fbpx
BSKY
BJD SHG SKY
BJD YOUTH SKY

କଟକରେ ହଇଚଇ: ଭିଡିଓ କଲ୍ କରି ଆତ୍ମହତ୍ୟା କଲେ MCA ଛାତ୍ର !

କଟକ: ଭିଡିଓ କଲ୍ କରି ଜଣେ ଛାତ୍ର ଆତ୍ମହତ୍ୟା କରିଥିବା ସୂଚନା ମିଳିଛି, ଯାହାକୁ ନେଇ କଟକରେ ହଇଚଇ ସୃଷ୍ଟି ହୋଇଛି । ମୃତ ଛାତ୍ର ଜଣକ ହେଉଛନ୍ତି ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ଏମସିଏ ପ୍ରଥମ ବର୍ଷର ଛାତ୍ର । ଷଣ୍ଢପୁର ଅଞ୍ଚଳରେ ଏକ ଭଡ଼ା ଘରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତଦେହ ଉଦ୍ଧାର ବେଳେ ଛାତ୍ରଙ୍କ ଲାପଟପ୍ ଖୋଲା ଥିବା ସୂଚନା ମିଳିଛି । ଲାପଟପ୍ ଖୋଲାଥାଇ ଭିଡିଓ କଲ ଚାଲିଥିବା ଜଣାପଡିଛି ।

ତେବେ ଛାତ୍ରଙ୍କ ଆତ୍ମହତ୍ୟା ପ୍ରେମ ଜନିତ ବୋଲି ସନ୍ଦେହ କରାଯାଉଛି । କିନ୍ତୁ ଆତ୍ମହତ୍ୟାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଘଟଣାର ଛାନଭିନ୍ ଆରମ୍ଭ କରିଛି ।

Get real time updates directly on you device, subscribe now.