fbpx

ଟି-୨୦ରେ ସର୍ବାଧିକ ୱିକେଟ; ମାଲିଙ୍ଗାଙ୍କୁ ପଛରେ ପକାଇଲେ ସାକିବ

ନୂଆଦିଲ୍ଲୀ: ବାଙ୍ଗଲାଦେଶର ପୂର୍ବତନ କ୍ୟାପେଟନ ତଥା ଅଲରାଣ୍ଡର ସକିବ ଅଲ ହସନ କଲେ ନୂଆ ରେକର୍ଡ । ସାକିବ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ସବୁଠାରୁ ଅଧିକ ୱିକେଟ କରିବା ସହ ଶ୍ରୀଲଙ୍କାର ଲାସିଥ ମାଲିଙ୍ଗାକୁ ଅତିକ୍ରମ କରିଛନ୍ତି । ରବିବାର ସ୍କଟଲ୍ୟାଣ୍ଡ ବିପକ୍ଷ ମ୍ୟାଚରେ ଏହି ରେକର୍ଡ କରିଛନ୍ତି ସାକିବ ।

ସାକିବ ସ୍କଟଲାଣ୍ଡର ରିଚି ବେରିଙ୍ଗଟନ ଏବଂ ମାଇକେଲ ଲିସ୍କଙ୍କ ୱିକେଟ ନେଇ ଏହି ରେକର୍ଡ କରିଛନ୍ତି । ଏହାସହ ଟି-୨୦ ଫର୍ମାଟରେ ସବୁଠାରୁ ଅଧିକ ୱିକେଟ୍ ହାସଲ କରିଥିବା ଖେଳାଳି ହୋଇଛନ୍ତି ଏବଂ ମାଲିଙ୍ଗାଙ୍କୁ ପଛରେ ପକାଇଛନ୍ତି ।

ସାକିବ ବର୍ତ୍ତମାନ ସୁଦ୍ଧା ୮୯ ମ୍ୟାଚରେ ୧୦୮ ୱିକେଟ ହାସଲ କରିଛନ୍ତି । ପୂର୍ବରୁ ମାଲିଙ୍ଗା ୮୪ ଟି-୨୦ ଇଣ୍ଟରନ୍ୟାସନାଲ ମ୍ୟାଚରେ ୧୦୭ ୱିକେଟ ହାସଲ କରିଥିଲେ । ତାଙ୍କ ପଛକୁ ନିଉଜିଲାଣ୍ଡର ଟିମ୍ ସାଉଥି(୯୯), ପକିସ୍ତାନର ସାହିଦ ଆଫ୍ରିଦି(୯୮) ଏବଂ ଆଫଗାନିସ୍ତାନର ରସିଦ ଖାନ(୯୫) ଟପ ୫ରେ ରହିଛନ୍ତି ।

Get real time updates directly on you device, subscribe now.