fbpx

ଲକଡାଉନରେ ଚାଲିଥିଲା ଦାରୁ ପାର୍ଟି, ଧରାପଡିବାରୁ କଫନରେ ଶୋଇପଡିଲେ ମେୟର

କରୋନା ଯୋଗୁଁ ସବୁଆଡେ ଲକଡାଉନ୍ ଜାରି ରହିଛି । ଏହି ପେରୁରୁ ଏକ ନିଆରା ମାମଲା ସାମନାକୁ ଆସିଛି । ସେଠାରେ ତନ୍ତରା ସହରର ମେୟର ଜେମିଏ ରୋଲାଣ୍ଡା ଗିରଫ ହେବାରୁ ବଞ୍ଚିବାରୁ ଜୀବନ୍ତା କଫନ୍ ଭିତରେ ଶୋଇପଡିଥିଲେ । କରୋନା ଭାଇରସରେ ମୁତ୍ୟୁ ହୋଇଥିବା ଛଳନା କରିଥିଲେ । ଲକଡାଉନ୍ ନିୟମ ଉଲ୍ଲଙ୍ଘନ କରିବା ଅଭିଯୋଗ ପରେ ମେୟର ଏଭଳି ଏକ ନିଆରା ଉପାୟ ଅବଲମ୍ବନ କରିଛନ୍ତି ।

ଡେଲି ମେଲ ଅନୁଯାୟୀ, ଲକଡାଉନରେ ନିଜର ବନ୍ଧୁମାନଙ୍କ ସହ ମିଶି ଦାରୁପାର୍ଟିରେ ମଜିଥିଲେ ମେୟର । ଏହାର କିଛି ଫଟୋ ଭାଇରାଲ ହେବା ପରେ ପୋଲିସ ସେମାନଙ୍କୁ ଗିରଫ ପାଇଁ ତନ୍ତରା ପହଞ୍ଚିଥିଲା । ଏଥିରୁ ରକ୍ଷା ପାଇବା ପାଇଁ ମେୟର ମାସ୍କ ପିନ୍ଧି ମୃତ ଭଳି ଏକ କଫନରେ ଶୋଇପଡିଥିଲେ । ବହୁ ନାଟକ ପରେ
ମେୟରଙ୍କୁ ଗିରଫ କରିଥିଲା ପୋଲିସ । ମେୟରଙ୍କ ନାମରେ କର୍ଫୁ, ସାମାଜିକ ଦୂରତା, ମଦ୍ୟପାନ ଆଦି ଲକଡାଉନର ଉଲ୍ଲଙ୍ଘନ କରିଥିବାର ଅଭିଯୋଗ ହୋଇଛି ବୋଲି ପୋଲିସ କହିଛି ।

Get real time updates directly on you device, subscribe now.