fbpx

ମେହୁଲ ଚୋକସିଙ୍କ ପତ୍ନୀଙ୍କ ବଡ ଅଭିଯୋଗ, ସ୍ୱାମୀଙ୍କ ଗାଏବ ପଛରେ ରହିଛି ସରକାରଙ୍କ ହାତ

ନୂଆଦିଲ୍ଲୀ : ପିଏନବି ବ୍ୟାଙ୍କ ମହାଦୁର୍ନୀତିର ଅଭିଯୁକ୍ତ ମେହୁଲ ଚୋକସିଙ୍କ ଗିରଫଦାରୀ ପରେ ତାଙ୍କୁ ଅପହରଣ କରାଯାଇଥିବା ମାମଲା ସାମ୍ନାକୁ ଆସିଥିଲା। ଏବେ ତାଙ୍କ ପତ୍ନୀ ଗୁରୁବାର ତାଙ୍କ ସ୍ୱାମୀଙ୍କ ଅପହରଣକୁ ନେଇ ବଡ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଆଂଟିଗୁଆରୁ ତାଙ୍କ ସ୍ୱାମୀଙ୍କୁ ଅପହରଣ କରାଯିବା, ପୁଣି ଗିରଫଦାରୀ ଏବଂ ପରେ ଗାର୍ଲଫ୍ରେଣ୍ଡ ବାରବରା ଜାବରିକା ସାମ୍ନାକୁ ଆସି ବୟାନ ଦେବା ଏସବୁ ସରକାରଙ୍କ ଷଡଯନ୍ତ୍ରର ଏକ ଅଂଶ । ପ୍ରୀତି ଚୋକସି କହିଛନ୍ତି, ଷଡଯନ୍ତ୍ର ବିଫଳ ହୋଇ ସାରିଛି କାରଣ ଡୋମିନିକା ପ୍ରଧାନମନ୍ତ୍ରୀ ଗେଷ୍ଟନ ବ୍ରାଉନଙ୍କ ମିଥ୍ୟାର ପର୍ଦ୍ଦାଫାଶ ହୋଇ ସାରିଛି ।

ବାରବରା କେବେ ମଧ୍ୟ ଡୋମିନିକା ଯାଇନଥିବା ଦାବି ଉପରେ ପ୍ରୀତି କହିଛନ୍ତି, ମେହୁଲ ଡୋମିନିକାରୁ କ୍ୟୁବା ଫେରାର ମାରିବା ଏସବୁ କାହାଣୀ ବ୍ୟତୀତ ଆଉ କିଛି ନୁହେଁ । ଆଂଟିଗୁଆ ପ୍ରଧାନମନ୍ତ୍ରୀ ଦାବି କରିଥିଲେ ଯେ, ବୋଧହୁଏ ମେହୁଲ ଚୋକସି ନିଜର ଗାର୍ଲଫ୍ରେଣ୍ଡ ସହ ଡୋମିନିକା ଚାଲି ଯାଇଛନ୍ତି ।

ପ୍ରୀତି ବାରବରାଙ୍କ ସେହି ଦାବିଙ୍କୁ ଖଣ୍ଡନ କରିଛନ୍ତି, ଯେଉଁଠି ବାରବରା କହିଥିଲେ, ମେହୁଲ ଚୋକସି ତାଙ୍କ ସହ ରାଜ ନାମରେ ବନ୍ଧୁତା କରିଥିଲେ । ପ୍ରୀତି କହିଛନ୍ତି, ଟେକ୍ନୋଲୋଜି ଯୁଗରେ ଇଂଟରନେଟ୍ ଜରିଆରେ କୌଣସି ଲୋକଙ୍କ ବିଷୟରେ ସହଜରେ ଯେ କେହି ବି ଜାଣି ପାରିବେ । ବାରବରାଙ୍କ ଦାବି ମିଥ୍ୟା ଅଟେ । ଏସବୁ ଡୋମିନିକା ପ୍ରଧାନମନ୍ତ୍ରୀଙ୍କ ଷଡଯନ୍ତ୍ର ବୋଲି ସେ କହିଛନ୍ତି । ବାରବରା କହିଥିଲେ, ଚୋକସିଙ୍କୁ ସେ ଗତ ବର୍ଷ ଅଗଷ୍ଟ ମାସରୁ ଜାଣିଛନ୍ତି ଏବଂ ଚୋକସି ନିଜକୁ ରାଜର ପରିଚୟ ଦେଇଥିଲେ । ବାରବରା ଏହା ମଧ୍ୟ କହିଥିଲେ, ସେ ଚୋକସିଙ୍କ ପ୍ରେମିକା ନଥିଲେ ।

ମେହୁଲ ଚୋକସି ଆଂଟିଗୁଆ ପୋଲିସକୁ ଚିଠି ଲେଖି ତାଙ୍କୁ ଆଂଟିଗୁଆରୁ ଅପହରଣ କରାଯାଇ ଡୋମିନିକା ଅଣାଯାଇଥିବା ଅଭିଯୋଗ କରିିଥିଲେ । ୮ ରୁ ୧୦ ଜଣ ଲୋକେ ମୋତେ ମାଡ ମାରିବା ସହ ନିଜକୁ ପୋଲିସର ପରିଚୟ ଦେଇଥିଲେ । ଭାରତୀୟ ରାଷ୍ଟ୍ରଦୂତଙ୍କ ସହ ଭେଟ କରାଇବେ ବୋଲି କହିଥିଲେ । ଏପରିକି ତାଙ୍କ ଅପହରଣ ପଛରେ ବାରବରାଙ୍କ ହାତ ଥିବା ଚୋକସି ଅଭିଯୋଗ କରିଥିଲେ ।

Get real time updates directly on you device, subscribe now.