fbpx
BSKY SKY
BSKY SKY

ମାଙ୍କ ଶବ ସହ ବିତାଇଲା ୩ ଦିନ: ହତ୍ୟାର ସନ୍ଦେହ ଘେରରେ ୨୨ ବର୍ଷର ମାନସିକ ବିକୃତ ପୁଅ

BSKY

ହାଇଦ୍ରାବାଦ: ମାଙ୍କ ମୃତଦେହ ସହିତ ଘର ଭିତରେ ୩ ଦିନ ପର୍ଯ୍ୟନ୍ତ ରହିଛି ୨୨ ବର୍ଷର ପୁଅ । ଦୁର୍ଗନ୍ଧ ଆସିବାରୁ ସ୍ଥାନୀୟ ଲୋକେ ପୋଲିସରେ ଅଭିଯୋଗ କରିଥିଲେ । ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏସବୁ ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଛି ।

ହାଇଦ୍ରାବାଦ ମଲକାଜଗିରୀ ଥାନା ଅଞ୍ଚଳରେ ଘଟିଛି ଏପରି ଏକ ଅଭାବନୀୟ ଘଟଣା । କ୍ଷତବିକ୍ଷତ ଅବସ୍ଥାରେ ବିଜୟା ବାଣୀଙ୍କ ମୃତଦେହ ଥିବା ବେଳେ ନିକଟରେ ତାଙ୍କ ପୁଅ ବସି ରହିଥିଲା । ତେବେ ୨୨ ବର୍ଷର ପୁଅ ଭେଙ୍କଟ ସାଇଙ୍କ ମାନସିକ ସ୍ଥିତି ଠିକ ନଥିବା ତଦନ୍ତ ପରେ ଜଣାପଡିଛି । ସେ ଜଣେ ଗ୍ରାଜୁଏଟ ବୋଲି ପୋଲିସ ସୂଚନା ଦେଇଛି । କିନ୍ତୁ ସବୁଠୁ ଆଶ୍ଚର୍ଯ୍ୟ ହେଉଛି ଭେଙ୍କଟ ସାଇଙ୍କ ପୁଅରେ ମାଙ୍କୁ ହତ୍ୟା କରିବାର ଅଭିଯୋଗ ଆଣିଛି ପୋଲିସ ।

ତେବେ ଏହା ହତ୍ୟା ନା ଆତ୍ମହତ୍ୟା ସ୍ପଷ୍ଟ ହୋଇନଥିବା ବେଳେ ଏବେ ବି ସନ୍ଦେହ ଘେରରେ ରହିଛି ପୁଅ ଭେଙ୍କଟ ସାଇ । ପଚରାଉଚରା ପାଇଁ ତାକୁ ପୋଲିସ ହେପାଜତକୁ ନେଇଛି । ତେବେ ପୋଲିସ ଏବେ ଏହି ଘଟଣାର ତଦନ୍ତ ଜୋରଦାର ଚଳାଇଛି । ମହିଳାଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଘଟଣା ଉପରୁ ପରଦା ହଟିବ ବୋଲି କହିଛି ପୋଲିସ ।

Get real time updates directly on you device, subscribe now.