fbpx

କେମିତି ରହିବ ଭାରତର ଚୂଡାନ୍ତ ଏକାଦଶ, ଚାଲିଛି ରଣନୀତି ! ସିରାଜଙ୍କ କାରଣରୁ ବାଦ୍ ପଡି ପାରନ୍ତି ଏହି ବରିଷ୍ଠ ଖେଳାଳି

ସାଉଥମ୍ପଟନ : ଭାରତୀୟ କ୍ରିକେଟ୍ ଦଳ ବିଶ୍ୱ ଟେଷ୍ଟ ଚମ୍ପିଆନସିପର ଫାଇନାଲ ମୁକାବିଲା ପାଇଁ ଅଭ୍ୟାସ୍ ଆରମ୍ଭ କରି ଦେଇଛି । ନ୍ୟୁଜିଲାଣ୍ଡ ବିପକ୍ଷ ଏହି ହାଇଭୋଲଟେଜ୍ ମୁକାବିଲା ଜୁନ ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ସାଉଥମ୍ପଟନରେ ଖେଳାଯିବ । ଏହି ଐତିହାସିକ ମୁକାବିଲାରେ ଦଳର ଚୂଡାନ୍ତ ଏକାଦଶ କଣ ରହିବ, କେଉଁ ଖେଳାଳିଙ୍କୁ ଦଳରେ ସାମିଲ କରାଯିବ ସେ ନେଇ ଚର୍ଚ୍ଚା ଜୋର ଧରିଛି ।

ଶୁ୍‌କ୍ରବାର ପୂରା ଦଳ ଏକ ସଙ୍ଗେ ଅଭ୍ୟାସ୍ ସେସନରେ ଯୋଗ ଦେବେ । ଏହା ଖେଳାଳିଙ୍କ ପାଇଁ ଏକ ପ୍ରକାର ଅଡିସନ ହେବ । ସଭିଙ୍କ ନଜରରେ ରହିବେ ମହମ୍ମଦ ସିରାଜ । ଦଳ ପ୍ରବନ୍ଧକ ସିରାଜଙ୍କୁ ଚୂଡାନ୍ତ ଏକାଦଶରେ ରଖିବାକୁ ବହୁତ ଉତ୍ସୁକ ।

ଚୂଡାନ୍ତ ଏକାଦଶରୁ ବାଦ୍ ପଡିବେ ଇଶାନ୍ତ ଶର୍ମା !

ମହମ୍ମଦ ସିରାଜ ଚୂଡାନ୍ତ ଏକାଦଶରେ ସାମିଲ ହେବା ଅର୍ଥ ଚୂଡାନ୍ତ ଏକାଦଶରୁ ଇଶାନ୍ତ ଶର୍ମା ବାହାରେ ରହିବେ । ଦ୍ରୁତ ବୋଲରଙ୍କ ୟୁନିିଟରେ ଯଶପ୍ରୀତ ବୁମରା, ମହମ୍ମଦ ସାମି ଓ ମହମ୍ମଦ ସିରାଜ ଖେଳି ପାରନ୍ତି । ୧୦୧ ଟେଷ୍ଟର ଅନୁଭବ ରଖିଥିବା ଇଶାନ୍ତ ଶର୍ମା ଦଳରେ ସ୍ଥାନ ପାଇବା ମୁସ୍କିଲ ହୋଇପାରେ ବୋଲି ବିଶେଷଜ୍ଞ କହିଛନ୍ତି ।

ଅନ୍ୟପଟେ ଇଶାନ୍ତ ଶର୍ମାଙ୍କ ଅନୁଭବ ତାଙ୍କ ଦାବିକୁ ମଜବୁତ କରିପାରେ । ସେ ଅଦ୍ୟାବଧି ୧୦୧ ଟେଷ୍ଟ ଖେଳି ସାରିଛନ୍ତି । ଏଥିରୁ ୧୨ ଟେଷ୍ଟ ଇଂଲଣ୍ଡରେ ଖେଳିଛନ୍ତି । ମାତ୍ର ଦଳ ପ୍ରବନ୍ଧକ ଇଶାନ୍ତଙ୍କ ବୟସକୁ ଦେଖୁଛନ୍ତି । ଇଶାନ୍ତଙ୍କୁ ୩୩ ବର୍ଷ ହୋଇ ସାରିଛି । ଅନ୍ୟପଟେ ସିରାଜ ଅଷ୍ଟ୍ରେଲିଆ ଗସ୍ତରେ ପ୍ରଭାବଶାଳୀ ପ୍ରଦର୍ଶନ କରିଥିଲେ ।

୨୦୧୯ ଅଗଷ୍ଟରେ ଭାରତର ୱେଷ୍ଟଇଣ୍ଡିଜ ଗସ୍ତ ପରେ ପ୍ରଥମ ଥର ଇଶାନ୍ତ ଶର୍ମା, ମହମ୍ମଦ ସାମି ଓ ଯଶପ୍ରୀତ ବୁମରା ଚୟନ ପାଇଁ ଉପଲବ୍ଧ ଅଛନ୍ତି । ଗତ ତିନି ବର୍ଷରେ ବିଦେଶ ମାଟିରେ ଭାରତର ସଫଳତା ପଛରେ ଏହି ତିନି ବୋଲରଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଅନ୍ୟପଟେ ଦଳ ପ୍ରବନ୍ଧକ ଚୂଡାନ୍ତ ଏକାଦଶରେ ସିରାଜଙ୍କୁ କେମିତି ରଖାଯିବ ତାର ଉପାୟ ଖୋଜୁଛନ୍ତି । ଏମିତି ଲାଗୁଛି ଇଶାନ୍ତଙ୍କୁ ବିଶ୍ରାମ ଦିଆଯାଇପାରେ । ଇଶାନ୍ତ ଏକ ଦଶନ୍ଧି ଧରି ଟେଷ୍ଟ ଦଳର ପ୍ରମୁଖ ବୋଲର ଭୂମିକା ନିଭାଇ ଆସିଛନ୍ତି । ଭାରତୀୟ ଦଳ ଏମିିତି ବୋଲର ଚାହୁଁଛନ୍ତି, ଯିଏ ନ୍ୟୁଜିଲାଣ୍ଡ ବୋଲରଙ୍କୁ ଅଡୁଆରେ ପକାଇବା ସହ ଲଗାତାର ବାଉନ୍ସ ଫିଙ୍ଗି ପାରିବେ ।

Get real time updates directly on you device, subscribe now.