fbpx

OJEE ପକ୍ଷରୁ ସୂଚନା: MBBS ଓ BDS ଡାକ୍ତରୀ ପାଠ୍ୟକ୍ରମରେ ଆଡମିଶନ ପାଇଁ ଆରମ୍ଭ ହେଲା ରେଜିଷ୍ଟ୍ରେସନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏମବିବିଏସ ଓ ବିଡିଏସ ଡାକ୍ତରୀ ପାଠ୍ୟକ୍ରମରେ ଆଡମିଶନ ପାଇଁ ଗତ ୧୦ ତାରିଖ ଠାରୁ ରେଜିଷ୍ଟ୍ରେସନ ଆରମ୍ଭ ହୋଇଛି । ଏହି ପଞ୍ଜିକରଣ ଅଗଷ୍ଟ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ନିଟ-ୟୁଜି ରାଙ୍କ ହାସଲ କରିଥିବା ପ୍ରାର୍ଥୀମାନେ ଏଥିରେ ପଞ୍ଜିକରଣ କରିପାରିବେ । ଏନେଇ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ପକ୍ଷରୁ ସୂଚନା ଜାରି କରାଯାଇଛି । ପ୍ରାର୍ଥୀମାନେ ଓଜେଇଇର ଅଫିସିଆଲ ୱେବସାଇଟ https://ojee.nic.in/କୁ ଯାଇ ଲଗଇନ୍ କରିପାରିବେ ।

ନିଟ-ୟୁଜି ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନେ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ରେଜିଷ୍ଟ୍ରେସନ କରିପାରିବେ । ୧୮ରେ ପ୍ରୋଭିଜିନାଲ ଓ ୨୦ରେ ଚୂଡ଼ାନ୍ତ ମେଧା ତାଲିକା ପ୍ରକାଶ ପାଇବ । କେବଳ ଓଡ଼ିଶା ବାସିନ୍ଦାଙ୍କୁ ରାଜ୍ୟ କୋଟା ମିଳିବ । ପ୍ରାର୍ଥୀମାନେ ଏମବିବିଏସ ଓ ବିଡିଏସ ସିଟରେ ନାମ ଲେଖାଇ ପାରିବେ । ଅନ୍ୟ ରାଜ୍ୟର ପିଲାମାନେ ଏନଆରଇଆଇ କୋଟାରେ ଥିବା ସିଟରେ ଆଡମିଶନ କରିପାରିବେ । ପିଲାମାନେ ଅନଲାଇନରେ ନିଜର ଡକ୍ୟୁମେଣ୍ଟ ଦାଖଲ କରିବେ, ଯାହାକି ଯାଞ୍ଚ ପାଇଁ ଆବଶ୍ୟକ ହେବ ।

ଓଜେଇଇ ମୁତାବକ, ସମସ୍ତ ଭିନ୍ନକ୍ଷମ ପ୍ରାର୍ଥୀଙ୍କର ଯାଞ୍ଚ ପ୍ରକ୍ରିୟା ଆସନ୍ତା ୧୩ରୁ ୧୪ ମଧ୍ୟରେ କଟକ ଏସସିବି ମେଡିକାଲ କଲେଜର ଏଲଟି-୨ର ମେଡିକାଲ ବୋର୍ଡରେ ହେବ । ସମସ୍ତ ଯୋଗ୍ୟ ଏକ୍ସ-ସର୍ଭିସମେନ ପ୍ରାର୍ଥୀ ନୟାପଲ୍ଲୀ ଆଇଆରସି ଭଲେଜ ସ୍ଥିତ ରାଜ୍ୟ ସୈନିକ ବୋର୍ଡର ଇଏସ ବୋର୍ଡରେ ୧୩, ୧୪ ଓ ୧୬ ତାରିଖ ମଧ୍ୟରେ ଦେଖା କରିବେ । ୧୮ ତରିଖ ଦିନ ସନ୍ଧ୍ୟା ୫ଟା ସମୟର ପ୍ରୋଭିଜନାଲ ରଜ୍ୟ ମେରିଟ ଲିଷ୍ଟ ପ୍ରକାଶ ପାଇବ । ଏହି ଲିଷ୍ଟକୁନେଇ ଯଦି ପ୍ରାର୍ଥୀଙ୍କର କିଛି ଦ୍ୱନ୍ଦ୍ୱ ରହିଥାଏ ତେବେ ସେମାନେ ୧୯ ତାରିଖ ସନ୍ଧ୍ୟା ୫ଟା ସୁଦ୍ଧା ଅଭିଯୋଗ କରିପାରିବେ ।

Get real time updates directly on you device, subscribe now.