fbpx

(Video) ‘ମେ ନିକଲା ଗାଡ୍ଡି ଲେ କେ’… ପିଲାର ଡ୍ୟାନ୍ସ ଦେଖି ଦିୱାନା ହୋଇଯିବେ ଦର୍ଶକ

ବର୍ତ୍ତମାନ ବକ୍ସ ଅଫିସରେ ଖୁବ ଇନକମ୍ କରୁଛି ସନ୍ନି ଦେଓଲଙ୍କ ‘ଗଦର-୨’ । ଅନେକ ଫିଲ୍ମକୁ ପଛରେ ପକାଇ ରେକର୍ଡ ସୃଷ୍ଟି କରିଛି ଏହି ସୁପରହିଟ ମୋଭି । ଏହି ସିନେମାର ଗୀତଗୁଡ଼ିକ ମଧ୍ୟ ଖୁବ ଲୋକପ୍ରିୟ ହୋଇପାରିଛି । ତେବେ ଏହି ସିନେମାର ‘ମେ ନିକଲା ଗାଡ୍ଡି ଲେ କେ…’ ଗୀତରେ ଖୁବ ରିଲ୍ କରୁଛନ୍ତି ଯୁବବର୍ଗ । କିନ୍ତୁ ଏ ଗୀତରେ ସବୁଠାରୁ ଅଧିକ ଲୋକଙ୍କମନ ଜିତି ନେଇଛି ଗୋଟିଏ କୁନି ଛୁଆ । ପିଲାଟର ଡ୍ୟାନ୍ସ ଭିଡିଓ ଏବେ ଖୁବ ଭାଇରାଲ ହେବାରେ ଲାଗିଛି । କ୍ୟୁଟ ଅନ୍ଦାଜରେ କୁନି କୁନି ପାଦରେ ତା’ର ଡ୍ୟାନ୍ସ ସମସ୍ତଙ୍କୁ ମନୋରଞ୍ଜନର ଖୁରାକ ଯୋଗାଇଛି ।

୨୦୦୧ ମସିହାରେ ରିଲିଜ ହୋଇଥିବା ‘ଗଦର- ଏକ ପ୍ରେମ କଥା’ର କାହାଣୀ ସାଙ୍ଗକୁ ସନ୍ନି ଦେଓଲଙ୍କ ଡାଇଲଗ୍ ଓ ଅଭିନୟ ଦର୍ଶକଙ୍କ ମନରେ ଛାପି ହୋଇ ଯାଇଥିଲା । ସେହିପରି ସିନେମାରେ ଥିବା ଗୀତଗୁଡ଼ିକ ଏବେ ବି ଲୋକଙ୍କ ମନରେ ସ୍ୱତନ୍ତ୍ର ଜାଗା ପାଇଛି । ବିଶେଷ କରି ଉଦିତ ନାରାୟଣଙ୍କ ‘ମେ ନିକଲା ଗାଡ୍ଡି ଲେ କେ…’ ସମସ୍ତଙ୍କୁ ପାଗଳ କରି ଦେଇଥିଲା । ଆଉ ଏବେ ବି ସେହି ଗୀତର ସ୍ୱତନ୍ତ୍ର ଫ୍ୟାନ୍ ବେସ୍ ରହିଛି । ତେବେ ଏହି ଗୀତକୁ ଆହୁରି କ୍ୟୁଟ କରି ଦେଇଛି ଗୋଟିଏ କୁନି ଛୁଆ । ଗୀତର ତାଳେ ତାଳେ ଝୁମି ଝୁମି ନାଚିବାରେ ଲାଗିଛି ଛୁଆଟି । ତା’ର ନାଚକୁ ଆଖି ଓ ମୁହଁର କ୍ୟୁଟ ଏକ୍ସପ୍ରେସନ ଲୋକଙ୍କ ମନକୁ ଛୁଇଁଯାଇଛି ।

ସନ୍ନି ଦେଓଲ ଏବଂ ଅମୀଷା ପଟେଲଙ୍କ ଅଭିନୀତ ‘ଗଦର’ ସିନେମା ସେତେବେଳେ ଯେତିକି ଫେମସ୍ ହୋଇଥିଲା ଏବେ ‘ଗଦର-୨’ ମଧ୍ୟ ବକ୍ସ ଅଫିସରେ ରାଜ୍ କରୁଛି । ଗୀତ ଏବଂ ସିନେମା ଉଭୟ ଅନେକ ଗୁଡ଼ିଏ ରେକର୍ଡ ଭାଙ୍ଗିବାରେ ସଫଳ ହୋଇଛି । ସେହିପରି ଏହି ପିଲାଟିର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଏହି ଭିଡିଓକୁ ଲକ୍ଷ ଲକ୍ଷ ଲୋକ ଦେଖି ସାରିଥିବା ବେଳେ ଅନେକ ୟୁଜର ଭିନ୍ନ ଭିନ୍ନ କମେଣ୍ଟ କରିଛନ୍ତି । ତେବେ ଅନେକ ଲୋକ ତାଙ୍କୁ ‘ଗଦର-୩’ରେ ହିରୋ ଭାବରେ ନେବା ପାଇଁ ମଧ୍ୟ କମେଣ୍ଟ କରିଛନ୍ତି ।

Get real time updates directly on you device, subscribe now.