fbpx
BSKY
BJD SHG SKY
BJD YOUTH SKY

ବିଶ୍ୱ ଅର୍ଥନୀତିର ‘ବାହୁବଳୀ’ ହେବ ଭାରତ: ୨୦୪୭ ସୁଦ୍ଧା ପୂରଣ ହେବ ଏହି ସ୍ୱପ୍ନ

ନୂଆଦିଲ୍ଲୀ: ପ୍ରଗତି ପଥରେ ଭାରତ ଦ୍ରୁତ ଗତିରେ ଆଗକୁ ବଢ଼ୁଛି । ଗୋଟିଏ ପଟେ ବିଶ୍ୱ ଅର୍ଥନୈତିକ ଅବନତି ସହ ସଂଘର୍ଷ କରୁଛି, ଅନ୍ୟ ପଟେ ଭାରତ ନୂଆ ଇତିହାସ ସୃଷ୍ଟି କରୁଛି । ପୃଥିବୀଠାରୁ ଆକାଶ ପର୍ଯ୍ୟନ୍ତ ସବୁଆଡେ ଭାରତର ଜୟଜୟକାର ହେଉଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ସ୍ୱପ୍ନ ହେଉଛି ୨୦୪୭ ସୁଦ୍ଧା ଭାରତ ବିକଶିତ ରାଷ୍ଟ୍ରର ମାନ୍ୟତା ପାଇପାରିବ । ବର୍ତ୍ତମାନ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, ଭାରତକୁ ୨୦୪୭ ସୁଦ୍ଧା ଏକ ବିକଶିତ ରାଷ୍ଟ୍ରର ମାନ୍ୟତା ପାଇବା ପାଇଁ ଆର୍ôଥକ ସ୍ୱାଧୀନତା ଆବଶ୍ୟକ । ସେ ନିଶ୍ଚିତ କରିଛନ୍ତି ଯେ, ନିକଟ ଭବିଷ୍ୟତରେ ଦେଶ ବର୍ତ୍ତମାନର ପଞ୍ଚମ ସ୍ଥାନରୁ ବିଶ୍ୱ ଅର୍ଥନୀତିରେ ତୃତୀୟ ସ୍ଥାନକୁ ଯିବ । ଯେଉଁମାନେ ଭାରତକୁ ଚୀନ୍ ସହିତ ତୁଳନା କରିଛନ୍ତି ସେମାନଙ୍କୁ ସମାଲୋଚନା କରି ସୀତାରମଣ କହିଛନ୍ତି ଯେ ସେମାନଙ୍କଠାରୁ କିଛି ଜିନିଷ ପୁନରାବୃତ୍ତି ହୋଇପାରିବ ନାହିଁ ।

ଏହିପରି ସ୍ୱପ୍ନ ସାକାର ହେବ ;-
ଶ୍ରୀମତି ଇନ୍ଦିରା ଗାନ୍ଧୀ କଲେଜରେ ମହାତ୍ମା ଗାନ୍ଧୀଙ୍କ ଏକ ପ୍ରତିମୂର୍ତ୍ତି ଉନ୍ମୋଚନ କରିବା ପରେ ସୀତାରମଣ କହିଛନ୍ତି ଯେ, ଭାରତ ଆର୍ôଥକ ପ୍ରସଙ୍ଗରେ ଆତ୍ମନିର୍ଭରଶୀଳ ହେବା ଉଚିତ୍ । ଅର୍ଥନୈତିକ କ୍ଷେତ୍ରରେ ଦେଶ ଶକ୍ତିଶାଳୀ ହେବା ଉଚିତ୍ । ବିଶ୍ୱ ର଼୍ୟାଙ୍କିଙ୍ଗରେ ଦେଶ ଦଶମରୁ ପଞ୍ଚମ ସ୍ଥାନକୁ ଉନ୍ନୀତ ହୋଇଛି ଏବଂ କିଛି ବର୍ଷ ମଧ୍ୟରେ ଆମେ ତୃତୀୟ ସ୍ଥାନ ହାସଲ କରିବୁ ।

ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଦେଶର ପ୍ରଗତିରେ ସହଯୋଗ କରିବାକୁ ସେ ନିବେଦନ କରି କହିଛନ୍ତି ଯେ, କେବଳ ଆପଣଙ୍କ ପରି ଛାତ୍ରଛାତ୍ରୀମାନଙ୍କ ଉଦ୍ୟମରେ ଆମ ଦେଶ ୨୦୪୭ ସୁଦ୍ଧା ଏକ ବିକଶିତ ରାଷ୍ଟ୍ରରେ ପରିଣତ ହେବ । ଚୀନର ଅର୍ଥନୈତିକ ଅଭିବୃଦ୍ଧିକୁ ଭାରତ ସହ ତୁଳନା କରିବା ବିଷୟରେ ସୀତାରମଣ କହିଛନ୍ତି ଯେ ଏହା କରିବା ଠିକ୍ ନୁହେଁ । ସେ କହିଛନ୍ତି ଯେ ବିଭିନ୍ନ କାରଣରୁ ଚୀନ୍ ଅଗ୍ରଗତି କରିଛି, ଯାହାକୁ ଏଠାରେ ଅନୁସରଣ କରାଯାଇପାରିବ ନାହିଁ । ଉଦାହରଣ ସ୍ୱରୂପ, ଚୀନରେ ଆଦୌ ଗଣତନ୍ତ୍ର ନାହିଁ, କିନ୍ତୁ ଆମର ନାଗରିକ ସ୍ୱାଧୀନତା, କହିବାର ସ୍ୱାଧୀନତା ଅଛି ଏବଂ ଆମର ମୂଲ୍ୟ-ଆଧାରିତ ବ୍ୟବସ୍ଥା ରହିଛି ।

Get real time updates directly on you device, subscribe now.