(Video) ପୁଣି ନଭେମ୍ବରରେ ଆସୁଛି ବାତ୍ୟା ! ପଞ୍ଜିକା ସହ ମେଳ ଖାଉଛି ପାଣିପାଗ ବିଭାଗର ସୂଚନା

ଭୁବନେଶ୍ବର: ପୁଣି ଦେଖାଗଲାଣି ବାତ୍ୟା ଭୟ । ଦାନା ବାନ୍ଧୁଛି ଲଘୁଚାର । ଏହାର ପ୍ରଭାବରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । 6 ଜିଲ୍ଲାକୁ ବିଜୁଳି ଘଡଘଡି ସହିତ ବର୍ଷା ନେଇ ଚେତାବନୀ ଦିଆଯାଇଛି । କେନ୍ଦୁଝର, ମୟୁରଭଂଜ, ଯାଜପୁର, ଭଦ୍ରକ, ଢେଙ୍କାନାଳ ଓ କେନ୍ଦ୍ରାପଡା ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ବଙ୍ଗୋପସାଗରରେ ଲଘୁଚାପ ଦାନା ବାନ୍ଧି ଭୟଙ୍କର ରୂପ ନେଉଛି ।

ବାତ୍ୟା ପାଇଁ ନଭେମ୍ବର ମାସକୁ ନେଇ ଯେଉଁ ଭୟ ଥିଲା ତାହା ସତ ହେଲା ଭଳି ମନେ ହେଉଛି । ନଭେମ୍ବର 6ରୁ 7 ତାରିଖରେ ଲଘୁଚାପ ସୃଷ୍ଟି ହେବା ନେଇ ପୂର୍ବାନୁମାନ କରାଯାଇଥିବା ବେଳେ ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ । ଆଉ ଏପଟେ ପ୍ରଶାନ୍ତ ମହାସାଗରୁ ପଟୁ ମାଡି ଆସୁଛି ଏକ ଶକ୍ତିଶାଳୀ ଘୂର୍ଣ୍ଣିଝଡ । ଦକ୍ଷିଣ ପଶ୍ଚିମରେ ଏକ ଘୂର୍ଣ୍ଣିଝଡ ସକ୍ରିୟ ରହିଥିବା ବେଳେ ଯାହା ପ୍ରଭାବରେ ଆଜି ଠାରୁ ୧୦ ତାରିଖ ପର୍ଯ୍ୟନ୍ତ ଜମା ବି ଛାଡିବିନି ବର୍ଷା । ତାମିଲନାଡୁ ପୁଡୁଚେରୀରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଉଛି । ଅନ୍ୟପଟେ ତାପମାତ୍ରା ଖସିବା ସହିତ ଥଣ୍ଡା ବଢିବାରେ ଲାଗିଛି । ରାଜ୍ୟର ୧୫ ସହରର ରାତି ତାପମାତ୍ରା ୨୦ ଡିଗ୍ରୀ ତଳେ ରହିଛି । ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୬ ଡିଗ୍ରୀ ରେକର୍ଡ ହୋଇଛି । ଦାରିଙ୍ଗିବାଡ଼ିରେ ରାତି ତାପମାତ୍ରା ୧୬.୫ ଓ ନବରଙ୍ଗପୁରରେ ୧୬.୬ ଡିଗ୍ରୀ ରହିଥିଲା । ରାଜ୍ୟର ଅଧିକାଂଶ ସ୍ଥାନରେ ଶୀତ ଅନୁଭୂତ ହେଲାଣି । ଦିନ ଠାରୁ ରାତିର ତାପମାତ୍ରା ଖସିବାରେ ଲାଗିଛି । ଏହାରି ଭିତରେ ବର୍ଷା ସମସ୍ତଙ୍କ ମନରେ ଛନକା ପଶିଛି ।