fbpx

ବଡ଼ ନିଷ୍ପତ୍ତି ନେଲେ ମୁଖ୍ୟମନ୍ତ୍ରୀ: ମେଣ୍ଢାଶାଳ ସ୍ଥିତ ପୋଲିସ ଆଉଟ ପୋଷ୍ଟ ‘ଶିଳ୍ପାଞ୍ଚଳ ପୋଲିସ ଷ୍ଟେସନ’ ଭାବେ ଉନ୍ନୀତ ହେବ, ନିୟୋଜିତ ହେବେ ୪୧ ଅଧିକାରୀ ଓ କର୍ମଚାରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟକୁ ଶିକ୍ଷା, ସ୍ୱାସ୍ଥ୍ୟ ଆଦି ବିଭିନ୍ନ କ୍ଷେତ୍ରରେ ବିକଶିତ କରାଇବା ସହ ରାଜ୍ୟବାସୀଙ୍କ ସୁରକ୍ଷା ପ୍ରତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ପ୍ରୟାସ କରିଆସିଛନ୍ତି । ଏହି କ୍ରମରେ ମୁଖ୍ୟମନ୍ତ୍ରୀ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ମେଣ୍ଢାଶାଳସ୍ଥିତ ପୋଲିସ ଆଉଟ ପୋଷ୍ଟ ‘ଶିଳ୍ପାଞ୍ଚଳ ପୋଲିସ ଷ୍ଟେସନ’ ଭାବେ ଉନ୍ନୀତ ହୋଇଛି । ଏହି ପୋଲିସନ ଷ୍ଟେସନରେ ୩୪ଟି ନୂଆ ପଦବୀ ସୃଷ୍ଟି କରାଯିବା ସହିତ ୪୧ ଜଣ ଅଧିକାରୀ ଓ କର୍ମଚାରୀ ନିୟୋଜିତ ହେବେ ।

ସୂଚନା ମୁତାବକ, ରାଜଧାନୀ ଭୁବନେଶ୍ୱର ସହରାଞ୍ଚଳ ପୋଲିସ ଜିଲ୍ଲା ମଧ୍ୟରେ ମେଣ୍ଢାଶାଳ ଅଞ୍ଚଳ ଏକ କ୍ରମବର୍ଦ୍ଧିଷ୍ଣୁ ଶିଳ୍ପାଞ୍ଚଳ ଭାବେ ଗଢିଉଠୁଛି । ସେହି ଅଞ୍ଚଳରେ ଆଇଆଇଆଇଟି, ନାଲକୋ ଆରଆଣ୍ଡଡି ସେଣ୍ଟର, ବିର୍ଲା ଗ୍ଲୋବାଳ ୟୁନିଭରସିଟି, ଗିଫ୍ଟ ପରି ଅନେକ ଜାତୀୟ ସ୍ତରର ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଓ ଶିଳ୍ପାନୁଷ୍ଠାନ ରହିଛି । ଏହାସହିତ ବଢୁଥିବା ଲୋକସଂଖ୍ୟା ଓ ଆବାସିକ କଲୋନୀକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ମେଣ୍ଢାଶାଳରେ ଥିବା ପୋଲିସ ଆଉଟ ପୋଷ୍ଟକୁ ଏକ ଶିଳ୍ପାଞ୍ଚଳ ପୋଲିସ ଷ୍ଟେସନ ଭାବେ ଉନ୍ନୀତ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଏହି ନୂତନ ପୋଲିସ ଷ୍ଟେସନଟି ୧୫୦ ବର୍ଗ କିଲୋମିଟର ପରିମିତ ଏବଂ ଏକ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଅଞ୍ଚଳରେ ୪ଟି ଗ୍ରାମ ପଞ୍ଚାୟତ ଏବଂ ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ଗୋଟିଏ ୱାର୍ଡକୁ ଆଂଶିକ ଭାବେ ନେଇ କାର୍ଯ୍ୟ କରିବ । ଏଥିପାଇଁ ୩୪ଟି ନୂଆ ପଦବୀ ସୃଷ୍ଟି କରାଯିବ । ପୂର୍ବରୁ ଏହି ଆଉଟ ପୋଷ୍ଟରେ ୫ ଜଣ କର୍ମଚାରୀ ଅଛନ୍ତି ଏବଂ ୨ଟି ପଦବୀ ଏସପି ପୋଲିସ ମୋଟର ଟ୍ରେନିଂ ସଂସ୍ଥାରୁ ନିୟୋଜିତ କରାଯିବ । ଏହିପରି ଏହି ଥାନାରେ ସମୁଦାୟ ୪୧ ଜଣ ଅଧିକାରୀ ଓ କର୍ମଚାରୀ ରହିବେ । ଏହି ୩୪ଟି ନୂତନ ପଦବୀ ମଧ୍ୟରେ ୧ଟି ଇନ୍ସପେକ୍ଟର, ୪ଟି ସବଇନ୍ସପେକ୍ଟର, ୬ଟି ଏଏସଆଇ, ୨ଟି ହାବିଲଦାର, ୨୧ଟି କନଷ୍ଟେବଳ । ପୂର୍ବରୁ ରହିଥିବା ୫ଟି ପଦବୀ ମଧ୍ୟରେ ଗୋଟିଏ ସବଇନ୍ସପେକ୍ଟର ଓ ୪ଟି କନଷ୍ଟେବଳ ପଦ ରହିଛି ।

Get real time updates directly on you device, subscribe now.