fbpx

News across the Earth, news close to your heart, Read Odisha Bhaskar English

ଦୁର୍ଗା ପୁଜାରେ ରଙ୍ଗାରଙ୍ଗ ଡ୍ୟାନ୍ସ; ଦେଖନ୍ତୁ ଭିଡିଓ

ଭୁବନେଶ୍ୱର (ଓଡ଼ିଶା ଭାସ୍କର):ସାରା ରାଜ୍ୟରେ କରୋନା କଟକଣା ପାଇଁ ଦୁର୍ଗାପୂଜାକୁ ଭକ୍ତଙ୍କୁ ମନା କରାଯିବା ସହ ଲୋକଙ୍କ ଦର୍ଶନ କୁ ମଧ୍ୟ ବିଭିନ୍ନ ସ୍ଥାନ ରେ ବନ୍ଦ କରାଯାଇଥିଲା। ଲୋକଙ୍କ ଗହଳିକୁ କରିବା ପାଇଁ ପୂଜା ପୂର୍ବରୁ ଗାଇଡ୍ ଲାଇନ୍ ମଧ୍ୟ ଘୋଷଣା କରାଯାଇଥିଲା। ହେଲେ ଏ ସବୁ ଭିତରେ ଜିଲ୍ଲାପ୍ରଶାସନ ଓ ରାଜ୍ୟ ସରକାରଙ୍କ ସମସ୍ତ ନିୟମକୁ ଫୁ କରି ଉଡାଇ ଦୁର୍ଗାପୂଜା ସମୟରେ ରଙ୍ଗାରଙ୍ଗ ନାଚ କାର୍ୟ୍ୟକ୍ରମ ଅନୁଷ୍ଠିତ କରିଛନ୍ତି କାଲିମେଳା ବ୍ଲକ୍ ଏମ ପି ଭି ୮୧ ଗ୍ରାମର ପୂଜା କମିଟି। ଚାଲିଛି ରିମ ଝିମ୍ ଆଲୁଅ ର ତାଳେ ତାଳେ ରଙ୍ଗିନ ଡ୍ୟାନ୍ସ ମତୁଆଲା ହେଉଛନ୍ତି ଦର୍ଶକ।କରୋନା କଟକଣାକୁ ଖୋଲାଖୋଲି ଭାବେ ଫୁ କରି ଉଡାଇ ଦେଇ ଚାଲିଛି ମତୁଆଲା ଆଇଟମ ଡ୍ୟାନ୍ସ। ମିଡ୍ ନାଇଟରେ ରଙ୍ଗିନ୍ ଡାନ୍ସର ଏ ଚିତ୍ର ହେଉଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ୍ ଏମ ପି ଭି ୮୧ (ନେତାଜୀ ନଗର) ଗ୍ରାମର।

ମାଲକାନଗିରି ଜିଲ୍ଲା ସଦରର ବୀରେନ୍ ଡାନ୍ସ ଗ୍ରୁପର ନୃତ୍ୟଶିଳ୍ପୀଙ୍କ ମତୁଆଲା ନାଚରେ ବୋବାଲ୍ ଦର୍ଶକ। ଦିଲବର୍ ଦିଲ ବର୍ ଭଲି ରୋମାଣ୍ଟିକ୍ ଗୀତ ଏଥି ଦର୍ଶକଙ୍କ ମନରେ ନିଆ ଲଗାଉଅଛି। ଏ ସବୁ ଠିକ୍ ଅଛି ହେଲେ ନାହିଁ ଲୋକଙ୍କ ମଧ୍ୟ ରେ ସଚେତନତା। ନା ଲୋକେ ଏହାକୁ ବିରୋଧ କରୁଛନ୍ତି ନା କେହି କରୋନା କଟକଣା ପ୍ରତି ସଚେତନ ଅଛନ୍ତି। ନା କାହାରି ମୁହେଁ ମାକ୍ସ ଅଛି ନା ସାମାଜିକ ଦୂରତା। ସବୁ କିଛି କୁ ଫୁ କରିଛନ୍ତି ଉଭୟ ଦର୍ଶକ ଓ ପୂଜା କମିଟି। ଲୋକଙ୍କ ଜୀବନକୁ ଗୁରୁତ୍ୱ ଦେବା ପ୍ରାଥମିକତା ବଦଳରେ କମିଟି ଦୁଇ ପଇସା ଲାଭ ଆଶାରେ ଦର୍ଶକ ଓ ଗ୍ରାମବାସୀଙ୍କୁ ଏଭଲି ଭିଡ଼ କରି ବିପଦ ମୁହଁରେ ଠେଲି ଦେଉ ନାହିଁ ତ ।

Get real time updates directly on you device, subscribe now.