fbpx
BSKY
BJD SHG SKY
BJD MC SKY

ପୂର୍ବତନ କ୍ରିକେଟର ଯଶପାଲ ଶର୍ମାଙ୍କ ପରଲୋକ, ୧୯୮୩ ବିଶ୍ଵ କପର ଥିଲେ ହିରୋ

ନୂଆଦିଲ୍ଲୀ : ଆଉ ଇହ ଜଗତରେ ନାହାନ୍ତି ୧୯୮୩ରେ ଭାରତୀୟ ଦଳକୁ ବିଶ୍ଵ ଚାମ୍ପିଅନ କରାଇବାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା ଯଶପାଲ ଶର୍ମା। ମଙ୍ଗଳବାର ସକାଳେ ହୃଦଘାତ କାରଣରୁ ତାଙ୍କର ଦେହାନ୍ତ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ହୋଇଥିଲା। ଯଶପାଲଙ୍କ ନିଧନରେ ପୂର୍ବତନ ଅଧିନାୟକ କପିଲ ଦେବ ନିଜର ଲୁହ ରୋକି ପାରି ନାହାନ୍ତି। ଶର୍ମା ଭାରତୀୟ ଦଳର ଚୟନକର୍ତ୍ତା ମଧ୍ୟ ଥିଲେ। ତାଙ୍କ ନିଧନରେ କ୍ରିକେଟ ଜଗତରେ ଶୋକରଛାୟା ଖେଳି ଯାଇଛି।

ଶର୍ମାଙ୍କ କ୍ୟାରିୟର

ଯଶପାଲ ୧୯୭୯ ଅଗଷ୍ଟ ୨ରେ ଲର୍ଡ୍ସ ମଇଦାନରେ ନିଜର ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ। ଶର୍ମା ଭାରତ ପକ୍ଷରୁ ୩୭ ଟେଷ୍ଟ ମ୍ୟାଚରେ ୧୬୦୬ ରନ କରିଛନ୍ତି। ତାଙ୍କର ସର୍ବୋଚ୍ଚ ସ୍କୋର ୧୪୦ ଥିଲା। ସେ ୩୩.୪୫ ହାରରେ ରନ କରିଥିଲେ। ଦିନିକିଆ କ୍ରିକେଟରେ ସେ ୪୨ ମ୍ୟାଚରେ ୨୮.୪୮ ହାରରେ ୮୮୩ ରନ କରିଛନ୍ତି।

୧୯୮୩ ବିଶ୍ଵ କପର ହିରୋ ଥିଲେ ଶର୍ମା

୧୯୮୩ ବିଶ୍ଵ କପରେ ଭାରତୀୟ ଦଳ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚରୁ ବିଜୟ ସହ ଅଭିଯାନ ଆରମ୍ଭ କରିଥିଲା। ଏଥିରେ ଶରମା ଗୁରୁତ୍ଵପୂର୍ଣ୍ଣ ଭୂମିକା ନିଭାଇଥିଲେ। ଯେତେ ବେଳେ ସେ କ୍ରିଜକୁ ଓହ୍ଲାଇଲେ, ସେତେବେଳେ ଦଳର ସ୍କୋର ୩ ଓ୍ଵିକେଟରେ ୭୬ ରନ ଥିଲା। ପରେ ଦଳର ସ୍କୋର ୫ ଓ୍ଵିକେଟରେ ୧୪୧ରେ ପହଞ୍ଚିଥିଲା। ଶର୍ମା ୧୨୦ ବଲରୁ ୮୯ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିଥିଲେ। ତାଙ୍କର ଏହି ଇନିଂସ ବଳରେ ଭାରତ ବିଜୟୀ ହୋଇଥିଲା।

ଏହା ବ୍ୟତୀତ ଅଷ୍ଟ୍ରେଲିଆ ବିପକ୍ଷରେ ୪୦ ରନର ଆକ୍ରମଣାତ୍ମକ ଇନିଂସ ହେଉ କି ଇଂଲଣ୍ଡ ବିପକ୍ଷରେ ଗୁରୁତ୍ଵପୂର୍ଣ୍ଣ ସମୟରେ ଖେଳିଥିବା ୬୧ ରନର ଇନିଂସ। ଶର୍ମା ବିଶ୍ଵ କପରେ ୨୪୦ ରନ କରିଥିଲେ। ଶେଷରେ ଭାରତ ଫାଇନାଲରେ ଓ୍ଵେଷ୍ଟଇଣ୍ଡିଜକୁ ହରାଇ ପ୍ରଥମ ଥର ବିଶ୍ଵ କପ ଜିତିଥିଲା।

Get real time updates directly on you device, subscribe now.