fbpx

ଭାରତର ପଞ୍ଚ୍ ମ୍ୟାନ ସତ୍ୟପୀର୍, ରାଜଧାନୀରେ ଭେଟନ୍ତୁ କର୍ମବୀରଙ୍କୁ, କରିବେ ଆଉଏକ ରେକର୍ଡ!

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭାରତର ପଞ୍ଚ୍ ମ୍ୟାନ ଭାବରେ ସୁପରିଚିତ ସତ୍ୟପୀର ପଧାନ ସ୍ଲୋଭାକିଆ ଦେଶର ପ୍ରସିଦ୍ଧ ମୁଷ୍ଟିଯୋଦ୍ଧା ପାଭେଲ୍ ରୁଷୋଭଙ୍କର ଗିନିଜ ବିଶ୍ୱ ରେକର୍ଡ ଭାଙ୍ଗିଛନ୍ତି । ରଚିଛନ୍ତି ନୂଆ ରେକର୍ଡ । ଭାରତର ନାମରେ ପ୍ରସିଦ୍ଧି ଆଣିଥିବା ଏହି ଯୋଦ୍ଧା ଆସନ୍ତା ୨୩ ତାରିଖରେ ଭୁନେଶ୍ୱରଠାରେ ହେବାକୁ ଯାଉଥିବା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ।

ସୂଚନା ଯୋଗ୍ୟ ଯେ ଶ୍ରୀ ପଧାନ ପୂର୍ବରୁ ୨୦୧୭ରେ ଗୋଟିଏ ଏବଂ ୨୦୧୮ରେ ଦୁଇଟି ଗିନିଜ ବିଶ୍ୱ ରେକର୍ଡ ସ୍ଥାପନା କରିସାରିଛନ୍ତି । ଏହି କିର୍ତ୍ତୀମାନ୍ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ଦ୍ୱାରା ସମ୍ମାନିତ ହୋଇଛନ୍ତି । ପୂର୍ବରୁ କରିଥିବା ଦୁଇଟି ବିଶ୍ୱ ରେକର୍ଡ ମୁଷ୍ଟି ପ୍ରଘାତରେ ହୋଇଥିବାରୁ ପଞ୍ଚ୍ ମ୍ୟାନ୍ ଭାବରେ ସୁନାମ ଅର୍ଜନ କରି ସାରିଛନ୍ତି । କଳାହାଣ୍ଡି ଜିଲ୍ଲା ଦେପୁର୍ ଗ୍ରାମରେ ଜନ୍ମିତ ସତ୍ୟପୀରଙ୍କ ପିତା ଅନିରୁଦ୍ଧ ପଧାନ ଓ ମାତା ଶକୁନ୍ତଳା ପଧାନ । ପତ୍ନୀ ନିବେଦିତା ପ୍ରଧାନଙ୍କ ସହ ବେଶ୍ ସୁଖର ସଂସାର ବିତାଉଥିବା ସତ୍ୟପୀରଙ୍କୁ ବିଭିନ୍ନ ମହଲରୁ ମିଳୁଛି ଶୁଭେଚ୍ଛା । ସୂଚନା ଅନୁସାରେ କାର୍ଯ୍ୟକ୍ରମ ପାଇଁ ସତ୍ୟପୀର ଗିନିଜ ରେକର୍ଡକୁ ଆବେଦନ କରିଥିଲେ ଏବଂ ଗତ ୭ ତାରିଖରେ ଅନୁମତି ପାଇଥିଲେ । ସମ୍ପ୍ରତି ସେ ଦୁଇ ହାତରେ ସର୍ବାଧିକ ମୁଷ୍ଟି ପ୍ରଘାତ କରି ବିଶ୍ୱ ରେକର୍ଡ କରିବା ପାଇଁ ପ୍ରୟାସ କରିବେ । ଉକ୍ତ କାର୍ଯ୍ୟକ୍ରମରେ ଏକ୍ସପର୍ଟ ୱିଟନେଶ ଭାବରେ ସୁଧୀର ଚନ୍ଦ୍ର ଛତ୍ରିଆ, ପଞ୍ଚ ପ୍ୟାଡ୍ କିପର୍ ଭାବେ ସୁଜ୍ଞାନ କେଶରୀ ପ୍ରଧାନ ଏବଂ ଟାଇମ କିପର୍ ଭାବରେ କ୍ରୀଡାବିତ୍ ସସ୍ମିତା ରାଉତରାଏ ଓ ଗଜେନ୍ଦ୍ର ବାରିକ ଦାୟିତ୍ୱ ନିର୍ବାହ କରିବେ ।

ସତ୍ୟପୀର ସାମରିକ କଳାରେ ରୁଚି ରଖିଥିବା ସହିତ ଭୌତିକ ଚିକିତ୍ସା ବିଜ୍ଞାନରେ (ସ୍ନାୟୁରୋଗ) ଉତ୍କଳ ବିଶ୍ୱବଦ୍ୟାଳୟରୁ ସ୍ନାତକୋତ୍ତର ଉପାଧି ହାସଲ କରିସାରିଛନ୍ତି। ପୂର୍ବରୁ ଶ୍ରୀ ପଧାନ ତାଙ୍କର ବିଭିନ୍ନ କୀର୍ତ୍ତି ପାଇଁ ଦେଶ ଏବଂ ଦେଶ ବାହାରେ ଅନେକ ସମ୍ମାନ ଲାଭ କରିଛନ୍ତି । ପ୍ରକାଶ ଥାଉକି ଶ୍ରୀ ପଧାନଙ୍କ ପ୍ରେରଣାରେ ଓଡ଼ିଶା ଏବଂ ରାଜସ୍ଥାନର ଦଶରୁ ଅଧିକ ଯୁବକ-ଯୁବତୀ ବିଶ୍ୱ କିର୍ତ୍ତୀମାନ୍ ସ୍ଥାପନ କରିଛନ୍ତି ଏବଂ ଏହି ପ୍ରେରଣାଦାୟୀ କାର୍ଯ୍ୟ ପାଇଁ ଶ୍ରୀ ପଧାନଙ୍କୁ ମିଳିତ ଜାତସଂଘ ପକ୍ଷରୁ ଦିଲ୍ଲୀରେ କର୍ମବୀର ପୁରସ୍କାର ପ୍ରଦାନ କରାଯାଇଛି ।

Get real time updates directly on you device, subscribe now.