fbpx

କୋଭିଡ୍ ପରିଚାଳନାରେ ଯୋଗଦେବେ ଡାକ୍ତରୀ ଛାତ୍ର

ଭୁବନେଶ୍ୱର ୦୩ ।୦୫ (ଓଡ଼ିଶା ଭାସ୍କର) : କୋଭିଡ୍ ପରିଚାଳନାରେ ଯୋଗଦେବେ ଡାକ୍ତରୀ ଛାତ୍ର । SCB ମେଡିକାଲର ୬ ଜଣ ଇଣ୍ଟର୍ଣ୍ଣ ଏବଂ ୧୦୪ ଜଣ ଛାତ୍ରଙ୍କୁ କଲ୍ ସେଣ୍ଟରରେ ନିୟୋଜିତ କରିଛନ୍ତି ସରକାର । ଡ଼.ସୁମନ ସ୍ମିଥ ଅଧୀକାରୀ, ଡ଼.ପବନ ଅଗ୍ରୱାଲ, ଅନମୋଲ ଅଗ୍ରୱାଲ, ଡ଼. ଅରୁନ୍ଧତୀ ଆଚାର୍ଯ୍ୟ, ଡ଼. ଦିବ୍ୟ ପ୍ରକାଶ ଆଚାର୍ଯ୍ୟ ଓ ଡ଼. ସୌରଭ ଆଚାର୍ଯ୍ୟଙ୍କୁ ରାଜ୍ୟ ସରକାର ପକ୍ଷରୁ ନିୟୋଜିତ କରାଯାଇଛି । ଏହି ଡାକ୍ତରମାନେ ଭୁବନେଶ୍ୱରର ଇଡୋକ ଟାୱାର କଲ ସେଣ୍ଟରରେ କାର୍ଯ୍ୟ କରିବେ । ୧୦୪ଟି କଲ ସେଣ୍ଟରରେ ପରାମର୍ଶଦାତା ଭାବେ କାମ କେରିବେ ୬ ଜଣ ଡାକ୍ତର । ଏନେଇ ରାଜ୍ୟ ସ୍ୱାସ୍ଥ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

Get real time updates directly on you device, subscribe now.