fbpx

ମାରାଥନ୍ ଇନିଂସ ଖେଳିଲେ ମାଥ୍ୟୁସ୍: ଲଢ଼ୁଆ ବ୍ୟାଟିଂ ସତ୍ୱେ ଦ୍ୱିଶତକରୁ ବଞ୍ଚିତ

Advertisement

ନୂଆଦିଲ୍ଲୀ: ବାଂଲାଦେଶ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟରେ ଦୃଢ ବ୍ୟାଟିଂ କରିଛନ୍ତି ଆଞ୍ଜେଲୋ ମାଥ୍ୟୁସ୍ । ପୂର୍ବତନ ଶ୍ରୀଲଙ୍କା ଅଧିନାୟକ ମାଥ୍ୟୁସ୍ ୧୯୯ ରନର ଇନିଂସ ଖେଳିଥିବା ବେଳେ ଅଳ୍ପକେ ଦ୍ୱିଶତକରୁ ବଞ୍ଚିତ ହୋଇଥିଲେ । ମାଥ୍ୟୁସଙ୍କ ଇନିଂସ ବଳରେ ଶ୍ରୀଲଙ୍କା ପ୍ରଥମ ଇନିଂସରେ ୩୯୭ ରନ କରିଥିବା ବେଳେ ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ବାଂଲାଦେଶ ବିନା କୌଣସି କ୍ଷତିରେ ୭୬ ରନ୍ ସଂଗ୍ରହ କରିଛି ।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ପକ୍ଷରୁ ମାଥ୍ୟୁସ୍ ୧୯୯ ରନ୍ କରିଥିଲେ । ଶେଷ ବ୍ୟାଟ୍ସମ୍ୟାନ୍ ଭାବରେ ମାଥ୍ୟୁସ୍ ଆଉଟ ହୋଇଥିବା ବେଳେ ଖେଳିଥିଲେ ୩୯୭ ବଲ୍ । ପ୍ରବଳ ଖରାରେ ବ୍ୟାଟିଂ କରିଥିଲେ ହେଁ ଅସୀମ ଧୈର୍ଯ୍ୟର ପରିଚୟ ଦେଇଥିଲେ ମାଥ୍ୟୁସ୍ । ବାଂଲାଦେଶ ବୋଲରଙ୍କ ମୁକାବିଲା କରିବା ସହିତ ୧୯୯ ରନର ଇନିଂସରେ ୧୯ଟି ଚୌକା ଓ ଗୋଟିଏ ଛକା ମାରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ନିରୋଶାନ ଡିକୱେଲା(୬୬) ଏବଂ କୁଶାଲ ମେଣ୍ଡିସ୍ (୫୪) ରନ ସଂଗ୍ରହ କରିଥିଲେ ।

୩୯୭ ରନ ଜବାବରେ ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ବାଂଲାଦେଶ ଦୃଢ ଜବାବ ଦେଇଛି । ୧୯ ଓଭର ଖେଳ ଶେଷରେ ଦଳ ବିନା କୌଣସି ୱିକେଟରେ ୭୬ ରନ ସଂଗ୍ରହ କରିଛି । ତାମିମ୍ ଇକବାଲ ୩୫ ଏବଂ ମହମଦୁଲ ହସନ ଜୟ ୩୧ ରନରେ ବ୍ୟାଟିଂ କରୁଛନ୍ତି ।

Get real time updates directly on you device, subscribe now.