ସୌନ୍ଦର୍ଯ୍ୟ ପାଇଁ ହରାଇବେ ଚାକିରି ! ଭାଇରାଲ ହେଉଛି ହାୟରିଂ ମ୍ୟାନେଜରଙ୍କ ପୋଷ୍ଟ

ନୂଆଦିଲ୍ଲୀ: ଅଧିକାଂଶ ବ୍ୟକ୍ତି ଭଲ ଚାକିରିଟିଏ ପାଇବା ପାଇଁ ଅନେକ ପରିଶ୍ରମ କରିଥାନ୍ତି । ଏଥିମଧ୍ୟରୁ କିଛି ଅନଲାଇନ/ ଅଫଲାଇନ୍ କୋଚିଂର ସାହାରା ନେଇଥାନ୍ତି । ଚାକିରି ପାଇବା ପୂର୍ବରୁ ଜଣେ ବ୍ୟକ୍ତିଙ୍କୁ ଲିଖିତ ପରୀକ୍ଷା କିମ୍ବା CBT, ଗ୍ରୁପ୍ ଡିସକସନ୍ ଏବଂ ସାକ୍ଷାତକାରର ସାମ୍ନା କରିବାକୁ ପଡ଼ିଥାଏ । କେତେକାଂଶରେ ମେଡିକାଲ ଟେଷ୍ଟ ମଧ୍ୟ ସାମିଲ ରହିଛି । ଏହି ପୁରା ପ୍ରକ୍ରିୟାରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଷ୍ଟେଜ୍ ହେଉଛି ସାକ୍ଷାତକାର । ଏହି ଷ୍ଟେଜରେ ହାୟରିଂ ଟିମ୍ ଆପଣଙ୍କ ବେଶ ପୋଷାକ, ବଡି ଲାଙ୍ଗୁଏଜ୍ ଇତ୍ୟାଦିକୁ ନୋଟିସ୍ କରିଥାଏ । ଆପଣଙ୍କ ଛୋଟ ଭୁଲ ଏହି ଷ୍ଟେଜରେ ରିଜେକ୍ଟ ହେବାର କାରଣ ପାଲଟିପାରେ ।

ନିକଟରେ ଜଣେ reddit ୟୁଜର ସାକ୍ଷାତକାର ସମୟରେ କିଛି ପ୍ରାର୍ଥୀ ରିଜେକ୍ଟ ହେବାର କାରଣକୁ ନେଇ ଏକ ପୋଷ୍ଟ ଶେୟାର କରିଛନ୍ତି । ସେ ଲେଖିଛନ୍ତି ହାୟରିଂ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିବା ତାଙ୍କ କଜିନ୍ ପ୍ରାର୍ଥୀଙ୍କ ଅଭିଜ୍ଞତା ଆଧାରରେ ସେମାନଙ୍କୁ ନିଯୁକ୍ତ କରିନଥାନ୍ତି । ଏହା ବାଦ୍ ପ୍ରାର୍ଥୀଙ୍କୁ ରିଜେକ୍ଟ କରିବାର ନିମ୍ନଲିଖିତ କାରଣ ରହିଛି

୧. ଓଭର କନଫିଡେଣ୍ଟ

୨. ଅଧିକ ସୁନ୍ଦର ଦେଖାଯିବା (ଏହା କର୍ମକ୍ଷେତ୍ରରେ ଫୋକସ୍ ହଟାଇଥାଏ)

୩. ସାକ୍ଷାତକାର ପାଇଁ ଉପଯୁକ୍ତ ପୋଷାକ ପରିଧାନ ନକରିବା । ବ୍ୟକ୍ତି ଜଣଙ୍କ ଉଚିତ ଡ୍ରେସିଂ ସେନ୍ସ ନଥିଲେ ସେ ଅଫିସରେ ଠିକ୍ ନିଷ୍ପତ୍ତି ନେଇ ପାରିନଥାଏ ।

୪. ଅଧିକ ଡେସପେରେଟ୍ ହେବା

୫. ଅଧିକ ହସିବା ଏବଂ filler ଶବ୍ଦ ବ୍ୟବହାର କରିବା

୬. ଦୁର୍ବଳ ହ୍ୟାଣ୍ଡଶେକ୍ ଦେବା/ ହ୍ୟାଣ୍ଡଶେକ୍ ନ କରିବା

୭. ଇଣ୍ଟରଭ୍ୟୁଅର୍ସଙ୍କ ପ୍ରଶ୍ନର ଉତ୍ତର ସଠିକ ଭାବରେ ନଦେବା ।

ତେବେ ଏହି reddit ୟୁଜର ତାଙ୍କ କଜିନଙ୍କ ପ୍ରାର୍ଥୀ ନିଯୁକ୍ତ କରିବାର ପ୍ରକ୍ରିୟାକୁ ନେଇ ଅସନ୍ତୁଷ୍ଟ ବ୍ୟକ୍ତ କରିଛନ୍ତି । ତାଙ୍କ ମତରେ ନିଯୁକ୍ତ କେବଳ ବ୍ୟକ୍ତିର ଯୋଗ୍ୟତା ଆଧାରିତ ହେବା ଉଚିତ । ଅନ୍ୟ ଜଣେ ୟୁଜର ଲେଖିଛନ୍ତି ଏଭଳି ଚୟନ ପ୍ରକ୍ରିୟା ସମୟରେ କମ୍ପାନୀ ବେଳେ ବେଳେ ଉପଯୁକ୍ତ ପ୍ରାର୍ଥୀକୁ ହାତଛଡ଼ା କରିଥାଏ ।

Get real time updates directly on you device, subscribe now.