fbpx

ଲକଡାଉନ ପରେ ତୁରନ୍ତ ମାଟ୍ରିକ ଖାତା ଦେଖା ଆରମ୍ଭ

କଟକ, ୨୭ା୪(ଓଡ଼ିଶା ଭାସ୍କର ): କରୋନା ପାଇଁ ଦେଶ ରାଜ୍ୟ ଲକ୍ ଡାଉନ ରହିଛି । ତେଣୁ ମାଟ୍ରିକ ଖାତା ଦେଖାରେ ବିଳମ୍ବ ହୋଇଛି । କିନ୍ତୁ ଏନେଇ ପରିକ୍ଷାର୍ଥୀ ଓ ଅଭିଭାବକ ଚିନ୍ତିତ ନହେବାକୁ ପରାମର୍ଶ ଦିଆଯାଇଛି । ଲକଡାଉନ ପରେ ଖାତାଦେଖା ତୁରନ୍ତ ସାରିବାକୁ ବୋର୍ଡ଼ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ଶୀଘ୍ର ଖାତା ଦେଖା ସାରିବା ପାଇଁ ମୂଲ୍ୟାୟନ କେନ୍ଦ୍ର ବଢ଼ିବା ସହ ଖାତା ମୂଲ୍ୟାୟନକାରୀ ମଧ୍ୟ ବଢ଼ିବେ । ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ବୋର୍ଡ଼ ସଭାପତି ରାମାଶିଷ ହାଜରା । ଏହାସହ ସମସ୍ତ ଜୋନକୁ ନବମ ଓ ଦଶମ ଶ୍ରେଣୀ ବହି ପଠାଯାଇଛି । ଛାତ୍ରଛାତ୍ରୀଙ୍କୁ କେବେ ବହି ଦିଆଯିବ ସେନେଇ ଶୀଘ୍ର ନିଷ୍ପତ୍ତି ନିଆଯିବ । ଲକ୍ ଡାଉନ ସ୍ଥିତିକୁ ନେଇ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.