fbpx

ପୁରୁଷ ହକି ବିଶ୍ୱକପ୍‍: କୋରିଆଠାରୁ ଜାପାନ ୨-୧ରେ ପରାସ୍ତ

ଭୁବନେଶ୍ୱର: ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫ୍‍.ଆଇ.ଏଚ୍‍. ହକି ପୁରୁଷ ବିଶ୍ୱକପରେ ଆଜି ଦୁଇଟି ମ୍ୟାଚ୍‍ ଖେଳାଯାଉଛି । ସଂଧ୍ୟା ୫ଟାରେ କୋରିଆ ଏବଂ ଜାପାନ ମଧ୍ୟରେ ଆରମ୍ଭ ହୋଇଥିବା ମ୍ୟାଚରେ ଜାପାନ୍‍ କୋରିଆ ଠାରୁ ୨-୧ରେ ପରାସ୍ତ ହୋଇଛି । ଆଉ କିଛି ସମୟ ପରେ ଜର୍ମାନୀ ଓ ବେଲଜିୟମ ମଧ୍ୟରେ ମୁକାବିଲା ଆରମ୍ଭ ହୋଇଛି ।

ଅନ୍ୟପକ୍ଷରେ ଗତକାଲି ଉଭୟ ରାଉରକେଲା ଓ ଭୁବନେଶ୍ୱରରେ ଖେଳାଯାଇଥିବା ୪ଟି ମ୍ୟାଚ୍‍ରେ ମାଲେସିଆ, ନେଦରଲ୍ୟାଣ୍ଡ, ଫ୍ରାନ୍ସ ବିଜୟ ଲାଭ କରିଥିବା ବେଳେ ଅଷ୍ଟ୍ରେଲିଆ – ଆର୍ଜେଣ୍ଟିନା ମଧ୍ୟରେ ହୋଇଥିବା ମ୍ୟାଚ୍‍ ଡ୍ର’ ରହିଛି । ନ୍ୟୁଜିଲାଣ୍ଡ ବିପକ୍ଷରେ ସହଜ ବିଜୟଲାଭ କରି ନେଦରଲ୍ୟାଣ୍ଡ୍‍ସ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛି ।

Get real time updates directly on you device, subscribe now.