fbpx

ଜାନୁଆରୀ ୨୨ ପାଇଁ ବଡ଼ ନିଷ୍ପତ୍ତି: ମାଛ, ମାଂସ ଓ ମଦ ବିକ୍ରି ବନ୍ଦ

ନୂଆଦିଲ୍ଲୀ: ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ହେବାକୁ ଥିବା ପ୍ରଭୁ ଶ୍ରୀରାମଙ୍କ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ନେଇ ସାରା ଦେଶ ଚଳଚଞ୍ଚଳ ହୋଇଉଠିଛି । ପ୍ରତିଷ୍ଠା ଉତ୍ସବ ପୂର୍ବରୁ ସମସ୍ତ ନୀତିକାନ୍ତି ସହିତ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏହା ମଧ୍ୟରେ ରାମଲଲାଙ୍କ ସାଙ୍କେତିକ ପ୍ରତିମୂର୍ତ୍ତି କ୍ରେନ ସାହାଯ୍ୟରେ ମନ୍ଦିର ପରିସରରେ ପହଞ୍ଚିଛି । ଆଜି ପ୍ରଭୁଙ୍କ ଦିବ୍ୟ ପ୍ରତିମୂର୍ତ୍ତିକୁ ମନ୍ଦିର ଗର୍ଭଗୃହରେ ସ୍ଥାପନ କରାଯିବ ବୋଲି କୁହାଯାଇଛି ।

ତେବେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଅବସରରେ ବିଭିନ୍ନ ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ଉତ୍ତରପ୍ରଦେଶ ଓ ଛତିଶଗଡ଼ରେ ଏହି ଦିନ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ-କଲେଜ ବନ୍ଦ ରହିବ । ସେହିପରି ପରବର୍ତ୍ତୀ ସମୟରେ ହରିୟାଣା ଓ ଗୋଆ ସରକାର ମଧ୍ୟ ଅନୁରୂପ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଆସନ୍ତା ୨୨ ତାରିଖରେ ଉତ୍ତରପ୍ରଦେଶରେ ମାଛ, ମାଂସ ଓ ମଦ ବିକ୍ରି ହେବ ନାହିଁ । ସେହିଦିନ ରାଜ୍ୟର ସମସ୍ତ ମଦ ଦୋକାନ ବନ୍ଦ ରହିବ ।

ସୂଚନାଯୋଗ୍ୟ ଯେ, ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ହଜାର ହଜାର ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗଦେବେ । ଅତିଥିମାନେ ଅଯୋଧ୍ୟାରେ ପହଞ୍ଚିବା ପରେ ସେମାନଙ୍କୁ ଏକ ଖାସ୍ ଉପହାର ପ୍ରଦାନ କରାଯିବ । ରାମଲଲାଙ୍କ ପ୍ରତିମୂର୍ତ୍ତିକୁ ସ୍ଥାପନ କରାଯିବା ପୂର୍ବରୁ ତାହାକୁ ରାମ ମନ୍ଦିର ପରିସରରେ ଭ୍ରମଣ କରାଯାଇଥିଲା । ଏହି ସମସ୍ତ କାର୍ୟ୍ୟର ଏକ ଭିଡିଓ ସାମ୍ନାକୁ ଆସିଛି । ଗତକାଲି ରାତିରେ କ୍ରେନ ସହାୟତାରେ ରାମଲଲାଙ୍କ ସାଙ୍କେତିକ ପ୍ରତିମୂର୍ତ୍ତିକୁ ମନ୍ଦିରରେ ଭିତରକୁ ଅଣାଯାଇଥିଲା । ତା’ର କିଛି ଫଟୋ ମଧ୍ୟ ସାମ୍ନାକୁ ଆସିଛି । ରାମଲଲାଙ୍କ ପ୍ରତିଷ୍ଠା ଉତ୍ସବ ପୂର୍ବରୁ ଆସନକୁ ପ୍ରସ୍ତୁତ କରାଯାଇଛି । ରାମଲଲାଙ୍କ ଆସନର ଉଚ୍ଚତା ୩.୪ ଫୁଟ ହୋଇଥିବା ବେଳେ ମକରାନା ପଥରରେ ତାହାକୁ ନିର୍ମାଣ କରାଯାଇଛି । ମୂର୍ତ୍ତିକୁ ଫୁଲରେ ସଜ୍ଜାଯାଇ ପାଲିଙ୍କିରେ ଅଣାଯାଇଥିଲା । ରାମ ମନ୍ଦିର ନିର୍ମାଣ ସମ୍ପୂର୍ଣ୍ଣ ସମାପ୍ତ ହୋଇଯାଇଥିବା ନେଇ ଗତ ୧୬ ତାରିଖ ଦିନ ସକାଳେ ରାମ ମନ୍ଦିର ନିର୍ମାଣ କମିଟିର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର ସୂଚନା ଦେଇଥିଲେ ।

Get real time updates directly on you device, subscribe now.