fbpx

ବୋର୍ଡ ପକ୍ଷରୁ ପ୍ରସ୍ତୁତି ଶେଷ : ଆଜିଠୁ ମାଟ୍ରିକ୍ ସମ୍ମେଟିଭ୍-୧ ପରୀକ୍ଷା

କଟକ : ବୁଧବାର ଠାରୁ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦଶମ ସମ୍ମେଟିଭ୍-୧ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି । ଏଥିନେି ବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ସମସ୍ତ ନୋଡାଲ ସେଣ୍ଟରମାନଙ୍କୁ ପ୍ରଶ୍ନପତ୍ର ପଠାଯାଇଛି । ପ୍ରଶ୍ନପତ୍ର ସୁରକ୍ଷିତ କରି ରଖିବା ପାଇଁ ୩୧୬ଟି ନୋଡାଲ ସେଣ୍ଟର ସ୍ଥାପନ କରାଯାଇଛି । ସେଥିମଧ୍ୟରୁ ମାଓପ୍ରବଣ ଅଞ୍ଚଳରେ ୭ଟି, ମାଲକାନଗିରିରେ ୧୦ଟି ଓ କୋରାପୁଟର ୫ଟି ଥାନାରେ ନୋଡାଲ୍ ସେଣ୍ଟର କରାଯାଇଛି ।

କପି ରୋକିବା ପାଇଁ ତ୍ରିସ୍ତରୀୟ ସ୍କ୍ୱାର୍ଡ ବ୍ୟବସ୍ଥା କରାଯାଇଛି । ବୋର୍ଡସ୍ତରୀୟ ଜିଲ୍ଲା ଶିକ୍ଷାଧିକାରୀ ପରୀକ୍ଷାକେନ୍ଦ୍ର ବୁଲି କପି ଉପରେ ନଜର ରଖିବାକୁନିର୍ଦ୍ଦେଶ ଦିଆଯାଇଛି । ସେହିପରି ପୂର୍ବରୁ ଯେଉଁସବୁ ସେଣ୍ଟରରେ କପି ହେବାର ନଜିର ରହିଛି ସେହିସବୁ ସ୍ଥାନରେ କପି ରୋକିବା ପାଇଁ ଅବଜରଭରମାନଙ୍କୁ ନିଯୁକ୍ତି ଦିଆଯାଇଛି । ଚଳିତ ବର୍ଷ ୫ ଲକ୍ଷ ୪୦ ହଜାର ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବେ । ତେବେ ସେମାନେ ନିଜ ସ୍କୁଲରେ ପରୀକ୍ଷା ନଦେଇ ନିକଟ ସ୍କୁଲରେ ହୋଇଥିବା ସେଣ୍ଟରରେ ପରୀକ୍ଷା ଦେବେ । ପରୀକ୍ଷାକେନ୍ଦ୍ରରେ ମୋବାଇଲ ଫୋନ୍ ସମ୍ପୂର୍ଣ୍ଣ ବାରଣ କରାଯାଇଛି ।

ସମ୍ମେଟିଭ୍-୧ ଓ ସମ୍ମେଟିଭ୍-୨ ମାର୍କକୁ ଦେଖି ଛାତ୍ରଛାତ୍ରୀଙ୍କ ଫଳ ପ୍ରକାଶ କରାଯିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପକ୍ଷରେ ଦିନ ୧୦ଟାରୁ ପରୀକ୍ଷା ଆରମ୍ଭ କରାଯିବ । ଏଥିପାଇଁ ୩,୦୨୯ଟି ପରୀକ୍ଷାକେନ୍ଦ୍ର କରାଯାଇଛି । ପ୍ରଥମ ଦିନ ଇଂରାଜୀ ପରୀକ୍ଷା ହେବାକୁ ଥିବାବେଳେ ୨୫ରେ ଗଣିତ ଓ ୨୬ରେ ମାତୃଭାଷା ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ସେହିପରି ୨୭ରେ ପ୍ରାକ୍ଟିକାଲ୍, ୨୮ରେ ସାଧାରଣ ବିଜ୍ଞାନ, ୨୯ରେ ସାମାଜିକ ବିଜ୍ଞାନ ଏବଂ ୩୦ ତାରିଖରେ ତୃତୀୟ ଭାଷା ପରୀକ୍ଷା ପାଇଁ ବ୍ୟବସ୍ଥା କରାଯାଇଛି । ଛାତ୍ରଛାତ୍ରୀମାନେ ପରୀକ୍ଷାକେନ୍ଦ୍ର ଭିତରକୁ କେବଳ ପେନ୍ ଓ ଆଡମିଟ୍ କାର୍ଡ ନେଇପାରିବେ ବୋଲି ବୋର୍ଡ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

Get real time updates directly on you device, subscribe now.