fbpx

୪ ରାଜ୍ୟରେ ଲୋକସଭା ସହ ବିଧାନସଭା ନିର୍ବାଚନ: ପରବର୍ତ୍ତୀ ସରକାର ଗଠନ ପାଇଁ ମତଦାନ କରିବେ ଜନତା

ନୂଆଦିଲ୍ଲୀ: ଦେଶର ୯୬.୬ କୋଟି ପଞ୍ଜୀକୃତ ଭୋଟର ପରବର୍ତ୍ତୀ ସରକାର ଗଠନ ପାଇଁ ନିଜର ମତାଧିକାର ସାବ୍ୟସ୍ତ କରିବେ। ଏଥିପାଇଁ ୧୦.୫ ଲକ୍ଷ ଅଧିକ ବୁଥ ନିର୍ବାଚନ କମିଶନ ପକ୍ଷରୁ ସମଗ୍ର ଦେଶରେ ତିଆରି କରାଯିବ। ନିର୍ବାଚନକୁ ସୂଚାରରୂପେ ଶେଷ କରିବା ପାଇଁ ୧.୫ କୋଟି ପୁଲିଂ ଅଫିସର ନିଯୁକ୍ତ ହେବେ। ୫୫ ଲକ୍ଷ ଇଭିଏମ ଦ୍ୱାରା ଲୋକଙ୍କ ମତାଧିକାର ଗ୍ରହଣ କରାଯିବ। ତେବେ ଏଥର ଲୋକସଭା ସହ ୪ଟି ରାଜ୍ୟରେ ବିଧାନସଭା ନିର୍ବାଚନ ମଧ୍ୟ ହେବାକୁ ଯାଉଛି। ଆନ୍ଧ୍ର ପ୍ରଦେଶ, ଅରୁଣାଚଳ ପ୍ରଦେଶ, ସିକିମ୍ ଏବଂ ଓଡ଼ିଶାରେ ଲୋକସଭା ସହ ବିଧାନସଭା ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ। ତେବେ ଆସନ୍ତୁ, ଜାଣିବା ଏହି ୪ ରାଜ୍ୟରେ କେଉଁଦିନ ନିର୍ବାଚନ ହେବାକୁ ଯାଉଛି।

ଆନ୍ଧ୍ରପ୍ରଦେଶ: ଏହି ରାଜ୍ୟରେ ବର୍ତ୍ତମାନ ୱାଇ.ଏସ ଜଗନ ମୋହନ ରେଡ୍ଡୀ ମୁଖ୍ୟମନ୍ତ୍ରୀ ଥିବା ବେଳେ ଏବେ ପରବର୍ତ୍ତୀ ସରକାର ଗଠନ ପାଇଁ ନିର୍ବାଚନ ହେବାକୁ ଯାଉଛି। ତେବେ ୧୭୫ ବିଧାନସଭା ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ୧୩ ମେ’ରେ ଆନ୍ଧ୍ରପ୍ରଦେଶରେ ମତଦାନ କରାଯିବ। ଏନେଇ ୧୮ ଏପ୍ରିଲ୍ ରେ ବିଜ୍ଞପ୍ତି ପ୍ରକାଶ ପାଇବ। ସେହିପରି ନାମାଙ୍କନର ଅନ୍ତିମ ତାରିଖ ୨୫ ଏପ୍ରିଲ୍ ଥିବାବେଳେ ନାମାଙ୍କନ ପ୍ରତ୍ୟାହାରର ଅନ୍ତିମ ତାରିଖ ୨୯ ଏପ୍ରିଲ୍ ରହିଛି। ରାଜ୍ୟରେ ବିଧାନସଭା ତଥା ଲୋକସଭା ପାଇଁ ଭୋଟ ଗଣତି ଜୁନ୍ ୪ରେ ହେବ।

ଅରୁଣାଚଳ ପ୍ରଦେଶ: ଏହି ରାଜ୍ୟରେ ବର୍ତ୍ତମାନ ପେମ ଖଣ୍ଡୁ ମୁଖ୍ୟମନ୍ତ୍ରୀ ଥିବା ବେଳେ ଏବେ ପରବର୍ତ୍ତୀ ସରକାର ଗଠନ ପାଇଁ ନିର୍ବାଚନ ହେବାକୁ ଯାଉଛି। ତେବେ ରାଜ୍ୟର ୬୦ ବିଧାନସଭା ଆସନରେ ଗୋଟିଏ ପର୍ଯ୍ୟାୟରେ ମତଦାନ କରାଯିବ। ୧୯ ଏପ୍ରିଲରେ ଅରୁଣାଚଳ ପ୍ରଦେଶରେ ମତଦାନ କରାଯିବ ବୋଲି ଘୋଷଣା କରାଯାଇଛି । ସେହିପରି ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ୨୭ ମାର୍ଚ୍ଚ ୨୦୨୪ ରଖାଯାଇଛି। ସେହିପରି ପ୍ରାର୍ଥୀ ପତ୍ର ପ୍ରତ୍ୟାହାରର ଅନ୍ତିମ ତାରିଖ ୩୦ ମାର୍ଚ୍ଚ ୨୦୨୪ ରଖାଯାଇଛି। ଜୁନ୍ ୪ରେ ଏଠାରେ ଭୋଟ ଗଣତି କରାଯିବ।

ସିକିମ୍: ଏହି ରାଜ୍ୟରେ ବର୍ତ୍ତମାନ ପ୍ରେମ ସିଂ ତମାଙ୍ଗ ମୁଖ୍ୟମନ୍ତ୍ରୀ ଥିବା ବେଳେ ଏବେ ପରବର୍ତ୍ତୀ ସରକାର ଗଠନ ପାଇଁ ନିର୍ବାଚନ ହେବାକୁ ଯାଉଛି। ତେବେ ରାଜ୍ୟରେ ୩୨ଟି ବିଧାନସଭା ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ଏପ୍ରିଲ୍ ୧୯ରେ ହେବ। ବିଧାନସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ମାର୍ଚ୍ଚ ୨୦ରେ ପ୍ରକାଶ ପାଇବ। ପ୍ରାର୍ଥୀ ପତ୍ର ଦାଖଲର ଶେଷ ତାରିଖ ୨୭ ମାର୍ଚ୍ଚ ୨୦୨୪ ରଖାଯାଇଛି। ଅନ୍ୟପଟେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାରର ଅନ୍ତିମ ତାରିଖ ୩୦ ମାର୍ଚ୍ଚ ୨୦୨୪ ରଖାଯାଇଛି। ଏହାର ଫଳାଫଳ ଜୁନ୍ ୪ରେ ପ୍ରକାଶ ପାଇବ।

ଓଡ଼ିଶା: ଏହି ରାଜ୍ୟରେ ବର୍ତ୍ତମାନ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ବେଳେ ଏବେ ପରବର୍ତ୍ତୀ ସରକାର ଗଠନ ପାଇଁ ନିର୍ବାଚନ ହେବାକୁ ଯାଉଛି। ଓଡ଼ିଶାରେ ୧୪୭ ବିଧାନସଭା ଆସନ ପାଇଁ ୪ଟି ପର୍ଯ୍ୟାୟରେ ବିଧାନସଭା ପାଇଁ ଭୋଟ ଗ୍ରହଣ ହେବ । ରାଜ୍ୟରେ ମେ ୧୩ ଓ ମେ ୨୦, ମେ ୨୫ ଓ ଜୁନ ୧ରେ ଉଭୟ ବିଧାନସଭା ଓ ଲୋକସଭା ପାଇଁ ଭୋଟ ଗ୍ରହଣ ହେବ । ଏଥିପାଇଁ ୧୮ ଏପ୍ରିଲରେ ବିଜ୍ଞପ୍ତି ପ୍ରକାଶ ପାଇବ।

 

Get real time updates directly on you device, subscribe now.