fbpx

ପାକିସ୍ତାନରେ ବଡ଼ ଧରଣର ବିମାନ ଦୁର୍ଘଟଣା

କରାଚି, ୨୨ା୫: ପାକିସ୍ତାନରେ ବଡ଼ଧରଣର ବିମାନ ଦୁର୍ଘଟଣା ହୋଇଛି । ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ ବିମାନ ଦୁର୍ଘଟଣା ହୋଇଛି । ଲ୍ୟାଣ୍ଡିଂ ପୂର୍ବରୁ କରାଚୀ ବିମାନବନ୍ଦର ନିକଟରେ ଏହି ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ଲାହୋରରୁ କରାଚୀ ଯାଉଥିଲା ଏହି ଯାତ୍ରୀବାହୀ ବିମାନ । ପ୍ରାୟ ୯୯ଜଣ ଯାତ୍ରୀ ସେହି ବିମାନରେ ଯାତ୍ରା କରୁଥିଲେ । ଯାତ୍ରୀବାହୀ ବିମାନରେ ୮ଜଣ କ୍ରିୟୁ ମେମ୍ବର ଥିଲେ । ଏହାସହ ମୃତାହତ ନେଇ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ । ବିମାନଟି ଦୁର୍ଘଟଣା ପରେ ଜନବସତି ଅଞ୍ଚଳରେ ଖସିପଡ଼ିଥିଲା ବିମାନଟି ଖସିପଡ଼ିବା ପରେ ସେଠାରେ ଅନେକ ଘରେ ନିଆଁ ଲାଗିଯାଇଥିଲା । ଏହାପରେ କଳାଧୂଆଁରେ ଖଣ୍ଡମଣ୍ଡଳ ଭରପୂର ହେବା ପରେ ଭୟଭୀତ ହୋଇ ଏଣେ ତେଣେ ଲୋକମାନେ ଦୌଡ଼ି ପଳାଇଥିଲେ ।

Get real time updates directly on you device, subscribe now.