା ଘଟିଯାଇଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛି । ୧୫ ହଜାର ଫୁଟ ଉଚ୍ଚରୁ ପଡ଼ି ମଧ୍ୟ ଏହି ସୈନିକ ଜୀବିତ ରହିଛନ୍ତି । ତେବେ ଏହି ଘଟଣାରେ ତାଙ୍କର ଗୋଡ଼ରେ ଆଘାତ ଲାଗିଛି । ବର୍ତ୍ତମାନ ତାଙ୍କର ହସ୍ପିଟାଲରେ ଚିକିତ୍ସା ଜାରି ରହିଛି ।

ଦ ସନ୍ ରିପୋର୍ଟ ଅନୁଯାୟୀ, ବ୍ରିଟିଶ୍ ସ୍ପେଶାଲ୍ ଫୋର୍ସ କର୍ମଚାରୀମାନେ ଆମେରିକାର କାର୍ଲିଫର୍ଣ୍ଣିଆର ପାରା ଜମ୍ପିଂରେ ଟ୍ରେନିଂ ନେଉଥିଲେ । ବିମାନରୁ ସମସ୍ତ ଯବାନ ମାନଙ୍କୁ ୧୫ ହଜାର ଫୁଟ ଉଚ୍ଚତାକୁ ନେଇ ପାରା-ଡ୍ରପ୍ କରାଯାଇଥିଲା । ଯେତେବେଳେ ସେମାନେ ଗୋଟିଏ ପରେ ଗୋଟିଏ ଡେଇଁ ତଳକୁ ଯାଉଥିଲେ । ଭୂମିରୁ କିଛି ହଜାର ଫୁଟ ବାକି ରହିବା ପରେ ଏମାନେ ପାରାଚ୍ୟୁଟ୍ ଖୋଲି ନିରାପଦରେ ଭୂମି ଆଡକୁ ଅବତରଣ କରୁଥିଲେ । ଏହି ସମୟରେ ଯବାନଙ୍କ ସହ ଘଟିଥିଲା ଏହି ଘଟଣା ।

ଏହି ଯବାନ ମାନଙ୍କ ମଧ୍ୟରେ ଥିବା ଜଣେ ଯବାନଙ୍କର ପାରାଚୁଟ୍ ପବନରେ ଜମି ଯାଇଥିଲା । ତେଣୁ ସେ ଜମି ଯାଇଥିଲା ପାରାଚୁଟ୍ କୁ ଖୋଲିବାକୁ ଚେଷ୍ଟା କରୁଥିଲେ । ଆଉ ତାହା ପୂରା ଖୋଲୁନଥିଲା । ଫଳରେ ସେ ଉଚ୍ଚ ଆକାଶରୁ ଖୁବ୍ ଜୋରରେ ଆସି ତଳେ ପଡ଼ିଥିଲେ । ହେଲେ ପଡ଼ିବା ସମୟରେ ସେ ନିଜର ମୃତ୍ୟୁକୁ ନିଜ ସାମନାରେ ଦେଖିଥିଲେ । କିନ୍ତୁ ପଡ଼ିବା ପରେ ବି ତାଙ୍କର କୌଣସି ବିଶେଷ ଅସୁବିଧା ହେଲା ନାହିଁ ।

ସେ ୧୫ ହଜାର ଫୁଟ ଉଚ୍ଚରୁ ମାଟିରେ ପଡ଼ିବା ଜାଗାରେ ଗୋଟିଏ ଘର ଉପରେ ଖସି ପଡ଼ିଥିଲେ । ଆଉ ତାହା ଟାଇଲ୍ ର ଛାତ ଥିଲା । ସେ ଉକ୍ତ ଛାତ ଉପରେ ପଡ଼ିବା ପରେ ଛାତ ଭାଙ୍ଗି ଯାଇଥିଲା । ଆଉ ସେ ଘର ଭିତରେ ଥିବା ରୋଷେଇ ଘରେ ପଡ଼ିଥିଲେ । ସେହି ସମୟରେ ସେ ଘରେ କେହି ନଥିଲେ । ହେଲେ ପାଖ ପଡୋଶୀ ଶବ୍ଦ ଶୁଣି ପୁଲିସ୍ କୁ ଖବର ଦେଇଥିଲେ । ପୁଲିସ୍ ଆସି ଛାତ ଉପର ପଟେ ଦେଖିବାରୁ ଜଣାପଡ଼ିଥିଲା ଯେ, ଜଣେ ଯବାନ ଖସି ପଡ଼ିଛନ୍ତି । ତାଲା ଭାଙ୍ଗି ପୁଲିସ୍ ଘରକୁ ଯାଇଥିଲା ଏବଂ ଯବାନଙ୍କୁ ଉଦ୍ଧାର କରିଥିଲା । ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କେବଳ ଗୋଡ଼ରୁ ରକ୍ତ ବାହାରୁଥିବା ଦେଖିବାକୁ ମିଳିଥିଲା । ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ରହିଛି ।

Get real time updates directly on you device, subscribe now.