fbpx
BSKY
BJD MC SKY
BJD MS SKY

ରେଡିଓ ମେଳାରେ Mega RJ Hunt: ରେଡିଓରେ କ୍ୟାରିୟର ପାଇଁ ‘ଆଉଟରିଚ’ର ବଡ ପ୍ଲାଟଫର୍ମ

କୋଡିଏଟି ଷ୍ଟେସନରେ ଚାଳିଶ ରେଡିଓ ଜକି ପୋଷ୍ଟ ପାଇଁ ହେବ ନିଯୁକ୍ତି 

ଭୁବନେଶ୍ୱର: ଫେବୃଆରୀ ୧୩ ଓ ୧୪ ତାରିଖରେ ଅନୁଷ୍ଠିତ ହେବ ଦଶମ ଆନ୍ତର୍ଜାତୀୟ ରେଡିଓ ମେଳା । ଦେଶର ଏକମାତ୍ର ରେଡିଓ ମେଳା ଦର୍ଶମ ବର୍ଷରେ ପାଦ ଦେଇଥିବାରୁ କିଛି ନୂଆ ପ୍ରୟାସ କରିଛି ଆୟୋଜକ ସଂସ୍ଥା ଆଉଟରିଚ । ଏଥର ରେଡିଓ ମେଳାରେ ଆୟୋଜକ ଯୋଡିଛନ୍ତି ନିଯୁକ୍ତି ପର୍ବ । ଏଥିପାଇଁ ଆୟୋଜନ ହେବାକୁ ଯାଉଛି ‘ମେଗା ଆରଜେ ହଣ୍ଟ’ । ବିଭିନ୍ନ ପ୍ରାଇଭେଟ ଏଫଏମ ଷ୍ଟେସନ, କମ୍ୟୁନିଟି ରେଡିଓ ଚ୍ୟାନେଲ ଓ ଅନଲାଇନ ରେଡିଓ ଷ୍ଟେସନରେ କାର୍ୟ୍ୟ କରିବାକୁ ଇଚ୍ଛୁକ ପ୍ରାର୍ଥିମାନଙ୍କୁ ଏହି ଆରଜେ ହଣ୍ଟ ଜରିଆରେ ନିଯୁକ୍ତି ମିଳିପାରିବ । ଭୁବନେଶ୍ୱର ଓ କଟକ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅବସ୍ଥିତ କୋଡିଏରୁ ଅଧିକ ରେଡିଓ ଷ୍ଟେସନର ଅଧିକାରୀ ଏଥିରେ ଯୋଗଦେଇ ନିଜ ରେଡ଼ିଓ ଷ୍ଟେସନ ପାଇଁ ଆରଜେ ଚୟନ କରିବେ । ରେଡିଓ ଷ୍ଟେସନର ଅଧିକାରୀଙ୍କୁ ପ୍ରାର୍ଥୀ ଚୟନ କରିବାରେ ସାହାଯ୍ୟ କରିବେ ରାଜ୍ୟର ଅନେକ ରେଡ଼ିଓ ଭେଟେରାନ ।

ସର୍ବମୋଟ ଚାଳିଶ ଜଣ ପ୍ରାର୍ଥୀଙ୍କୁ ଏହି ଷ୍ଟେସନ ଗୁଡିକରେ ରେଡ଼ିଓ ଜକି ଭାବେ ନିଯୁକ୍ତି ଦେବାକୁ ଲକ୍ଷ ରଖାଯାଇଥିବା ସୂଚନା ଦେଇଛନ୍ତି ରେଡିଓ ମେଳାର ମୁଖ୍ୟ ଆବାହକ ସୁବ୍ରତ କୁମାର ପତି ।  ଯେକୌଣସି ବୟସର ବ୍ୟକ୍ତି ଏଥିରେ ପ୍ରତିଯୋଗୀ ଭାବେ ନିଜକୁ ସାମିଲ କରିପାରିବେ । ଲିଖିତ ପରୀକ୍ଷା, ଭଏସ ଅଡିସନ ଓ ସାକ୍ଷାତକାର ଜରିଆରେ ପ୍ରାର୍ଥୀମାନଙ୍କୁ ଚୟନ କରାଯିବ । ତେବେ ଏହି ନିଯୁକ୍ତି ପାଇଁ ରେଡିଓ ଫେୟାର ୱେବସାଇଟ ଜରିଆରେ ଅନଲାଇନ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଅତୀତରେ ଯୁବବର୍ଗଙ୍କୁ ରେଡିଓରେ କ୍ୟାରିୟର କରିବା ପାଇଁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଆଉଟରିଚ ଅନେକ କାର୍ୟ୍ୟକ୍ରମ ଆୟୋଜନ କରିଛି । ତେବେ ପ୍ରଥମ ଥର ପାଇଁ ଅନେକ ରେଡ଼ିଓ ଷ୍ଟେସନ ଗୋଟିଏ ସ୍ଥାନରେ ଏକାଠି ହୋଇ ନିଜ ଷ୍ଟେସନ ପାଇଁ ରେଡ଼ିଓ ଜକି ଚୟନ କରିବାକୁ ଯାଉଛନ୍ତି । ଏହି ମେଗା ଆରଜେ ହଣ୍ଟରେ ଭାଗନେବା ପାଇଁ ଆଗ୍ରହୀ ପ୍ରାର୍ଥୀ ପଞ୍ଜିକରଣ ଏବଂ ଏ ସମ୍ବନ୍ଧିତ ଅଧିକ ସୂଚନା ପାଇବା ପାଇଁ ୭୬୮୩୮୭୦୮୧୩ ନମ୍ବରରେ ଯୋଗାଯୋଗ କରିପାରିବେ । ବର୍ତ୍ତମାନ ରାଜ୍ୟରେ ରେଡ଼ିଓ ଷ୍ଟେସନ ସଂଖ୍ୟା ଷାଠିଏ ଟପିଥିବା ବେଳେ ନୂଆ ନୂଆ ରେଡ଼ିଓ ଷ୍ଟେସନ ଖୋଲିବାରେ ଲାଗିଛନ୍ତି । ଏଣୁ ଏ କ୍ଷେତ୍ରରେ ନିଯୁକ୍ତିର ସମ୍ଭାବନା ବଢିଥିବା ଶ୍ରୀ ପତି କହିଛନ୍ତି ।

Get real time updates directly on you device, subscribe now.