fbpx

ଗଞ୍ଜାମରେ ହେବ ମେଗା ହେଲଥ୍ ସ୍କ୍ରିନିଂ

Advertisement

ଗଞ୍ଜାମ,୭ ।୬(ଓଡିଶା ଭାସ୍କର): ରାଜ୍ୟକୁ କରୋନା ମହାମାରୀଠାରୁ ରକ୍ଷା କରିବା ପାଇଁ ଚାଲିଛି ଜୋରସୋର୍ ପ୍ରୟାସ । ଏହାରି ମଧ୍ୟରେ କାଲିଠାରୁ ଗଞ୍ଜାମରେ ଆରମ୍ଭ ହେବାକୁ ଯାଉଛି ମେଗା ହେଲଥ୍ ସ୍କ୍ରିନିଂ । ଦ୍ୱିତୀୟ ପର୍ଯ୍ୟାୟରେ ଏହି ମେଗା ହେଲଥ୍ ସ୍କ୍ରିନିଂ ଆରମ୍ଭ ହେବ । ସ୍କ୍ରିନିଂ ପାଇଁ ଗୋଟିଏ ଟିମରେ ୪ ସଦସ୍ୟ ରହିବେ । ଜିଲ୍ଲାର ପ୍ରତିଟି ଘରକୁ ଯାଇ ସ୍କ୍ରିନିଂ କରିବେ ଟିମର ସଦସ୍ୟ ।

ତେବେ ଏହି ଟିମରେ ଅଙ୍ଗନବାଡି କର୍ମୀ ଓ ଆଶା କର୍ମୀମାନେ ସାମିଲ ହେବେ । ଏହା ସହ ସ୍ୱାସ୍ଥ୍ୟ ଅଧିକାରୀମାନେ ମଧ୍ୟ ସାଙ୍ଗରେ ରହିବେ । ଥର୍ମାଲ ସ୍କ୍ରିନିଂ ସହ ଲୋକମାନଙ୍କର ସ୍ୱାସ୍ଥ୍ୟବସ୍ଥା ବୁଝିବେ ଟିମର ସଦସ୍ୟ । ଏହା ପୂର୍ବରୁ ଏପ୍ରିଲ ୯ରେ ପ୍ରଥମ ପର୍ଯ୍ୟାୟ ହେଲଥ୍ ସ୍କ୍ରିିନିଂ ଆରମ୍ଭ ହୋଇଥିଲା । ଏନେଇ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.